Videos
|
International

NASA Scientist / ଖୀପ୍ର ଗତିରେ ମାଡ଼ିଆସୁଛନ୍ତି ହଜାର ହଜାର ଆଷ୍ଟ୍ରୋଏଡ୍, ଅନ୍ଧାର ହୋଇଯିବ ପୃଥିବୀ: ନାସା ବୈଜ୍ଞାନିକ

Banajyotshna Ray
Browse all articles by Banajyotshna Ray
·6 months ago·3 min read
ଖୀପ୍ର ଗତିରେ ମାଡ଼ିଆସୁଛନ୍ତି ହଜାର ହଜାର ଆଷ୍ଟ୍ରୋଏଡ୍, ଅନ୍ଧାର ହୋଇଯିବ ପୃଥିବୀ: ନାସା ବୈଜ୍ଞାନିକ
NASA Scientist

Key Points

ମାଡି ଆସୁଛନ୍ତି ହଜାର ହଜାର ଆଷ୍ଟ୍ରୋଏଡ୍
ଚେତାଇଦେଲେ ନାସା ବୈଜ୍ଞାନିକ
ଏମିତି ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। କାରଣ ପୃଥିବୀ ଉପରକୁ ମାଡ଼ିଆସୁଛି ମହାବିପଦ। ଭୟଙ୍କର ହୋଇଯିବ ପରିସ୍ଥିତି। ଅନ୍ଧାର ହୋଇଯିବ ପୁରା ଦୁନିଆ।'' ଏମିତି କିଛି ଖବର ବର୍ତ୍ତମାନ ସମସ୍ତଙ୍କୁ ଭୟଭୀତ କରିଛି। କାହିଁକି ନା ମାଡ଼ି ଆସୁଛି ବିପଦ । ଆତଙ୍କ ଖେଳାଇବ ପ୍ରଳୟ । ଛାରଖାର ହୋଇଯିବ ସବୁ କିଛି । ଜୀବଜଗତ ଉପରେ କଳା ବାଦଲ । ଭଗ୍ନସ୍ତୁପ ପାଲଟିବ ପୃଥିବୀ । ରହିବନି କାହାରି ସତ୍ତା । ନାସା ବୈଜ୍ଞାନିକଙ୍କ ଆଶଙ୍କାକୁ ନେଇ ସବୁଠି ଚର୍ଚ୍ଚା ଓ ଆଲୋଚନା । ପୃଥିବୀ ଉପରେ ମାଡ ହୋଇପାରେ ବିରାଟ ଆଷ୍ଟ୍ରୋଏଡ୍ । ଯାହା ପାଇଁ ଭୟ ଏବଂ ଆତଙ୍କର ମାହୋଲ । ଏହା ପ୍ରଥମ ଥର ନୁହେଁ ଯେ, ଆଷ୍ଟ୍ରୋଏଡ୍‌ ମାଡ଼ି ହେବା ଘଟଣା। ପୂର୍ବରୁ ଅନେକ ଥର ମାଡ ହୋଇଛି ଆଷ୍ଟୋଏଡ୍ । ଯାହା ଭିତରୁ ସବୁଠୁ ପପୁଲାର୍ ଚିକ୍ ଜୁଲବ୍ ।

୬୬ ନିୟୁତ ବର୍ଷ ତଳେ ମେକ୍ସିକୋରେ ଖସିଥିଲା ଚିକ୍ ଜୁଲବ । ଆକାର ଥିଲା ୧୫୦ କିଲୋମିଟରରୁ ବେଶି । ଭୟଙ୍କର ଥିଲା ପ୍ରଭାବ । ସୃଷ୍ଟି କରିଥିଲା ବିରାଟ ଗର୍ତ୍ତ ।ସେହିପରି ୧୯୦୮ରେ ଖସିଥିଲା ଟୁନଗୁସକା । ସାଇବେରିଆରେ ରଚିଥିଲା ଧ୍ୱଂସଲୀଳା । ଶୋଇ ପଡିଥିଲେ ୮୦ ଲକ୍ଷ ଗଛ । ମରୁଭୂମିରେ ବଦଳିଥିଲା ୨୧୫୦ ବର୍ଗ କିଲୋମିଟର ଅଞ୍ଚଳ । ୨୦୧୩ରେ ଋଷିଆରେ ତାଣ୍ଡବ ରଚିଥିଲା ଚେଲୟାବିନସେକ୍ । ଯାହାର ଆକାର ଥିଲା ୨୦ ମିଟର । ଓଜନ ୧୪ ହଜାର ଟନ୍ । ମାଡ ହେଲା ପରେ ଆହତ ହୋଇଥିଲେ ଶହଶହ ଲୋକେ । ସାରା ବିଶ୍ୱରେ ସୃଷ୍ଟି କରିଥିଲା କମ୍ପନ ।

ନାସାର ଭୟଙ୍କର ଅନୁମାନ । ପୃଥିବୀ ଚାରିପାଖେ ବୁଲୁଛନ୍ତି ଆଷ୍ଟ୍ରୋଏଡ୍ ବା କ୍ଷୁଦ୍ର ଗ୍ରହ । ଧରିତ୍ରୀ ସୃଷ୍ଟି ବେଳେ ଆଷ୍ଟ୍ରୋଏଡ ନେଇଥିଲା ଜନ୍ମ । ଏମାନଙ୍କ ଆକାର ଖୁବ୍ ଛୋଟ । ତେଣୁ ନେଇ ପାରିନାହାଁନ୍ତି ଗ୍ରହର ରୂପ । ମାଧ୍ୟାକର୍ଷଣ ଶକ୍ତି ବି କମ୍ । ତେଣୁ ସେମାନେ ପୃଥିବୀ ଚାରିପାଖେ ଘୁରି ବୁଲୁଛନ୍ତି । କୋଟି କୋଟି ବର୍ଷ ଧରି ଚାଲିଛି ପ୍ରକ୍ରିୟା । ଏବେ କିନ୍ତୁ ପୃଥିବୀ ପାଇଁ ବିପଦ ଆଷ୍ଟ୍ରୋଏଡ ବା କ୍ଷୁଦ୍ର ଗ୍ରହ । ୧୩.୮ ବିଲିୟନ ବର୍ଷ ତଳର କଥା । ମହାକାଶରେ ଘଟିଥିଲା ବିସ୍ଫୋରଣ । ଭାଙ୍ଗିଥିଲେ ବିରାଟ ପଥର ଖଣ୍ଡ । ଶୂନ୍ୟରେ ବୁଲିଲା ଛୋଟ ବଡ ପଥର । ସୃଷ୍ଟି ହେଲା ଅନେକ ସୌର ମଣ୍ଡଳ । ଧିରେ ଧିରେ ଶାନ୍ତ ପଡିଲା ବିଗ୍ ବ୍ୟାଙ୍ଗ୍ ପ୍ରକ୍ରିୟା । ଗ୍ରହର ରୂପ ନେଲେ ଅନେକ ମହାଜାଗତିକ ବସ୍ତୁ । ପୃଥିବୀ ଭଳି ହେଲେ ସୂର୍ଯ୍ୟଙ୍କ ପରିବାରର ଅଂଶ । ଏକମାତ୍ର ଗ୍ରହ ଭାବେ ପୃଥିବୀରେ ରହିଛି ଜୀବସତ୍ତା ।''

ଏଠାରେ ଜଳ-ଅମ୍ଳଜାନ ତିଆରି କରିଛି ଜୀବନ । ଉଦ୍ଭିଦଠୁ ଶୈବାଳ । ଏମିବାଠୁ ମଣିଷ । ସମସ୍ତଙ୍କ ସାହାରା ହେଉଛି ପୃଥିବୀ । ହେଲେ ଏବେ ଦେଖାଦେଇଛି ସଙ୍କଟ ।
ଜନ୍ ହପକିନ୍ସ୍ ଯୁନିଭର୍ସିଟିର ଡକ୍ଟର ନ୍ୟାନସି ଚାବୋଟ ଦୋହରାଇଛନ୍ତି ସମାନ କଥା । ମହାକାଶରେ ନାସା ଚଳାଇଛି ଡାର୍ଟ ମିସନ୍ ।'' ଯାହା ଆଷ୍ଟ୍ରୋଏଡଙ୍କଠୁ ପୃଥିବୀକୁ କରୁଛି ରକ୍ଷା । କବଚ ଭଳି ସୁରକ୍ଷା ବଳୟ । କିନ୍ତୁ ଯଥେଷ୍ଟ ନୁହେଁ ଡାର୍ଟ ମିଶନ୍ । ସବୁ ପଥରକୁ ଅଟକାଇପାରିବନି ଡାର୍ଟ୍ । କିଛି କିଛି ଆଷ୍ଟ୍ରୋଏଡ ୧୪୦ ମିଟରରୁ ଅଧିକ ଲମ୍ବା । ଆକାର ଫୁଟବଲ ପଡିଆ ଭଳି । ମାଡ ହେଲେ ବେଶି ସମୟ ଲାଗିବନି । କିଛି କ୍ଷଣରେ ମଶାଣି ପାଲଟିବ ନ୍ୟୁୟର୍କ-ଓ୍ୱାସିଂଟନ ସହର ।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: NASAର ବଡ଼ ନିଷ୍ପତ୍ତି; ଏଣିକି ମହାକାଶକୁ ନିଜ ଫୋନ ନେବେ ମହାକାଶଚାରୀ

ସତର୍କ କରାଇଛନ୍ତି ନାସା ବୈଜ୍ଞାନିକ ।'' ତାଙ୍କ କହିବା କଥା ହେଲା ବାୟୁମଣ୍ଡଳ ବାହାରେ ବୁଲୁଛନ୍ତି ଆଷ୍ଟ୍ରୋଏଡ । ଗୋଟିଏ ନୁହେଁ ଏମିତି ୨୫ ହଜାର ଆଷ୍ଟ୍ରୋଏଡ୍ । ଏସବୁ ଭିତରୁ ଅନେକ ଅଜଣା । ଅଛନ୍ତି ଦୂରରେ । କେତେବେଳେ ବି ବଦଲାଇପାରନ୍ତି ନିଜର ଗତିପଥ । ଖୁବ୍ ଶକ୍ତିଶାଳୀ ସେମାନେ । ମାଡ ହେଲେ ରଚିବେ ପ୍ରଳୟ । ବଡ ବଡ ସହରରେ ଘଟିବ ମୃତ୍ୟୁର ବିଭୀଷିକା । ଯାହା ଦିନେ ଧରାପୃଷ୍ଠରୁ ନିପାତ କରିଥିଲା ବିରାଟ ଡାଏନସୋର । କିନ୍ତୁ ଏହି ଘଟଣା କେତେଦୁର ସତ ତାହା ଜଣାପଡ଼ିନଥିବାବେଳେ ଆଗାମି ସମୟ ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ବିଦେଶ ଖବର: