Videos
|
International

ସିସିଟିଭିରେ କଏଦ ହେଲା ମୋଟେଲ କର୍ମଚାରୀଙ୍କୁ ହତ୍ୟା

Ritu Das
Browse all articles by Ritu Das
·10 months ago·2 min read
ସିସିଟିଭିରେ କଏଦ ହେଲା ମୋଟେଲ କର୍ମଚାରୀଙ୍କୁ ହତ୍ୟା

Key Points

ୟୁଏସର ଟେକ୍ସାସର ଡାଲାସର ଏକ ମୋଟେଲରେ କର୍ଣ୍ଣାଟକର ଜଣେ ଭାରତୀୟ ବ୍ୟକ୍ତିଙ୍କ ମୁଣ୍ଡ କାଟି ବିଭତ୍ସ ଭାବେ ହତ୍ୟା କରିଥିଲେ ଜଣେ କ୍ୟୁବା ପ୍ରବାସୀ।

ୟୁଏସର ଟେକ୍ସାସର ଡାଲାସର ଏକ ମୋଟେଲରେ କର୍ଣ୍ଣାଟକର ଜଣେ ଭାରତୀୟ ବ୍ୟକ୍ତିଙ୍କ ମୁଣ୍ଡ କାଟି ବିଭତ୍ସ ଭାବେ ହତ୍ୟା କରିଥିଲେ ଜଣେ କ୍ୟୁବା ପ୍ରବାସୀ। ଡାଉନଟାଉନର ପୂର୍ବରେ ସାମୁଏଲ୍ ବୁଲେଭାର୍ଡରେ ଥିବା ଡାଉନଟାଉନ୍ ସୁଟ୍ସ ମୋଟେଲ ପରିଚାଳନା କରୁଥିବା ୫୦ ବର୍ଷୀୟ ଚନ୍ଦ୍ର ନାଗାମଲ୍ଲାୟାଙ୍କୁ ୩୭ ବର୍ଷୀୟ ୟୋର୍ଡାନିସ୍ କୋବୋସ୍-ମାର୍ଟିନେଜ୍ ବାରମ୍ବାର ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ, ଯାହାଙ୍କର ଏକ ହିଂସାତ୍ମକ ଅପରାଧିକ ଇତିହାସ ଅଛି ଏବଂ ସେ ଏବେ ହିଁ ହାଜତରୁ ମୁକ୍ତ ହୋଇଥିଲେ। ଭାଇରାଲ ହୋଇଥିବା ସିସିଟିଭି ଫୁଟେଜରେ, ହତ୍ୟାକାରୀ ମୋଟେଲ କରିଡରରେ ଏକ ମାରଣାସ୍ତ୍ର ଧରି ନାଗାମଲ୍ଲାୟାହଙ୍କୁ ପିଛା କରୁଥିବାର ଦେଖିବାକୁ ମିଳିଛି। ନାଗାମଲ୍ଲାୟାହଙ୍କ ଚିତ୍କାର ଶୁଣି ତାଙ୍କ ପତ୍ନୀ ଏବଂ ୧୮ ବର୍ଷୀୟ ପୁଅ ଦେଖିକି ଭୟଭୀତ ହେବା ସହ ଚନ୍ଦ୍ର ନାଗାମଲ୍ଲାୟାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।


କିନ୍ତୁ କୋବୋସ-ମାର୍ଟିନେଜ୍ ସେମାନଙ୍କୁ ଖାତିର ନ କରି ବାରମ୍ବାର ଆକ୍ରମଣ ଜାରି ରଖିଥିଲା। ଦୁର୍ବୃତ୍ତ ଜଣଙ୍କ ନାଗାମଲ୍ଲାୟାଙ୍କ ପକେଟରୁ କିଛି ବାହାର କରିବାପରେ ତା'ପରେ ତାଙ୍କ ମୁଣ୍ଡ ଗଣ୍ଡି ଅଳଗା କରିଦିଅନ୍ତି। ଏହାପରେ ନାଗାମଲ୍ଲାୟାଙ୍କ ପତ୍ନୀ ହତବାକ୍‌ ହୋଇପଡ଼ିଥିଲେ। ତାଙ୍କୁ ମଧ୍ୟ ମାରିବାକୁ ଆସିବାବେଳେ ତାଙ୍କ ପୁଅ ତାଙ୍କୁ ସେହି ସ୍ଥାନରୁ ଟାଣି ନେଇଯାଇଛନ୍ତି। କୋବୋସ-ମାର୍ଟିନ୍, ଯାହାଙ୍କର ହ୍ୟୁଷ୍ଟନରେ ଏକ ଅପରାଧିକ ରେକର୍ଡ ଅଛି, ଯେଉଁଥିରେ ଅଟୋ ଚୋରି ଏବଂ ଆକ୍ରମଣ ପାଇଁ ଗିରଫଦାରୀ ଅନ୍ତର୍ଭୁକ୍ତ, ତାଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ବିନା ବଣ୍ଡରେ ରଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯଦି ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାଙ୍କୁ ପାରୋଲ୍ ବିନା ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ହୋଇପାରେ। ଗୁରୁବାର ପୋଲିସ ଦ୍ୱାରା ଜାରି ଏକ ଗିରଫଦାରୀ ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ କୋବୋସ-ମାର୍ଟିନେଜ୍ ବୁଧବାର ସକାଳେ ଜଣେ ପୀଡିତାଙ୍କ ସହିତ ଯୁକ୍ତିତର୍କରେ ଲିପ୍ତ ଥିଲେ। ଜଣେ ସାକ୍ଷୀ ପୋଲିସକୁ କହିଛନ୍ତି ଯେ ସେ କୋବୋସ-ମାର୍ଟିନ୍ ସହିତ ଏକ କୋଠରୀ ସଫା କରୁଥିଲେ ଯେତେବେଳେ ନାଗାମଲ୍ଲାୟା ଆସି ସେମାନଙ୍କୁ ୱାସିଂ ମେସିନ୍ ବ୍ୟବହାର ନ କରିବାକୁ କହିଥିଲେ, କାରଣ ଏହା ଭାଙ୍ଗି ଯାଇଥିଲା। ଏହାପରେ ସେ ନାଗାମଲ୍ଲାୟାଙ୍କ ଉପରେ ରାଗିଯାଇଥିଲେ ଆଉ ତାଙ୍କୁ ହତ୍ୟା କରିବେ ବୋଲି ଯୋଜନା କରିଥିଲେ।

Motel Worker Murder Caught on CCTV | Argus News