Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୩୦ଥର ଏଭରେଷ୍ଟ ପର୍ବତ ଚଢି ରେକର୍ଡ

International

୩୦ଥର ଏଭରେଷ୍ଟ ପର୍ବତ ଚଢି ରେକର୍ଡ

Rashmita Mishra
Browse all articles by Rashmita Mishra
·2 years ago·1 min read
୩୦ଥର ଏଭରେଷ୍ଟ ପର୍ବତ ଚଢି ରେକର୍ଡ

ଅର୍ଗସ ବ୍ୟୁରୋ: ନେପାଳ ପର୍ବତାରୋହୀଙ୍କ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ। ସେ ୩୦ ଥର ପାଇଁ ଏଭରେଷ୍ଟ ପର୍ବତ ଉପରକୁ ଚଢି ନିଜର ରେକର୍ଡ ଭାଙ୍ଗିଛନ୍ତି । କାମି ରୀତା ଶେର୍ପା ଏଭରେଷ୍ଟ ପର୍ବତ ଉପରକୁ ୩୦ଥର ଚଢି ରେକର୍ଡ କରିଛନ୍ତି । ଶେର୍ପାଙ୍କ ବୟସ ୫୪ ସେ ୧୯୯୪ ରୁ ରୀତା ପର୍ବତ ଉପରକୁ ଚଢି ଆସୁଛନ୍ତି ।

ନେପାଳର ଭେଟେରାନ ପର୍ବତାରୋହୀ କାମୀ ରୀତା ଶେର୍ପା ବୁଧବାର ୩୦ ତମ ଥର ପାଇଁ ଏଭରେଷ୍ଟ ପର୍ବତ ଉପରକୁ ଚଢି ଇତିହାସ ସୃଷ୍ଟି କରିଛନ୍ତି। ୧୦ ଦିନ ପୂର୍ବେ ଶେର୍ପା ଦୁନିଆର ସର୍ବୋଚ୍ଚ ଶିଖରକୁ ଚଢିବାର ନିଜର ଆସିଥିଲେ ଆଉ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ୧୪ ଶିଖର ଅଭିଯାନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାଶି ଶେର୍ପାଙ୍କ ୫୪  ବର୍ଷିୟ ପର୍ବତାରୋହୀ ରୀତା ଶେର୍ପା ସେଠାକାର ସମୟ ଅନୁସାରେ ସକାଳ ୭.୪୯ ରେ ୮.୮୪୯ ମିଟର ଉଚ୍ଚ ଶିଖରରେ ପହଞ୍ଚିଥିଲେ। କାମି ମାତ୍ର ୧୦ ଦିନ ପୂର୍ବରୁ ୨୯ ତମ ଥର ପାଇଁ ଏଭରେଷ୍ଟ ଉପରକୁ ଯାଇଥିଲେ।  

୧୯୯୪ ରେ ପ୍ରଥମ ଥର ପାଇଁ ଏଭରେଷ୍ଟ ଉପରକୁ ଚଢିଥିଲେ :-
୧୯୯୪ରେ ପ୍ରଥମ ଥର ପାଇଁ କାମି ରୀତା ଶେର୍ପା ଏଭରେଷ୍ଟ ଆରୋହଣ କରିଥିଲେ । ଗତ ବର୍ଷ ସେ ସମାନ ଏହି ସମୟରେ  ୨୭ ଓ ୨୮ ଥର ଏଭରେଷ୍ଟକୁ ପାର କରିଥିଲେ ଏବଂ ଏହିପରି ଭାବରେ ସେ ଏଭରେଷ୍ଟକୁ ଚଢ଼ିବାର ବ୍ୟକ୍ତି ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନେକ ପର୍ବତ ଉପରକୁ ଯାଇଛନ୍ତି:- 
କାମି ସାତ ସମ୍ମିଟ୍ ଟ୍ରେକ୍'ର ବରିଷ୍ଠ ପର୍ବତ ଗାଇଡ୍, ୧୭ ଜାନୁଆରୀ ୧୯୭୦ ରେ ଜନ୍ମଗ୍ରହଣ କରିଥିଲେ । କାମୀ ଜଣେ ସପୋର୍ଟ ଷ୍ଟାଫ୍ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । କାମି ମାଉଣ୍ଟ କେ2,ଚୋ ଆଯୁ ,ଲହୋସଏବଂ ମନାସୁଲ ସହିତ ଅନେକ ପର୍ବତ ଉପରକୁ ଯାଇଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର 

Argus Whatsapp Channel Mobile Top
Sponsored
nepal-mountaineer-kami-rita-sherpa-climbs-mount-everest-for-a-record-30th-time | Argus News