Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Imran Khan / ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ସସପେନ୍ସ ଉପରୁ ଉଠିଲା ପରଦା

Rashmita Mishra
Browse all articles by Rashmita Mishra
·7 months ago·2 min read
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ସସପେନ୍ସ ଉପରୁ ଉଠିଲା ପରଦା

Key Points

ଇମ୍ରାନ୍‌ଙ୍କୁ ନେଇ ଚାଲିଥିବା ଅଟକଳ ମଧ୍ୟରେ ବୟାନ ରଖିଲା ଜେଲ୍ ପ୍ରଶାସନ
ବୟାନ ରଖିଲା ଇମ୍ରାନ୍ ବନ୍ଦୀ ଥିବା ଆଦିୟାଲ ଜେଲ୍ ପ୍ରଶାସନ
ଇମ୍ରାନ୍‌ଙ୍କୁ ନେଇ ଚାଲିଥିବା ଗୁଜବକୁ ଖାରଜ କଲା ଜେଲ୍ ପ୍ରଶାସନ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ସସପେନ୍ସ ଉପରୁ ଉଠିଲା ପରଦା। ଜୀବିତ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଜେଲରେ ଇମ୍ରାନ ସୁସ୍ଥ ଥିବା ନେଇ ବୟାନ ଜାରି କଲା ଜେଲ ପ୍ରଶାସନ। ପାକିସ୍ତାନର ଆଦିୟାଲ୍ ଜେଲ ପ୍ରଶାସନ ପକ୍ଷରୁ ଜାରି ହୋଇଛି ବୟାନ।

ସୂଚନାନୁଯାୟୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଖବର ସାରା ବିଶ୍ୱରେ ଚହଳ ପକାଇଛି । ବୁଧବାର ସେ ଜେଲରେ ପ୍ରାଣ ହରାଇଥିବା ଖବର ଆସିଥିଲା । ଏବେ ଜେଲ କର୍ତ୍ତୃପକ୍ଷ ଏ ଖବରକୁ ମିଛ କହିବା ସହ ଖାରଜ କରିଛନ୍ତି । ପାକିସ୍ତାନ ତେହରିକ୍ ପାର୍ଟି ତଥା ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଜେଲରୁ ବାହାରକୁ ସ୍ଥାନାନ୍ତର କରାଯାଇଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଇମ୍ରାନ ଜେଲରେ ଅଛନ୍ତି ଏବଂ ସୁସ୍ଥ ଥିବା ଜେଲ ପକ୍ଷରୁ କୁହାଯାଇଛି ।

ରାଓ୍ୱଲପିଣ୍ଡି ଜେଲ ପକ୍ଷରୁ କୁହାଯାଇଛି ଯେ, ଅଦିୟାଲା ଜେଲରୁ ଇମ୍ରାନଙ୍କ ସ୍ଥାନାନ୍ତର ଖବରରେ କୌଣସି ସତ୍ୟତା ନାହିଁ । ସେ ସୁସ୍ଥ ଅଛନ୍ତି ଏବଂ ସମସ୍ତ ସୁବିଧା ପ୍ରଦାନ କରାଯାଉଛି । ସେହିପରି ଇମ୍ରାନଙ୍କୁ ଫାଇଭ୍ ଷ୍ଟାର୍ ହୋଟେଲ ଭଳି ସୁବିଧା ମିଳୁଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ କହିଛନ୍ତି
ଇମ୍ରାନଙ୍କ ମୃତ୍ୟୁ ନେଇ ଖବର

ଆଫଗାନିସ୍ତାନ ଏବଂ ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜେଲରେ ଇମ୍ରାନଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଚାର କରିଥିଲେ । ପାକିସ୍ତାନ ତେହରିକ-ଏ ଇନସାଫର ଜଣେ ସଦସ୍ୟ କହିଥିଲେ, ଇମ୍ରାନଙ୍କ ଭଉଣୀ ନୋରିନୀ ନିଆଜୀ, ଆଲୀମା ଖାନ ଏବଂ ଡ. ଉଜମା ଖାନ ଆଦିଆଲା ଜେଲରେ ନିଜ ଭାଇ ଇମ୍ରାନ ଖାନଙ୍କୁ ସାକ୍ଷାତ କରିବାକୁ ଦାବି କରିଥିଲେ । ଏହି ସମୟରେ ସେମାନଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିଲା। ଏହା ବିରୋଧରେ ସେମାନେ ଜେଲ୍ ସାମ୍ନାରେ ପ୍ରତିବାଦ କରିଥିଲେ ।

ନୋରିନୀ ନିଆଜୀ କହିଥିଲେ, ସେମାନେ ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରିଥିଲେ । ସେମାନେ ରାସ୍ତା ଜାମ୍ କରିନଥିଲେ କି ଲୋକଙ୍କ ଯାତାୟତରେ ବାଧା ଦେଇନଥିଲେ । କିନ୍ତୁ କୌଣସି ଚେତାବନୀ ବିନା ସେହି ସ୍ଥାନର ଆଲୋକ ବନ୍ଦ କରିଦିଆଗଲା । ଅନ୍ଧକାରରେ ପଞ୍ଜାବ ପୋଲିସ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲା । ତାଙ୍କୁ ୭୧ ବର୍ଷ ବୟସ । କିନ୍ତୁ ପୋଲିସ ଏହାକୁ ଖାତିର ନକରି ଚୁଟି ଘୋଷାରି ଥିଲା ଏବଂ ରାସ୍ତା ଉପରେ ଟାଣି ଟାଣି ନେଇଥିଲା ।’ ସେହିଭଳି ଜେଲ୍ ବାହାରେ ପ୍ରତିବାଦ କରୁଥିବା ଅନ୍ୟ ମହିଳାଙ୍କୁ ପଞ୍ଜାବ ପୋଲିସ ମାଡ଼ ମାରିଥିବା ନେଇ ନୋରିନୀ ଅଭିଯୋଗ କରିଥିଲେ ।

ପୋଲିସର ଏଭଳି ଆଚରଣ ବେଆଇନ୍ ଏବଂ ନାଗରିକ ଅଧିକାରର ଉଲ୍ଲଂଘନ । ଦୀର୍ଘ ୩ ବର୍ଷ ଧରି ପୋଲିସ ସାଧାରଣ ଲୋକଙ୍କ ଉପରେ ଏଭଳି ଅତ୍ୟାଚାର କରିଆସିଛି । ଏଭଳି ଆଚରଣ ଏକ ଗଣତାନ୍ତ୍ରିକ ସମାଜ ଲାଗି ବିପଦ ବୋଲି କହିଛନ୍ତି ଇମ୍ରାନଙ୍କ ଭଉଣୀ ନୋରିନୀ ନିଆଜୀ ।

ତେବେ ଇମ୍ରାନଙ୍କୁ ସାକ୍ଷାତ କରିବା ଉପରେ ସରକାର ବ୍ୟାନ୍ ଲଗାଇବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବିଭିନ୍ନ ମାମଲାରେ ୨୦୨୩ ଅଗଷ୍ଟରୁ ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ ଖାନ । କିନ୍ତୁ ତାଙ୍କ ସହ ସାକ୍ଷାତ ଉପରେ କାହିଁକି ପ୍ରତିବନ୍ଧକ ଲାଗିଛି ତାର କାରଣ ଅସ୍ପଷ୍ଟ । ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବା ନେଇ ତାଙ୍କ ଦଳ ଦାବି କରିଆସୁଥିଲା । ଏବେ କିନ୍ତୁ ସେ ଜୀବିତ ନଥିବା ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Imran Khan | Mystery Behind Former Pakistan Prime Minister’s Death Revealed | Argus News