Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆସନ୍ତାକାଲିଠୁ ପ୍ରଧାନମନ୍ତ୍ରୀଙ୍କ ୨ ଦିନିଆ ସାଉଦି ଆରବ ଗସ୍ତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆସନ୍ତାକାଲିଠୁ ପ୍ରଧାନମନ୍ତ୍ରୀଙ୍କ ୨ ଦିନିଆ ସାଉଦି ଆରବ ଗସ୍ତ

ଆସନ୍ତାକାଲି ଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ସାଉଦି ଆରବ ଗସ୍ତ । କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ନିମନ୍ତ୍ରଣ ସ୍ବୀକାର କରିଛନ୍ତି ମୋଦି । ମୋଦି ଓ ସଲମାନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର ରହିଛି କାର୍ଯ୍ୟକ୍ରମ । ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ, ରାଜନୈତିକ, ସାମାଜିକ, ସାଂସ୍କୃତିକ ସମ୍ପର୍କ ହେବ ଅଧିକ ଦୃଢ଼ । ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏହି ଗସ୍ତକୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ।


ଏହି ଗସ୍ତ ମଧ୍ୟ ସ୍ୱତନ୍ତ୍ର କାରଣ ସାଉଦି ଆରବ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର । ସାଉଦି ଆରବରେ ଭାରତୀୟ ପ୍ରବାସୀମାନଙ୍କର ଜନସଂଖ୍ୟା ବହୁତ ଅଧିକ । ସମ୍ଭବତଃ ବିଶ୍ୱର ଯେକୌଣସି ଦେଶରେ ଏହା ଦ୍ୱିତୀୟ ସର୍ବାଧିକ ଭାରତୀୟ ପ୍ରବାସୀ ଜନସଂଖ୍ୟା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଦୃଢ଼ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଏକ ଭଲ ସୁଯୋଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Narendra modi's 2-day visit to Saudi Arabia from tomorrow | Argus News