Videos
|
International

ଚାନ୍ଦା ମାଗିଲେ ଲଜ୍ଜିତ ହେଲେ ମହମ୍ମଦ ୟୁନୁସ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଚାନ୍ଦା ମାଗିଲେ ଲଜ୍ଜିତ ହେଲେ ମହମ୍ମଦ ୟୁନୁସ

Key Points

ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ହେଉଛନ୍ତି ମହମ୍ମଦ ୟୁନୁସ୍ ।

ଏକ ବିମାନ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ।

ଏହି ପୋଷ୍ଟରେ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ପାଇଁ ଚାନ୍ଦା ବା ସହାୟତା ମାଗିଥିଲେ ।

ଦେଶ ଚଳାଇବାକୁ ଭିକ ମାଗିବାକୁ ପଡ଼ୁଛି । ସରକାରଙ୍କ ପାଖରେ ଆଉ ଟଙ୍କା ନାହିଁ । ଗୁରୁତରଙ୍କୁ ଚିକିତ୍ସା କରିବାକୁ ବି ରାଜ କୋଷ ଖାଲି । ବାଂଲାଦେଶ ସରକାରକୁ ସୋସିଆଲ ମିଡିଆରେ ଏଭଳି ତାତ୍ସଲ୍ୟ କରିଛନ୍ତି ୟୁଜର୍ସ । କାରଣ ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କରିଛନ୍ତି ଏମିତି କିଛି ଭୁଲ । ଯେଉଁଥିପାଇଁ ସରକାରଙ୍କୁ ଲୋକହସା ହେବାକୁ ପଡ଼ିଛି ।


ସୋସିଆଲ ମିଡିଆରେ ଏକ ପୋଷ୍ଟରେ ୟୁନୁସ, ଢାକା ବିମାନ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ ପାଇଁ ଚାନ୍ଦା ମାଗିଥିଲେ । ତାପରେ ତାଙ୍କୁ ଏତେ ମାତ୍ରାରେ ଟ୍ରୋଲ କରାଗଲା ଯେ, ସେ ବାଧ୍ୟ ହୋଇ ସେହି ପୋଷ୍ଟକୁ ଡିଲିଟ୍ କରିଥିଲେ। ତାଙ୍କ ନିଜ ଦେଶର ଲୋକେ ହିଁ ତାଙ୍କୁ କଡ଼ା ସମାଲୋଚନା କରିଥିଲେ ।

ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ହେଉଛନ୍ତି ମହମ୍ମଦ ୟୁନୁସ୍ । ଏକ ବିମାନ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ପାଇଁ ଚାନ୍ଦା ବା ସହାୟତା ମାଗିଥିଲେ ।

ଗତ ସୋମବାର ବାଂଲାଦେଶ ବାୟୁସେନାର ତାଲିମ ବିମାନ ଅପରାହ୍ନ ୧ଟା ୧୦ ସମୟରେ ଢାକାର ଉତ୍ତରାଅଞ୍ଚଳରେ ଥିବା ମାଇଲଷ୍ଟୋନ୍ ସ୍କୁଲ ଆଣ୍ଡ କଲେଜ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବିମାନଟି ଖସିପଡିଥିଲା, ଯେଉଁ ସ୍କୁଲରେ ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଦୁର୍ଘଟଣା ସ୍ଥଳରୁ ନିଆଁ ଓ କଳା ଧୂଆଁ ଉଠୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା କି, ବିମାନଟି ସ୍କୁଲର ଗେଟ୍ ନିକଟରେ ପଡ଼ି ନିଆଁ ଲାଗିଯାଇଥିଲା । ଆହତଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ସମେତ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲା । ଘଟଣା ପରେ ବାଂଲାଦେଶ ସେନା ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Muhammad Yunus was embarrassed when asked for donationss | Argus News