Pakistan Burning / ଗେମ୍ ଖେଳିଦେଲେ ମୁନିର ! ସମସ୍ତଙ୍କୁ ଆଉଟ୍ କରି ନିଜେ କରିବେ ରାଜ୍...

Key Points
ପାକିସ୍ତାନରେ ସଂଗୀନ ହେଉଛି ସରିଫ ସରକାରର ସ୍ଥିତି । କୌଣସି ମୁହୂର୍ତ୍ତରେ ନିଜକୁ ପାକିସ୍ତାନର ସର୍ବେସର୍ବା ଘୋଷଣା କରିପାରନ୍ତି ସେନାମୁଖ୍ୟ ଅସିମ ମୁନୀର । ସାମ୍ବିଧାନିକ ସଂଶୋଧନ କରି ନିଜ କ୍ଷମତା ବୃଦ୍ଧି କରିବାରେ ସଫଳ ହୋଇଛନ୍ତି ମୁନୀର । ଯାହା ସାରା ବିଶ୍ବକୁ ଚକିତ କରିଛି । ପ୍ରାୟ ଗୋଟିଏ ମାସ ପରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଭଉଣୀ ଡକ୍ଟର ଉଜମା ଖାତୁନ ଭେଟିବା ପରେ ସେ ଜୀବିତ ଥିବା ସ୍ପଷ୍ଟ ହୋଇଛି ।
ତେବେ କଠୋର କଟକଣା, ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ, ପିଟିଆଇ ସମର୍ଥକଙ୍କ ଆନ୍ଦୋଳନ ଦେଶରେ ରାଜନୈତିକ ସଂକଟ ସୃଷ୍ଟି କରିଛି । ପ୍ରାୟ ଗୋଟିଏ ମାସ ପରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଭଉଣୀ ଡକ୍ଟର ଉଜମା ଖାତୁନ ଭେଟିବା ପରେ ସେ ଜୀବିତ ଥିବା ସ୍ପଷ୍ଟ ହୋଇଛି ।
ସପ୍ତାହେ ପୂର୍ବରୁ ଜେଲରେ ଇମ୍ରାନଙ୍କ ମୃତ୍ୟୁ ହୋଇଥିବା ଗୁଜବ ପ୍ରସାରିତ ହେବା ପରେ ପରିବାର ଲୋକେ ସାକ୍ଷାତ ପାଇଁ ଆବେଦନ କରିଥିଲେ । ପରିବାର ଲୋକଙ୍କୁ ମଧ୍ୟ ଇମ୍ରାନଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା । ଏହା ପରଠାରୁ ଇମ୍ରାନ ସମର୍ଥକଙ୍କ ଦେଶବ୍ୟାପୀ ବିଦ୍ରୋହ ତେଜିଥିଲେ । ଠପ୍ ହୋଇଥିଲା ରାଜଧାନୀ ରାସ୍ତାରେ ଗମନାମଗନ । ଆଦିଆଲା ଜେଲ ବାହାରେ ବିରୋଧ ପ୍ରଦର୍ଶନ ମଧ୍ୟରେ, ଇମ୍ରାନ ଖାନଙ୍କ ଭଉଣୀଙ୍କୁ ଶେଷରେ ଜେଲ ପ୍ରଶାସନ ଭିତରକୁ ଡାକିଥିଲେ ।
ସୋମବାର, ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କରିବାକୁ ଆବେଦନ କରିଥିଲେ ତାଙ୍କ ଭଉଣୀ ଅଲିମା ଖାନ । କିନ୍ତୁ ପାକିସ୍ତାନ କୋର୍ଟ ଆବେଦନକୁ ଖାରଜ କରିଦେଥିଲେ । ନଭେମ୍ୱର ୨୦୨୪ ରେ ପାକିସ୍ତାନ ତେହେରିକ-ଇ-ଇନସାଫ ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ପ୍ରତିବାଦରେ ଅଂଶଗ୍ରହଣ କରିବା କାରଣରୁ ଅଲିମାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ଦାୟର ହୋଇଥିଲା ।
୭୩ ବର୍ଷୀୟ ଇମ୍ରାନ୍ ଖାନ୍ ଆଦିଆଲା ଜେଲ୍ରେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ବୋଲି ଜେଲ୍ ପ୍ରଶାସନ ଘୋଷଣା କରିଥିଲେ ବି ବିଶ୍ବାସ କରିପାରିନଥିଲେ ଇମ୍ରାନଙ୍କ ସମର୍ଥକ । ଇମ୍ରାନଙ୍କ ୩ ଭଉଣୀ ଓ ତାଙ୍କ ଦଳ ପିଟିଆଇ କର୍ମୀଙ୍କ ଜୋରଦାର ବିକ୍ଷୋଭ ବଢ଼ାଇଥିଲା ପାକିସ୍ତାନ ସରକାରଙ୍କ ଚିନ୍ତା । ୫ ସପ୍ତାହରୁ ଅଧିକ ସମୟ ଧରି ଇମ୍ରାନଙ୍କୁ ତାଙ୍କ ପରିବାର ଓ ଦଳୀୟ ସମର୍ଥକଙ୍କ ସହିତ ଦେଖା କରିବାକୁ କାହିଁକି ଦିଆଯାଇନଥିଲା ବୋଲି ପାଲଟା ପ୍ରଶ୍ନ ଉଠାଇଥିଲେ ପରିବାର ଲୋକେ । ଗତ ୨୭ ତାରିଖରେ ଆଫଗାନିସ୍ତାନ ଟାଇମ୍ସରେ ଇମ୍ରାନ୍ ଖାନ୍ଙ୍କୁ ଆଦିଆଲା ଜେଲ୍ ଭିତରେ ହତ୍ୟା କରାଯାଇଥିବା ଖବର ପ୍ରକାଶିତ ହୋଇଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖବର ନିଆଁ ପରି ବ୍ୟାପୀ ଯାଇଥିଲା ।
Xରେ #WhereIsImranKhan ଟ୍ରେଣ୍ଡ କରିବାକୁ ଲାଗିଥିଲା। ସରକାରଙ୍କ ବିରୋଧରେ ବିଦ୍ରୋହ ବୃଦ୍ଧି ଯୋଗୁଁ ପଞ୍ଜାବ ପ୍ରଦେଶ ପୋଲିସ୍ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଯଦି ଜେଲ୍ରେ ଇମ୍ରାନ ସୁସ୍ଥ ଅଛନ୍ତି ତେବେ 'ପ୍ରୁଫ୍ ଅଫ୍ ଲାଇଫ୍' ଦେବାକୁ ଦାବି କରିଥିଲେ ଇମ୍ରାନ୍ଙ୍କ ପୁଅ ।
ଏକାଧିକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୨୩ ଅଗଷ୍ଟ ମାସରୁ ଇମ୍ରାନ ଖାନ ଜେଲରେ ରହିଛନ୍ତି। ଏହାର ବର୍ଷକ ପୂର୍ବରୁ ଅର୍ଥାତ ୨୦୨୨ ମସିହା ଏପ୍ରିଲ ମାସରେ ଇମ୍ରାନ ଖାନ ଅନାସ୍ଥା ଭୋଟ ମାଧ୍ୟମରେ ଗାଦିଚ୍ୟୁତ ହୋଇଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଠାରୁ ଆରମ୍ଭ କରି ଅନେକ ମାମଲା ରୁଜୁ ହୋଇଥିଲା । ଏବେ ଜେଲରେ ଇମ୍ରାନଙ୍କୁ ଉଉଣୀ ସାକ୍ଷାତ କରିବା ପରେ ବି ସେନାମୁଖ୍ୟ ଜେନେରାଲ୍ ଅସୀମ ମୁନିର୍ଙ୍କ ବିରୋଧରେ PTI ସମର୍ଥକଙ୍କ ଆକ୍ରୋଶ ଥମିନି ।
ଜେଲରୁ ମୁକ୍ତ ହେବା ପରେ ଇମ୍ରାନ୍ଙ୍କ ପତ୍ନୀ ବୁଶରା ବିବି ଦାବି କରିଥିଲେ ଯେ ସେନା ମୁଖ୍ୟ ଅସିମ ମୁନିର୍ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ବୁଶରା ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଇମ୍ରାନ୍ଙ୍କୁ ଜେଲ୍ରେ ଖାଦ୍ୟରେ ବିଷ ଦେବାର ଚେଷ୍ଟା କରାଯାଉଛି। ପୂର୍ବରୁ ଇମ୍ରାନ୍ ଖାନ୍ଙ୍କୁ ଜେଲ୍ ଅଧିକାରୀମାନେ ଅସିମ୍ ମୁନିର୍ଙ୍କ ନିର୍ଦ୍ଦେଶରେ ନିର୍ଯାତନା ଦେଉଥିଲେ । ଯାହାକି ଖୋଦ୍ ଇମ୍ରାନ ଅଭିଯୋଗ କରିଥିଲେ ।
ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନର ତିକ୍ତତା ଓ ସେନାର ପତିଆରା ଯୋଗୁଁ PTI ସମର୍ଥକମାନେ ଗୁଜବ ପଛରେ ମୁନିର୍ଙ୍କ ହାତ ଥିବା ସନ୍ଦେହ କରୁଥିଲେ । ଇମ୍ରାନ୍ ଖାନ୍ଙ୍କ ମୃତ୍ୟୁ ଗୁଜବକୁ ଲୋକେ ବିଶ୍ବାସ କରିବା ପଛରେ ରହିଛି ପାକିସ୍ତାନର ରକ୍ତରଞ୍ଜିତ ରାଜନୈତିକ ଇତିହାସ । କାରଣ ଏଠାରେ ବିରୋଧୀଙ୍କୁ ଶକ୍ତି ବଳରେ ଦମନ କରିବାର ରହିଛି ଲମ୍ବା ଇତିହାସ ।
- ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ୍ ଅଲି ଖାନଙ୍କୁ ୧୯୫୧ ମସିହାରେ ରାୱଲପିଣ୍ଡିରେ ଏକ ଜନସଭାରେ ଗୁଳି କରି ହତ୍ୟା କରାଯାଇଥିଲା।
-୧୯୮୮ରେ ପାକିସ୍ତାନର ରାଷ୍ଟ୍ରପତି ଜେନେରାଲ୍ ମହମ୍ମଦ ଜିଆ-ଉଲ୍-ହକ୍ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ, ଯାହା ଏକ ହତ୍ୟା ଷଡ଼ଯନ୍ତ୍ର ହୋଇଥିବା କୁହାଯାଉଛି ।
-୨୦୦୭ରେ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିବା ଲୋକପ୍ରିୟ ନେତ୍ରୀ ବେନଜୀର ଭୁଟ୍ଟୋଙ୍କୁ ରାୱଲପିଣ୍ଡିରେ ଏକ ନିର୍ବାଚନ ସଭାରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା।
- ୨୦୨୨ରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଇମ୍ରାନ୍ ଖାନ୍ଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ ।
📱 Get Argus News App
✨Related Topics
Explore more stories