Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭଙ୍ଗ ହେଲା ନେପାଳ ସଂସଦ: ସୁଶୀଳା କାର୍କି ହେବେ ଅନ୍ତରୀଣ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଭଙ୍ଗ ହେଲା ନେପାଳ ସଂସଦ: ସୁଶୀଳା କାର୍କି ହେବେ ଅନ୍ତରୀଣ ପ୍ରଧାନମନ୍ତ୍ରୀ

Key Points

ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ। ଭଙ୍ଗ ହେଲା ନେପାଳ ସଂସଦ; ସୁଶୀଳା କାର୍କି ହେବେ ଅନ୍ତରୀଣ ପ୍ରଧାନମନ୍ତ୍ରୀ

ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ। ଭଙ୍ଗ ହେଲା ନେପାଳ ସଂସଦ, ସୁଶୀଳା କାର୍କି ହେବେ ଅନ୍ତରୀଣ ପ୍ରଧାନମନ୍ତ୍ରୀ । ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ । ରାତି ୮ଟା ୩୦ ମିନିଟରେ ନେବେ ଶପଥ । ଓଲି ସରକାରର ପତନ ପରେ ସେନା ନିୟନ୍ତ୍ରଣରେ ରହିଛି ଶାସନ। ଗତ କିଛି ଦିନ ଧରି ନେପାଳର ପରିସ୍ଥିତି ଭଲ ନାହିଁ। 


ଆତଙ୍କ, ଅସ୍ଥିରତା ଓ ଉତ୍ତେଜନା ଭିତରେ ଦ୍ଵନ୍ଦ୍ଵ ହଟିଛି । ସାରା ରାତି ବୈଠକ ପରେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ନାଁକୁ ନେଇ ହୋଇଛି ସହମତି । ନେପାଳର ସେନା ପ୍ରମୁଖ ଓ ରାଷ୍ଟ୍ରପତି ସୁଶୀଳା କାର୍କୀ ଙ୍କ ନାଁକୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁମୋଦନ କରିଛନ୍ତି । ନେପାଳ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା ନିର୍ବାଚନ ପର୍ଯ୍ୟନ୍ତ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇବେ । ଅନ୍ତରୀଣ ସରକାର ଗଠନରେ ସମସ୍ତଙ୍କ ସହମତି ପାଇଁ ବିଳମ୍ବିତ ରାତିରେ ନେପାଳ ରାଷ୍ଟ୍ରପତି, ସେନା ମୁଖ୍ୟ ଓ ସୁଶୀଳା କାର୍କୀଙ୍କୁ ନେଇ କାଠମାଣ୍ଡୁରେ ରାତି ସାରା ଗୁରୁତ୍ଵପୂର୍ଣ୍ଣ ବୈଠକ ଚାଲିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nepal Parliament Dissolved: Sushila to Become Interim Prime Minister | Argus News | Argus News