Videos
|
International

ମହାକାଶରେ ମାନବ ମଳ ରିସାଇକେଲ ପ୍ରକ୍ରିୟା ଉଦ୍ଭାବନ କଲେ ମିଳିବ ୨୫ କୋଟି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
  ମହାକାଶରେ ମାନବ ମଳ ରିସାଇକେଲ ପ୍ରକ୍ରିୟା ଉଦ୍ଭାବନ କଲେ ମିଳିବ ୨୫ କୋଟି

ମହାକାଶରେ ହେଉଥିବା ଆବର୍ଜନାର ରିଆସାଇକେଲ୍ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏହା କିଭଳି କରାଯାଇପାରିବ ଯିଏ ଏହା ଉଦ୍ଭାବନ କରି ଦେଖାଇବେ ତାଙ୍କୁ ୨୫ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି ନାସା। ମହାକାଶଚାରୀଙ୍କ ମଳ, ବାନ୍ତି ଆଦିର କିଭଳି ପୁନଃ ପ୍ରକ୍ରିୟାକରଣ କରାଯାଇ ପାରିବ ସେଇ ଗବେଷଣା କରି ପ୍ରଯୁକ୍ତିବିଦ୍ୟା ଆଣିପାରିବ ତାଙ୍କୁ ୨୫ କୋଟି ସହାୟତା ପ୍ରଦାଦ କରାଯିବ।


ଏଥିପାଇଁ ନାସା ପକ୍ଷରୁ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ମହାକାଶ ମିଶନ ପାଇଁ ଯାଉଥିବା ମହାକାଶଚରୀଙ୍କ ମଳ କିଭଳି ପରିଚାଳନା ହୋଇ ପାରିବ ତାହା ରହିଛି ଏକ ବଡ଼ ଆହ୍ବାନ। ଏଥିପାଇଁ ୨୦୨୫ ମାର୍ଚ୍ଚ ୩୧ ମଧ୍ୟରେ କିଛି ଗବେଷକଙ୍କ ପାଖରୁ ପ୍ରୋଜେକ୍ଟ ହସ୍ତଗତ ହୋଇଛି। ଯାହାକୁ ନେଇ ତଜର୍ମା କରୁଛି ନାସା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାକାଶଯାନରେ ମହାକାଶଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ କରାଯାଇଥାଏ। ଜିରୋ ଗ୍ରାଭିଟିରେ ଯେପରି ମଳ ପବନରେ ନ ଭାସିବ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥାଏ। ମହାକାଶରେ ଥିବା ଶୌଚାଳୟରେ ଏକ ଛୋଟ ଛିଦ୍ର ରହିଥାଏ । ଯାହା ଜରିଆରେ ମଳ ବାହାରି ଥାଏ।


ପରିସ୍ରା ଏଠାରେ ପାଣିରେ ବଦଳୁଥିବା ବେଳେ ମଳକୁ ରଖିବାକୁ ପଡେ। ଓ ଏହାକୁ ବାହାରକୁ ଫୋପାଡିବାକୁ ପଡେ। ବର୍ତ୍ତମାନ ଚନ୍ଦ୍ରରେ ୯୬ ବ୍ୟାଗ୍ ମାନବ ଆବର୍ଜନା ରହିଛି। ଦଶନ୍ଦିପୂର୍ବେ ଆପୋଲ ମିଶନ ସମୟରେ ମହାକାଶଚାରୀ ଏହାକୁ ଛାଡି ଆସିଥିଲେ। ଯାହା ଏବେବି ପଡି ରହିଛି ସେଠାରେ।

NASA to donate $250 million for inventing process to recycle human waste in space | Argus News