Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନେପାଳରୁ ହଟିଛି କର୍ଫ୍ୟୁ, ଖୋଲିଲା ଦୋକାନ ବଜାର

Banajyotshna Ray
Browse all articles by Banajyotshna Ray
·10 months ago·1 min read
ନେପାଳରୁ ହଟିଛି କର୍ଫ୍ୟୁ, ଖୋଲିଲା ଦୋକାନ ବଜାର

Key Points

ନେପାଳରୁ ହଟିଛି କର୍ଫ୍ୟୁ । ଖୋଲୁଛି ଦୋକାନ ବଜାର ମାର୍କେଟ, ସର୍ପିଂ ମଲ୍

ନେପାଳରୁ ହଟିଛି କର୍ଫ୍ୟୁ । ଖୋଲୁଛି ଦୋକାନ ବଜାର ମାର୍କେଟ, ସର୍ପିଂ ମଲ୍ । ଅନ୍ତରୀଣ ସରକାର ଗଠନ ହେବା ପରେ, ସୁରକ୍ଷା ବାହିନୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକାଧିକ ବଡ଼ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୫ରେ ହେବ ନେପାଳ ନିର୍ବାଚନ । କାଠମାଉଣ୍ଡୁ ଘାଟିରୁ ଆରମ୍ଭ କରି ଅନ୍ୟ ଅଞ୍ଚଳରେ ଜୀବନ ଧୀରେ ଧୀରେ ସାମାନ୍ୟ ହେଉଛି । ପ୍ରମୁଖ ସରକାରୀ ବିଲିଡିଂର ମରାମତି ମଧ୍ୟ ଆରମ୍ଭ ହୋଇଛି । ଗତକାଲି ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଅନ୍ତରୀଣ ସରକାରର ଦାୟିତ୍ୱ ଗ୍ରହଣ କରିଛନ୍ତି । ନେପାଳ ପୋଲିସ ସୂଚନା ଅନୁସାରେ ନେପାଳ ଜେନ-ଜି ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୫୧ ରହିଛି ।


ଏହାମଧ୍ୟରେ ୨୧ ଜଣ ବିକ୍ଷୋଭକାରୀ , ୯ ଜଣ କଏଦୀ, ୩ ଜଣ ପୋଲିସ କର୍ମଚାରୀ ଏବଂ ୧୮ ଜଣ ସାଧାରଣ ନାଗରିକ ସାମିଲ ଅଛନ୍ତି । ନେପାଳ ପୋଲିସ ସାରା ଦେଶରେ ହିଂସା, ପୋଡ଼ାଜଳା ଏବଂ ଲୁଟପାଟ ଘଟଣା ସମ୍ପର୍କରେ ଜନସାଧାରଣଙ୍କୁ ସହଯୋଗ ପାଇଁ ନିବେଦନ କରିଛି । 9 ତାରିଖରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ହିଂସା ଥମି ନଥିଲା । ପ୍ରଦର୍ଶନକାରୀମାନେ ସଂସଦ ଭବନ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ, ରାଜନୈତିକ ଦଳର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Curfew Lifted in Nepal, Shops and Markets Reopen | Argus News | Argus News