ଏହି ଦେଶରେ ବ୍ୟାପୁଛି ନୂଆ ଭାଇରସ୍, କାଶିଲେ ପଡ଼ୁଛି ରକ୍ତ

ଦୁନିଆର ଅନେକ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଭାଇରସ୍ ବା ଭୂତାଣୁ ବ୍ୟାପିବାରେ ଲାଗିଛି । ଆଉ ଏହି ଭାଇରସ୍ ମଧ୍ୟରୁ ଅନେକ ଘାତକ ହୋଇଥାନ୍ତି । ଆଉ ଏବେ ଋଷରେ ଏଭଳି ଏକ ରହସ୍ୟଜନକ ଭାଇରସ୍ ବ୍ୟାପୁଥିବା ଜଣାପଡ଼ିଛି । ଯାହାକୁ ନେଇ ଲୋକ ଚିନ୍ତିତ ହୋଇ ପଡ଼ିଛନ୍ତି ।
କୁହଯାଉଛି, ଉକ୍ତ ଭୂତାଣୁ ସଂକ୍ରମିତ କଲେ ପ୍ରବଳ ଜ୍ଵର ଆସିବା ସହ କାଶରେ ରକ୍ତ ପଡ଼ୁଛି । ଯାହାକି ବେଶ୍ ଚିନ୍ତାଜନକ । ଆଉ ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ କୋଭିଡ୍-୧୯ ପରୀକ୍ଷା କରା ଯାଉଥିବା ବେଳେ ଫଳାଫଳ ନେଗେଟିଭ୍ ଆସୁଛି । ତେଣୁ ଏହି ଭୂତାଣି ସଂକ୍ରମଣ ଏବେ ରହସ୍ୟ ହୋଇ ରହିଛି । ତେବେ ଏହି ଭୂତାଣୁରେ କେଉଁ ମାନେ ସଂକ୍ରମିତ ହେଉଛନ୍ତି । ଆସନ୍ତୁ ଜାଣିବା...
କାମ ଦେଉନି ଆଣ୍ଟିବାୟୋଟିକ୍ସ
ମିଳିଥିବା ସୂଚନା ଅନୁସାରେ, ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସାରେ ଆଣ୍ଟିବାୟୋଟିକ୍ସର ବ୍ୟବହାର କରାଯାଉଛି । ତେବେ ଆଣ୍ଟିବାୟୋଟିକ୍ସରର ପ୍ରଭାବ ସଂକ୍ରମିତଙ୍କ ଉପରେ ଦେଖା ଯାଉନି । ଫଳରେ ସଂକ୍ରମିତଙ୍କ ଚିକିତ୍ସା କରିବା ଜଟିଳ ହୋଇ ପଡ଼ିଛି ।
📱 Get Argus News App
✨
ଭାଇରସ୍ ଚିହ୍ନିବା ମୁସ୍କିଲ୍
ଋଷରେ ବ୍ୟାପୁଥିବା ରହସ୍ୟଜନକ ଭୂତାଣୁ ଚିହ୍ନଟ କରିବା ମୁସ୍କିଲ୍ ହୋଇ ପଡ଼ିଛି । କାରଣ ଏହା ଉପରେ କୌଣସି ଆଣ୍ଟିବାୟୋଟିକ୍ସ କାମ କରୁନି । ଫ୍ଲୁ, କୋଭିଡ୍ ଭଳି ପରୀକ୍ଷା ନେଗେଟିଭ୍ ଆସୁଛି । ଦିନକୁ ଦିନ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ତେଣୁ ଲୋକେ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର ।
କେମିତି ଜାଣିବେ ?
ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ପ୍ରଥମେ ଫ୍ଲୁର ଲକ୍ଷଣ ଦେଖା ଯାଉଛି । ଯାହା ଧିରେ ଧିରେ ବୃଦ୍ଧି ପାଉଛି । ରୋଗର ପ୍ରମୁଖ ଲକ୍ଷଣ ହେଲା ଶରୀରରେ ଦରଜ ଅନୁଭବ ହେବା ସହ ଏହା ଦ୍ରୁତଗତିରେ ବୃଦ୍ଧି ପାଇବା । ପ୍ରବଳ ମାତ୍ରାରେ କାଶ ହେବା ସହ କାଶରେ ରକ୍ତ ପଡ଼ିବା ।