Nepal Protest ; ମୃତ୍ୟୁ ସଂଖ୍ୟା ୭୨କୁ ବୃଦ୍ଧି , ୨ ହଜାର ୧୧୩ ଆହତ

Key Points
ନେପାଳରେ Gen Z ବିକ୍ଷୋଭ ପ୍ରଦର୍ଶନରେ ମୃତ୍ୟୁ ସଂଖ୍ୟା ୭୨କୁ ବୃଦ୍ଧି । ମୃତକଙ୍କ ଭିତରେ ଜଣେ ଭାରତୀୟ ନାଗରିକ ଥିବା ନେଇ ନେପାଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ।
ଦିନକୁ ଦିନ ଆହୁରି ବଢୁଛି ନେପାଳ ବିକ୍ଷୋଭ , ଆଉ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ନେପାଳରେ ଦୁର୍ନୀତି ଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ବିରୋଧରେ Gen Zଙ୍କ ବିକ୍ଷୋଭ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ସୂଚନା ମୁତାବକ ଏଥିରେ ଭାରତୀୟ ନାଗରିକଙ୍କ ସମେତ ଏପର୍ଯ୍ୟନ୍ତ ୭୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ହିଂସାକାଣ୍ଡରେ ଅତି କମରେ ୨ ହଜାର ୧୧୩ ଆହତ ହୋଇଛନ୍ତି । ନେପାଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ଏନେଇ ସୂଚନା ଦେଇଛନ୍ତି । ପୋଲିସ ଓ ପ୍ରଶାସନର କର୍ମଚାରୀ ହିଂସାକାଣ୍ଡ ବେଳେ କ୍ଷତିଗ୍ରସ୍ତ ହୋଇଥିବା ସପିଂମଲ୍ ଓ ଅନ୍ୟ ବିଲ୍ଡିଂ ଗୁଡ଼ିକରୁ ମୃତଦେହ ବାହାର କରିବାର କାମ ଜାରି ରହିଛି।
ନେପାଳ ପୋଲିସ ସାରା ଦେଶରେ ହିଂସା, ପୋଡ଼ାଜଳା ଏବଂ ଲୁଟପାଟ ଘଟଣା ସମ୍ପର୍କରେ ଜନସାଧାରଣଙ୍କୁ ସହଯୋଗ ପାଇଁ ନିବେଦନ କରିଛି । 9 ତାରିଖରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ହିଂସା ଥମି ନଥିଲା । ପ୍ରଦର୍ଶନକାରୀମାନେ ସଂସଦ ଭବନ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ, ରାଜନୈତିକ ଦଳର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ