Videos
|
International

ରହସ୍ୟମୟ ସମୁଦ୍ର! ପହଁରିବା ନଜାଣିଥିଲେ ବି ବୁଡିବେନି

Arpita Mohanty
Browse all articles by Arpita Mohanty
·2 years ago·1 min read
ରହସ୍ୟମୟ ସମୁଦ୍ର! ପହଁରିବା ନଜାଣିଥିଲେ ବି ବୁଡିବେନି

ଅର୍ଗସ ବ୍ୟୁରୋ : ପହଁରିବା ନଶିଖିଥିଲେ ପାଣିରେ କିଏ ବି ବୁଡ଼ିଯିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୃଥିବୀ ପୃଷ୍ଠରେ ଏମିତି ଏକ ସମୁଦ୍ର ଅଛି ଯେଉଁଠି ଆପଣ ପହଁରିବା ନଜାଣିଥିଲେ ବି ବୁଡ଼ିବେନି। ହଁ ଆଜ୍ଞା ଇସ୍ରାଏଲ୍ ଏବଂ ଜୋର୍ଡାନ ମଧ୍ୟରେ ଏକ ସମୁଦ୍ର ଅଛି ଯାହାର ନାଁ ହେଉଛି ମୃତ ସମୁଦ୍ର ବା ଡେଡ୍ ସି। ଏହି ସମୁଦ୍ରର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏଠାରେ କିଏ ଚାହିଁଲେ ବି ବୁଡ଼ିପାରବେ ନାହିଁ ଏହାର କାରଣ ହେଉଛି ଏହି ସମୁଦ୍ରର ପାଣିରେ ସ୍ବାଭାବିକ ଠାରୁ ବହୁତ ଅଧିକ ଲୁଣ ଅଛି। ସାଧାରଣ ସମୁଦ୍ର ଜଳଠାରୁ ମୃତ ସମୁଦ୍ରର ପାଣି ୧୦ ଗୁଣ ଅଧିକ ଲୁଣିଆ। ପୃଥିବୀ ପୁଷ୍ଠର ସବୁଠାରୁ ନିମ୍ନ ଭାଗରେ ଏହି ଜଳାଶୟ ଅବସ୍ଥିତ। 

କାହିଁକି ଏହାର ନାମ ମୃତ ସମୁଦ୍ର? 
ମୃତ ସମୁଦ୍ରରେ ୩୫% ହେଉଛି ଲୁଣ। ପ୍ରଚୁର ଲୁଣ ଥିବା କାରଣରୁ କୌଣସି ବି ପ୍ରାଣୀ ବା ଉଦ୍ଭିଦ ଏଥିରେ ବଞ୍ଚିପାରନ୍ତି ନାହିଁ। ସେଥିପାଇଁ ଏହାର ନାମ ମୃତ ସମୁଦ୍ର ବା ଡେଡ୍ ସି ରଖାଯାଇଛି।

ମୃତ ସମୁଦ୍ର ଏତେ ଲୋକପ୍ରିୟ କାହିଁକି?
ବହୁମାତ୍ରାରେ ପର୍ଯ୍ୟଟକମାନେ ଏହି ସମୁଦ୍ରକୁ ଏହାର ଓୌଷଧୀୟ ଗୁଣର ଲାଭ ଉଠାଇବାକୁ ଆସିଥାନ୍ତି। ଏହି ସମୁଦ୍ରର କାଦୁଅରେ ଉପକାରୀ ହିଆଲୁରୋନିକ୍ ଏସିଡ୍ ଏବଂ ଅନେକ ଖଣିଜ ପଦାର୍ଥ ରହିଥାଏ ଯାହା ଚର୍ମ ପାଇଁ ଖୁବ୍ ଲାଭଦାୟକ। ଲୋକମାନେ ଏଠାରେ ପହଁରିବା ସହିତ ସେହି କାଦୁଅକୁ ଲଗାଇଥାନ୍ତି।

ତେବେ ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ଅଛି । କିଛି ରହସ୍ୟ ପ୍ରାକୃତିକ ଥାଏ ତ ଆଉ କିଛି ରହସ୍ୟ ପଛରେ ବୈଜ୍ଞାନିକ କାରଣ ଲୁଚିରହିଥାଏ ସେଥିରୁ ଡେଡ୍ ସି ହେଉଛି ଅନ୍ୟତମ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର

 

Mysterious Sea | Argus News