ମଙ୍ଗଳ ଗ୍ରହରେ ନାସା ଠାବ କରିଛି ସୁନା ଚଟାଣ

ମଙ୍ଗଳ ଗ୍ରହରେ ନିରନ୍ତର ଭାବେ ଗବେଷଣା ଜାରି ରଖିଛି ନାସାର ପରସିଭରନ୍ସ ରୋଭର। ଏହି ରୋଭରଟି ଗତ ଡିସେମ୍ବର ମାସରୁ, ହେଜେଲ୍ ହିଲ୍ ନାମକ ଏକ ଉଚ୍ଚ ପାହାଡିଆ ସ୍ଥାନରେ ଘୁରି ବୁଲିଛି। ଯାହା ପୂର୍ବରୁ ଗୋଟେ ହ୍ରଦ ଥିଲା ବୋଲି ଗବେଷଣାରୁ ଜଣା ପଡିଛି। ଯେଉଁଠାରୁ କିଛି ଭିନ୍ନ ପଥର ପାଇଥିବା ସୂଚନା ଦେଇଛି ନାସା। ସ୍ପେସ ଡଟ୍ କମ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଏହି କଛି ମାସ ମଧ୍ୟରେ ସଂଗ୍ରହ ହୋଇଥିବା ପଥର ମଧ୍ୟରୁ ୭ ଟି ପଥରକୁ ଭଲଭାବେ ପରୀକ୍ଷା କରାଯାଇଛି।
୮୩ ଟି ପଥରର ଲେଜର ପରୀକ୍ଷଣ କରାଯାଇଛି। ପରସିଭରନ୍ସ ପ୍ରୋଜେକ୍ଟ ଉପରେ କାମ କରୁଥିବା ବୈଜ୍ଞାନିକଙ୍କ କହିବା କଥା ଏଠାରେ ଏକ ସୁନା ଭଳି ଚଟାଣ ଠାବ ହୋଇଛି। ତା ଉପରେ ଛୋଟ ଛୋଟ ସୁନା ଭଳି ଦେଖାଯାଉଥିବା ପଥର ବାହାରେ ବିଚ୍ଛୁରିତ ହୋଇ ପଡିଛି। ଉଲ୍କାପିଣ୍ଡ ପ୍ରଭାବ ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
📱 Get Argus News App
✨ଏହା ପ୍ରାୟ ୩.୯ ବିଲିୟନ ବର୍ଷ ପୁରୁଣା ହୋଇପାରେ। ସେହିଭଳି ସର୍ପଣ୍ଟାଇନ୍ ନାମକ ଏକ ଖଣିଜ ପଦାର୍ଥ ମଳିଛି। ଯାହାକୁ ପ୍ରକ୍ରିୟାକରଣ କରି ହାଇଡ୍ରୋଜେନ ଗ୍ୟାସ୍ ଉତ୍ପାଦନ ହୋଇପାରିବ। ଯାହା ପୃଥୀବି ପାଇଁ ଉପକାରୀ ହୋଇପାରେ।
ଏଠାରେ ବୁଲୁଥିବା ରୋଭର ଆଗକୁ ଆହୁରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବା ଆଶା କରାଯାଉଛି। ମଙ୍ଗଳ ଗ୍ରହରେ କେବେ ଜୀବନ ଥିଲା କି ନାହିଁ ତାହା ଦେଖିବା ପାଇଁ ବୈଜ୍ଞାନିକମାନେ ଏହି ପଥରଗୁଡ଼ିକୁ ପୃଥିବୀକୁ ଆଣିବାକୁ ଚାହୁଁଛନ୍ତି। ନାସା ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଛି।