Climate Compensation / ନେପାଳରେ ଫ୍ଲାଶ ଫ୍ଲଡ ପାଇଁ ଏହି ଦେଶକୁ ଦୋଷ ଦେଲା... ୩ ଦେଶଠାରୁ କ୍ଷତିପୂରଣ ମାଗିଲା....
·1 hour ago·3 min read

Key Points
ନେପାଳ ଏବେ ବିଶ୍ବର ପ୍ରମୁଖ ପ୍ରଦୂଷଣକାରୀ ରାଷ୍ଟ୍ରଗୁଡ଼ିକ ନିକଟରୁ ଜଳବାୟୁ କ୍ଷତିପୂରଣ ଦାବି କରିଛି
ନେପାଳର ରସୁଓ୍ବା ଜିଲ୍ଲା ଏବଂ ଉତ୍ତର ସୀମାନ୍ତ ଅଞ୍ଚଳରେ ଆସିଥିବା ପ୍ରଳୟଙ୍କାରୀ ଆକସ୍ମିକ ବନ୍ୟାରେ ୧୧ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଭଳି ଛାତିଥରା ଘଟଣା ଘଟିବାପରେ ନେପାଳ ଏବେ ବିଶ୍ବର ପ୍ରମୁଖ ପ୍ରଦୂଷଣକାରୀ ରାଷ୍ଟ୍ରଗୁଡ଼ିକ ନିକଟରୁ ଜଳବାୟୁ କ୍ଷତିପୂରଣ ଦାବି କରିଛି। ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ ସ୍ପଷ୍ଟ କରିଛନ୍ତି ଯେ, କାଠମାଣ୍ଡୁ ନିଜର ଅନ୍ତର୍ଜାତୀୟ କୁଟନୀତିକୁ ସହାୟତା ଗ୍ରହଣ ବଦଳରେ ନ୍ୟାୟ କ୍ଷତିପୂରଣ ଆଡ଼କୁ ବଦଳାଉଛି। ତେବେ ବନ୍ୟା ସବୁକିଛି ଛିନଛତ୍ର କରିଦେଇଛି । ହଜାର ହଜାର ମୃତଦେହ ଏବେ ବି ମାଟିତଳେ ପୋତି ହୋଇରହିଛି । ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଛି ଫାଳେ ନେପାଳ । ଏତିକିବେଳେ ସାହାଯ୍ୟ ସହଯୋଗର ହାତ ବଢାଇଛି ଭାରତ । ଅନ୍ୟଦେଶ ଗୁଡ଼ିକ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ହେଲେ ଏହାରି ଭିତରେ ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ କହିଛନ୍ତି, ତିନି ଦେଶର ଉପରେ ସବୁ ଉତ୍ତରଦାୟିତ୍ୱ ରହିଛି। ସେମାନଙ୍କୁ ଜଳବାୟୁ ଜନିତ କ୍ଷତିପୂରଣ ଦେବାକୁ ପଡ଼ିବ। ଆଉ ସେହି ମାନଙ୍କ ପାଇଁ ନେପାଳ ଭୋଗିଛି ଏତେବଡ଼ ଶାସ୍ତି । ତେଣୁ କ୍ଷତିପୂରଣ ମାଗିବା ଆରମ୍ଭ କରିଛି ନେପାଳ।
ଖାନଲ କହିଛନ୍ତି, ଚୀନ୍ ସବୁଠାରୁ ଅଧିକ ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗମନ କରୁଥିବାବେଳେ ଆମେରିକା ଦ୍ବିତୀୟ ଓ ଭାରତ ତୃତୀୟ ସର୍ବାଧିକ ଗ୍ରୀନ୍ ହାଉସ୍ ଗ୍ୟାସ ଛାଡ଼ୁଛନ୍ତି, ଯାହା ଫଳରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ତେଣୁ ନେପାଳ ଭଳି ବିପର୍ଯ୍ୟସ୍ତ ରାଷ୍ଟ୍ରଗୁଡ଼ିକୁ କ୍ଷତିପୂରଣ ଦେବାର ସେମାନଙ୍କର ଏକ ଐତିହାସିକ ଦାୟିତ୍ୱ ରହିଛି। ଖାନଲ କହିଛନ୍ତି ଯେ, କାଠମାଣ୍ଡୁ ଅନ୍ତର୍ଜାତୀୟ ଫୋରମରେ ସମ୍ପୂର୍ଣ୍ଣ ଦୃଢ଼ତା ଓ ସ୍ପଷ୍ଟତାର ସହିତ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବାକୁ ଯୋଜନା କରୁଛି। ସେ କହିଛନ୍ତି ଯେ, ନେପାଳ ଜଳବାୟୁ ପରିବର୍ତ୍ତନ ଯୋଗୁ ଏତେ ବଡ଼ ବିପଦର ସମ୍ମୁଖୀନ ହୋଇଥିବାରୁ ଜଳବାୟୁ ସମ୍ବନ୍ଧୀୟ କ୍ଷତି ପାଇଁ ପ୍ରମୁଖ ନିର୍ଗମନକାରୀଙ୍କଠାରୁ କ୍ଷତିପୂରଣ ଲୋଡ଼ିବ।
ନେପାଳ ମନ୍ତ୍ରୀ କହିଛନ୍ତି ଯେ, ନେପାଳର ଅର୍ଥ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ଏହାର ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଆନୁଷ୍ଠାନିକ ଜଳବାୟୁ କ୍ଷତିପୂରଣ ଦାବି ପତ୍ର ପଠାଇଛି। ଯଦି ଆମର ହିମାଳୟ ହିମବାହ ଉଭାନ ହୋଇଯାଏ, ତେବେ ଦକ୍ଷିଣ ଏସିଆର ଦୁଇ ଶହ କୋଟିରୁ ଅଧିକ ଲୋକଙ୍କ ଜଳ ସୁରକ୍ଷା - ଯେଉଁମାନେ ଗଙ୍ଗା ଓ ତ୍ରିଶୁଳୀ ଭଳି ନଦୀ ଉପରେ ନିର୍ଭରଶୀଳ - ସ୍ଥାୟୀ ଭାବରେ ବିପଦରେ ପଡ଼ିବ। ଆମେ କେବଳ ନେପାଳ ପାଇଁ ନୁହେଁ ବରଂ ଦକ୍ଷିଣ ଏସୀୟ ସଭ୍ୟତାର ସୁରକ୍ଷାକୁ ସମର୍ଥନ କରୁଛୁ ବୋଲି ଖାନଲ ଆହୁରି ମଧ୍ୟ କହିଛନ୍ତି।
ଅଗଷ୍ଟ ୨୬ରେ ନେପାଳ ଓ ସୀମାନ୍ତ ତିବ୍ଦରେ ଦେଖାଯାଇଥିବା ଜଳ ପ୍ରଳୟରେ ଏଯାଏ ୧୧୨୭ ଜଣଙ୍କ ମୃତଦେହ ମିଳିଥିବା ବେଳେ ଏବେ ବି ୪୦୦୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ନେପାଳ-ଚାଇନା ସୀମାରେ ପଥର ଓ ହିମ ସ୍ଖଳନ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା କୁହାଯାଉଛି।
ନେପାଳ ସରକାର ବିପର୍ଯ୍ୟୟର ୮ ଦିନ ପରେ ଭାରତ, ଚାଇନା ଓ ଆମେରିକାକୁ ଜଳ ପ୍ରଳୟର କ୍ଷତି ପୂରଣ ମାଗିଛନ୍ତି। ଏଥିସହ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ବା ବାଲେନ ଶାହ ମଧ୍ୟ ଜାତିସଂଘ ସାଧାରଣ ସଭା ଯାଇ ଜଳବାୟୁ କ୍ଷତିପୂରଣ ଦାବି ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଛୋଟ ଛୋଟ ଦେଶ କମ ପରିମାଣର ନିର୍ଗମନ କରୁଥିଲେ ହେଁ ସେମାନଙ୍କୁ ଭାରତ, ଚାଇନା ଓ ଆମେରିକା ପାଇଁ ଜଳ ବାୟୁ ପରିବର୍ତ୍ତନର ପରିଣାମ ଭୋଗିବାକୁ ପଡ଼ିଛି। ତେଣୁ ସେମାନଙ୍କୁ ଏବେ ପ୍ରାକୃତି ବିପର୍ଯ୍ୟୟର କ୍ଷତିପୂରଣ ଦେବାକୁ ହେବ ବୋଲି ସେ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାଠମାଣ୍ଡୁ ବିଧିବଦ୍ଧ ଭାବେ ଜାତିସଂଘ ସମର୍ଥିତ ଫଣ୍ଡ ଫର୍ ରେସ୍ପଣ୍ଡିଂ ଟୁ ଲସ୍ ଆଣ୍ଡ ଡ୍ୟାମେଜ୍ ନିକଟରେ ଜରୁରୀ ଆର୍ଥିକ ସହାୟତା ପାଇଁ ଆବେଦନ କରିଛି। ଏଥିସହ ନେପାଳ ଏହି ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରସଙ୍ଗରେ ନ୍ୟାୟ ପାଇବା ପାଇଁ ଅନ୍ତର୍ଜାତୀୟ ମଞ୍ଚର ଦ୍ୱାରସ୍ଥ ହେବାକୁ ମଧ୍ୟ ପ୍ରସ୍ତୁତ ହେଉଛି।
ଅଗଷ୍ଟ ୨୬ରେ ଭୋଟେ କୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ନେପାଳର ରାସୁୱା, ନୁୱାକୋଟ୍ ଓ ଧାଡିଙ୍ଗ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଧ୍ୱଂସ କରିଦେଇଥିଲା। ଘର, ରାସ୍ତା, ବ୍ରିଜ୍ ଓ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ନେପାଳ ଏହି ବିପର୍ଯ୍ୟୟକୁ ‘ହିମାଳୟୀ ସୁନାମି’ ଭାବେ ବର୍ଣ୍ଣନା କରିଛି। ବନ୍ୟାରେ ଧ୍ୱଂସ ହୋଇଥିବା ଅଞ୍ଚଳର ପୁନର୍ନିର୍ମାଣ ପାଇଁ ନେପାଳକୁ ୪ରୁ ୫ ବିଲିୟନ୍ ଡଲାର ଆବଶ୍ୟକ ହୋଇପାରେ। ଏହା ଦେଶର ଅର୍ଥନୀତିର ପ୍ରାୟ ୧୦ ପ୍ରତିଶତ ସହ ସମାନ ବୋଲି ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍ଲେ କହିଛନ୍ତି।

Related Topics
Explore more stories