Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୟୁ ଟର୍ଣ୍ଣ ନେଲା ମାଳଦୀପ, ଏବେ ଭାରତ ଶରଣରେ

International

ୟୁ ଟର୍ଣ୍ଣ ନେଲା ମାଳଦୀପ, ଏବେ ଭାରତ ଶରଣରେ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ୟୁ ଟର୍ଣ୍ଣ ନେଲା ମାଳଦୀପ, ଏବେ ଭାରତ ଶରଣରେ

ଅର୍ଗସ ବ୍ୟୁରୋ:  ଚିନ୍ତାରେ ମାଲଦୀପ ସରାକର। ଭାରତ ବିରୋଧୀ ନାରାବାଜି ମାଲଦୀପକୁ ପଡିଛି ମହଙ୍ଗା । ମାଲଦୀପ ରାଷ୍ଟ୍ରପତି ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀଙ୍କ ଶରଣରେ। ଭାରତ ଗସ୍ତରେ ଥିବା ମାଲଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ଦେଖି ଏମିତି ମନେ ହେଉଛି । ମାଲଦୀପ ରାଷ୍ଟ୍ରପତି ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ତେଣୁ ôମୁଇଜ୍ଜୁ ଭାରତ ଆସିବା ସହ ପୁଣି ଭାରତୀୟ ମାଲଦୀପକୁ ସେମାନଙ୍କ ମନୋରଞ୍ଜନର ସ୍ଥାନ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ମାଲଦୀପ ଭାରତର ସୁରକ୍ଷାକୁ ଦୁର୍ବଳ କରିବା ପାଇଁ କୌଣସି ପଦକ୍ଷେପ ନେବ ନାହିଁ । ଏଥିସହ ଦେଶବାସୀଙ୍କ ଦାବିକୁ ସମ୍ମାନ ଜଣାଇ ସେ ଦେଶରୁ ଭାରତୀୟ ସେନା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଭାରତ ବିରୋଧୀ ନାରାବାଜି ମାଲଦୀପକୁ ପଡିଛି ମହଙ୍ଗା । ନିଜ ଆଣ୍ଟକୁ ପଛରେ ପକାଇ ପୁଣି ଭାରତ ସହ ସମ୍ପର୍କ ସ୍ଥାପନ ପାଇଁ ବ୍ୟଗ୍ର ମାଲଦୀପ । ସମୁଦ୍ର ଭିତରେ ଥିବା ଏହି ଦ୍ୱୀପ ଦେଶର ଅର୍ଥନୀତି ମୁଖ୍ୟତଃ ତାର ପର୍ଯ୍ୟଟନ ଶିଳ୍ପ ପାଇଁ ପ୍ରସିଦ୍ଧ । ସମୁଦ୍ର ବେଳାଭୂମି ମାଲଦୀପବାସୀଙ୍କୁ ରୋଜଗାର ଯୋଗାଇ ଥାଏ । ଆଉ ମାଲଦୀପକୁ ଯାଉଥିବା ପଯ ର୍୍ୟଟକଙ୍କ ସିଂହଭାଗ ଭାରତୀୟ । ଭାରତୀୟମାନେ ମାଲଦୀପକୁ ତ୍ୟାଗ କରିବା ପରେ ଏହାର ପର୍ଯ୍ୟଟନଶିଳ୍ପ ଭୁଶୁଡି ପଡିଛି । ଦେଶରେ ଅର୍ଥର ଅଭାବ ଦେଖାଦେଇଛି । ବର୍ତ୍ତମାନ ସରକାର ପାଖରେ ଯେତିକି ଅର୍ଥ ରହିଛି ତାହା ଦେଶକୁ ଆଉ ଦେଢ ମାସ ଚଳାଇ ପାରିବ । ଏପରି ଅବସ୍ଥାରେ ଯଦି ପୁଣି ଦେଶର ଅର୍ଥନୀତିରେ ସୁଧାର ଶୀଘ୍ର ଅଣା ନ ଯାଏ ତେବେ ସେଠାକାର ସ୍ଥିତି ସଂଗୀନ ହୋଇଯିବ ।

ମହମ୍ମଦ ମୁଇଜ୍ଜୁ ଚୀନ ସମର୍ଥକ ଭାବେ ଜଣାଶୁଣା । ସେ ଭାରତ ବିରୋଧୀ ବୟାନ ଦେଇ ସତ୍ତାକୁ ଆସିଥିଲେ । ଏହା ପରେ ମାଲଦୀପରେ ଅବସ୍ଥାପିତ ଭାରତୀୟ ସେନାଙ୍କୁ ଦେଶରୁ ଫେରାଇ ଦେଇଥିଲେ । ଏହା ପରେ ତାଙ୍କର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧର ଆପତ୍ତିଜନକ ବୟାନ ଦେବାକୁ ତେଜିଥିଲା ବିବାଦ । ଭାରତରେ ଆରମ୍ଭ ହୋଇଥିଲା, ବୟକଟ ମାଲଦୀପ । ଏହା ପରେ ଭାରତୀୟ ଛୁଟି ବିତାଇବାକୁ ମାଲଦୀପ ଯିବା ବନ୍ଦ କରିଦେଇଥିଲେ । ଫଳରେ ମାଲଦୀପକୁ ବହୁ କ୍ଷତି ସହିବାକୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ବିଦେଶ ଖବର:

Sponsored
Muizzu's damage control, thanks 'key partner' India for generous aid for Maldives | Argus News