Videos
|
International

ପ୍ରକୃତି ସବୁବେଳେ ପ୍ରେମିକା ନୁହେଁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ପ୍ରକୃତି ସବୁବେଳେ ପ୍ରେମିକା ନୁହେଁ

ଆଖି ପିଛୁଳାକେ ଧୂଳିସାତ ହୋଇଗଲା ସବୁକିଛି। ନିମିଷକେ ମିଳେଇ ଗଲା ମଣିଷର ଅହଂକାର। ବଞ୍ଚାଅ ବଞ୍ଚାଅ ଡାକିବାକୁ ବି ମିଳିଲାନି ବେଳ। ସତ ପାଲଟି ଗଲା ଶବ। ଶକ୍ତିହରା ହୋଇଗଲା ବିଜ୍ଞାନ। ମହୁର୍ତ୍ତକେ ମାଟିରେ ମିଶିଗଲା ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଥିବା ଆଖି ପାଉନଥିବା ଅଟ୍ଟାଳିକା।


ମିଆଁମାରରେ ଆଜି ହୋଇଥିବା ଭୂକମ୍ପ, ହତବାକ୍ କରି ଦେଇଛି ଦୁନିଆକୁ। ସୂଚେଇ ଦେଇଛି ସମସ୍ତଙ୍କୁ, ପ୍ରକୃତି ସବୁବେଳେ ପ୍ରେମିକା ହେଇ ରୁହେନି ତା ସହ ପ୍ରତାରଣା କଲେ ସେ ହେଇପାରେ ଉଗ୍ର ଆଉ ନେଇପାରେ ପ୍ରତିଶୋଧ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକଥା ଆମେ କହୁନୁଦୟନୀୟ ଦୃଶ୍ୟ ହିଁ ବଖାଣି ଦେଉଛି ସବୁ କିଛି। ମଣିଷ ମାନୁ କି ନମାନୁ ପ୍ରକୃତି ସହ ମଣିଷ ଖେଳିବାରୁ ମଣିଷ ପାଖରୁ ପ୍ରତିଶୋଧ ନେଉଛି ପ୍ରକୃତି। ପୃଥିବୀରେ ଘଟୁଥିବା ଅଧିକାଂଶ ବିପର୍ଯ୍ୟୟ ଉପରେ ଦୃଷ୍ଟି ପକାଇଲେ ଏକଥା ସତ, ଆଜିର ଦଇବ ଦାଉ ପାଇଁ କେବଳ ମଣିଷ ଦାୟୀ।


ମିଆଁମାରରେ ହୋଇଥିବା ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ପ୍ରାୟ ୯୦୦ କିଲୋମିଟର ଦୂର ବ୍ୟାଙ୍କକକୁ ଦୋହଲାଇ ଦେଇଛି। ଭାରତରେ ବି ଏହାର ଝଟ୍‌କା ଅନୁଭୂତ ହୋଇଛି। ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ମଣିପୁର, ଅରୁଣାଚଳ ପ୍ରଦେଶ, ଆସାମ ଏବଂ ନାଗାଲାଣ୍ଡରେ ବି ପ୍ରଭାବ ପଡ଼ିଛି।


ନ୍ୟାସନାଲ ସେଣ୍ଟର୍ ଫର୍ ସେସମୋଲୋଜି ଅନୁସାରେ, ରିକ୍ଟର ସ୍କେଲ୍‌ରେ ପ୍ରଥମ ଭୂମିକମ୍ପର ତୀବ୍ରତା ୭.୭ ରହିଥିବା ବେଳେ ଦ୍ଵିତୀୟଟିର ତୀବ୍ରତା ୭.୨ ମ୍ୟାଗ୍ନିଚୁଡ୍ ରହିଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍ ଅନୁସାରେ, ଭୂମିକମ୍ପ ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ହୋଇଛି।


କାହିଁକି ହୁଏ ଭୂମିକମ୍ପ ?


ଭୂମିକମ୍ପ ହେଉଛି ଏକ ପ୍ରାକୃତିକ ଦୁର୍ବିପାକ। ଭୂଗର୍ଭରେ ଥିବା ଶୀଳା ଖଣ୍ଡ ଖସିବା ଯୋଗୁ ଏଭଳି ହୋଇଥାଏ। ଏହା ପୃଥିବୀର ଯେକୌଣସି ସ୍ଥାନରେ ହୋଇପାରେ। ପୃଥିବୀର ପୃଷ୍ଠ ଅନେକ ଟେକ୍ଟୋନିକ୍ ପ୍ଲେଟରେ ବିଭକ୍ତ ହୋଇଛି। ଯଦି କୌଣସି କାରଣ ପାଇଁ ପ୍ଲେଟ୍ ଗୁଡିକ ପରସ୍ପର ସହିତ ଧକ୍କା ହୁଅନ୍ତି, ପ୍ଲେଟ୍‌ ଗୁଡିକ ତଳ ଉପର ହୁଅନ୍ତି। ଭାରି ପ୍ଲେଟ ତକୁ ଖସିବାରୁ ଏହା ଭୂଗର୍ଭର ଗଭୀରକୁ ଚାଲିଯାଏ, ସେହି ସମୟରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ଚାରି ଆଡକୁ ବ୍ୟାପି ଯାଏ। ଯାହାଫଳରେ ଭୂମି ଥରି ଉଠେ ଏବଂ ଫାଟ ସୃଷ୍ଟି ହୁଏ। ଯେଉଁଠାରୁ ଏହା ଉତ୍ପନ୍ନ ହୋଇଥାଏ ତାକୁ ଭୂମିକମ୍ପ କେନ୍ଦ୍ର କୁହାଯାଏ। ଭୂସ୍ଖଳନ, ଖଣିରେ ବିସ୍ଫୋରଣ, ପରମାଣୁ ପରୀକ୍ଷଣ ଯୋଗୁ ଭୂକଂପର ସମ୍ଭାବନା ଅଧିକ ହୁଏ।

Myanmar earthquake causes extensive damage | Argus News