Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Nepal Gen-Z Protest: ପ୍ରଧାନମନ୍ତ୍ରୀଙ୍କୁ ବିଦା କଲେ, ଅର୍ଥମନ୍ତ୍ରୀଙ୍କୁ ପିଟିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Nepal Gen-Z Protest: ପ୍ରଧାନମନ୍ତ୍ରୀଙ୍କୁ ବିଦା କଲେ, ଅର୍ଥମନ୍ତ୍ରୀଙ୍କୁ ପିଟିଲେ...

Key Points

ଜଳୁଛି ନେପାଳ, ସଂକଟରେ ଓଲି ସରକାର
ରାଷ୍ଟ୍ରପତିଙ୍କ ଆବାସ ଉପରେ ଆକ୍ରମଣ, ପଶିଲେ ବିକ୍ଷୋଭକାରୀ
କାଠମାଣ୍ଡୁରେ ଲଗାତାର ଦ୍ୱିତୀୟ ଦିନ ଆକ୍ରୋଶର ନିଆଁ

ନେପାଳରେ ଅଣାୟତ୍ତ ସ୍ଥିତି । ଭାରତର ପଡ଼ୋଶୀ ଦେଶରେ ଭୟଙ୍କର ହେବାରେ ଲାଗିଛି ପରିସ୍ଥିତି । ଦୋହଲିଯାଇଛି ନେପାଳ ରାଜନୀତି । ଇସ୍ତଫା ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ । ସୋସିଆଲ୍ ମିଡିଆ ଉପରେ ନେପାଳ ସରକାର ବ୍ୟାନ୍ ଲଗାଇବାରୁ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନର ନିଆଁରେ ଏବେ ଜଳୁଛି ପୁରା ଦେଶ । ସ୍ଥିତି ଏମିତି ହୋଇଛି ଯେ, ବାଧ୍ୟ ହୋଇ ପଦରୁ ଇସ୍ତଫା ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସମେତ ୨୧ ସାଂସଦ । ଏହାସହ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ ଇସ୍ତଫା ଦେଇସାରିଛନ୍ତି ।

ଶେଷରେ ଓଲି ଜେନ-Z ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଓଲିଙ୍କ ଇସ୍ତଫା ପରେ ସେନା ଦେଶର ଶାସନ ଭାର ନିଜ ହାତକୁ ନେଇପାରେ । ନେପାଳ ରାଜଧାନୀ କାଠମାଣ୍ଡୁରେ ଉଗ୍ର ରୂପ ନେଉଛି ଆନ୍ଦୋଳନ। ସେଠାକାର ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ । ସଂସଦ ଭବନରେ ପଶି ସେମାନେ କରିଛନ୍ତି ଲଙ୍କାକାଣ୍ଡ। ସଂସଦର ଉଭୟ ଗୃହରେ ପୋଡ଼ା ଜଳା କରିଛନ୍ତି। ଖାଲି ସଂସଦ ନୁହେଁ ନେପାଳର ରାଜଧାନୀ କାଠମାଣ୍ଡୁ ଏବେ ସମ୍ପୂର୍ଣ୍ଣ ଭାବେ ବିକ୍ଷୋଭକାରୀଙ୍କ କବଜାରେ ରହିଛି।

ନେପାଳର ଅର୍ଥମନ୍ତ୍ରୀଙ୍କୁ ପ୍ରଦର୍ଶନକାରୀମାନେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। କମ୍ୟୁନିଷ୍ଟ ପାର୍ଟି ମୁଖ୍ୟାଳୟ ଉପରେ ବି ପ୍ରଦର୍ଶନକାରୀ ଆକ୍ରମଣ କରିଛନ୍ତି। ଆହୁରି ମଧ୍ୟ କ୍ଷମତାସୀନ ନେପାଳୀ କଂଗ୍ରେସ ପାର୍ଟିର ଅଫିସରେ ବି ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ନେପାଳ ରାଜନୀତିରେ ସେତେବେଳେ ବଡ଼ ପରିବର୍ତ୍ତନ ଆସିଥିଲା, ଯେତେବେଳେ ଆନ୍ଦୋଳନକୁ ବଡ଼ ରାଜନୈତିକ ସମର୍ଥନ ମିଳିଥିଲା। ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ୨୧ ଜଣ ସାଂସଦ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ସଂସଦ ଭଙ୍ଗ କରି ନୂଆ ନିର୍ବାଚନ କରିବାକୁ ଏମାନେ ଦାବି କରିଥିଲେ।

ଏହା ପରେ ଓଲି ସରକାରଙ୍କ ଉପରେ ଚାପ ବଢ଼ିଥିଲା। ପ୍ରଧାନମନ୍ତ୍ରୀ ଓଲି ପଦ ଛାଡ଼ିବାକୁ ବାଧ୍ୟ ହେଲେ। ସେପଟେ ଓଲି ଦେଶ ଛାଡ଼ି ଦୁବାଇ ପଳାଇଯିବା ପ୍ରସ୍ତୁତିରେ ଥିବା ଖବର ଆସିଛି। PM ଓଲି ଦୁବାଇ ଯିବାକୁ ହିମାଳୟ ଏୟାରଲାଇନ୍ସକୁ ଷ୍ଟାଣ୍ଡବାୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ପଥର ମାଡ଼ ହୋଇଛି। ସୋସିଆଲ୍ ମିଡିଆ ବ୍ୟାନ୍ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ ପରେ ଓଲି ସରକାର କ୍ୟାବିନେଟ ବୈଠକ ଡାକି ନିଷ୍ପତି ନେଇଥିଲେ । ଫେସବୁକ୍, ଏକ୍ସ ଏବଂ ହ୍ୱାଟ୍ସଆପ୍ ସମେତ ସମସ୍ତ ସାଇଟ୍ ପୁନଃ ଆରମ୍ଭ କରାଯିବାକୁ ଘୋଷଣା କରାଯାଇଥିଲା।

ପ୍ରଦର୍ଶନକାରୀଙ୍କ ଦାବି ଅନୁଯାୟୀ ସୂଚନା ମନ୍ତ୍ରଣାଳୟ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ସୋସିଆଲ ମିଡିଆ ସାଇଟ ଗୁଡ଼ିକୁ ପୁନଃ ଆରମ୍ଭ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦର୍ଶନକାରୀଙ୍କୁ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି । ନେପାଳରେ ସୋସିଆଲ ମିଡିଆ ବନ୍ଦ ହେବା ପରେ ଦେଖାଦେଇଥିଲା ଭୟଙ୍ଗର ଅଶାନ୍ତି । ହଜାର ହଜାର ଯୁବକ ଓ ଯୁବତୀ ଏହି ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ । ବିରୋଧ ପ୍ରଦର୍ଶନ କରିଥିଲେ । ପରେ ବିରୋଧ ପ୍ରଦର୍ଶନକାରୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ସଂସଦ ପରିସର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ପ୍ରଦର୍ଶନକାରୀଙ୍କୁ ଅଟକାଇବା ପରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ସ୍ଥିତି ଆହୁରି ଭୟଙ୍କର ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored