Videos
|
International

Nepal Protest; ନେପାଳ ଅର୍ଥମନ୍ତ୍ରୀଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ

Smruti Parija
Browse all articles by Smruti Parija
·1 year ago·2 min read
Nepal Protest; ନେପାଳ ଅର୍ଥମନ୍ତ୍ରୀଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ

Key Points

ନେପାଳ ପରିସ୍ଥିତି ଭୟଙ୍କର

Gen Zଙ୍କ ଆଗରେ ମୁଣ୍ଡ ନୁଆଇଁଛନ୍ତି ଦେଶର ପ୍ରଧାନମନ୍ତ୍ରୀ

ନେପାଳର ଅର୍ଥମନ୍ତ୍ରୀଙ୍କୁ Gen Z ରାଜ ରାସ୍ତାରେ ଗୋଡାଇ ଗୋଡାଇ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି

ନେପାଳରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । Gen Zଙ୍କ ଆଗରେ ମୁଣ୍ଡ ନୁଆଇଁଛନ୍ତି ଦେଶର ପ୍ରଧାନମନ୍ତ୍ରୀ । ଓଲିଙ୍କ ଇସ୍ତଫା ପରେ ସେନା ଦେଶର ଶାସନ ଭାର ନିଜ ହାତକୁ ନେଇପାରେ । ହେଲେ ଏହାରି ମଧ୍ୟରେ ସାମନାକୁ ଆସୁଛି ଭୟଙ୍କର ଦୃଶ୍ୟ । ନେପାଳର ଅର୍ଥମନ୍ତ୍ରୀଙ୍କୁ Gen Z ରାଜ ରାସ୍ତାରେ ଗୋଡାଇ ଗୋଡାଇ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥିତି ପୁରା ଅଣାୟତ୍ତ । ନିଜ ଜୀବନ ବଞ୍ଚାଇବାକୁ ଦୌଡୁଛନ୍ତି ଅର୍ଥମନ୍ତ୍ରୀ । ହେଲେ ବି ତାଙ୍କୁ ଛାଡୁ ନାହାନ୍ତି । କିଏ ଠିଆ ଗୋଇଠା ମାରୁଛି ତ କିଏ ଗୋଡେଇ ଗୋଡେଇ ପିଟୁଛି । କାଠମାଣ୍ଡୁର ରାସ୍ତାରେ ଅର୍ଥମନ୍ତ୍ରୀ ବିଷ୍ଣୁପ୍ରସାଦ ପୌଡେଲ ଦୌଡୁଥିବାର ଦୃଶ୍ୟ ସାମନାକୁ ଆସିଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୋସିଆଲ ମିଡିଆ ବ୍ୟାନକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ତୀବ୍ର ରୂପ ନେବାରେ ଲାଗିଛି । ପୋଡା ଜଳା, ଆକ୍ରମଣରେ ଜଳୁଛି ନେପାଳ । ସ୍ଥିତି ଏବେ ଅଣାୟତ୍ତ । ବାଧ୍ୟ ହୋଇ ପଦରୁ ଇସ୍ତଫା ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି । ସେଠାକାର ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନକାରୀ। ସଂସଦ ଭବନରେ ପଶି ସେମାନେ କରିଛନ୍ତି ଲଙ୍କାକାଣ୍ଡ। ସଂସଦର ଉଭୟ ଗୃହରେ ପୋଡ଼ା ଜଳା କରିଛନ୍ତି। ଖାଲି ସଂସଦ ନୁହେଁ ନେପାଳର ରାଜଧାନୀ କାଠମାଣ୍ଡୁ ଏବେ ସମ୍ପୂର୍ଣ୍ଣ ଭାବେ ବିକ୍ଷୋଭକାରୀଙ୍କ କବଜାରେ।



ସେପଟେ ଓଲି ଦେଶ ଛାଡ଼ି ଦୁବାଇ ପଳାଇଯିବା ପ୍ରସ୍ତୁତିରେ ଥିବା ଖବର ଆସିଛି। PM ଓଲି ଦୁବାଇ ଯିବାକୁ ହିମାଳୟ ଏୟାରଲାଇନ୍ସକୁ ଷ୍ଟାଣ୍ଡବାୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ପଥର ମାଡ଼ ହୋଇଛି। ସୋସିଆଲ୍ ମିଡିଆ ବ୍ୟାନ୍ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ ପରେ ଓଲି ସରକାର କ୍ୟାବିନେଟ ବୈଠକ ଡାକି ନିଷ୍ପତି ନେଇଥିଲେ । ଫେସବୁକ୍, ଏକ୍ସ ଏବଂ ହ୍ୱାଟ୍ସଆପ୍ ସମେତ ସମସ୍ତ ସାଇଟ୍ ପୁନଃଆରମ୍ଭ କରାଯିବାକୁ ଘୋଷଣା କରାଯାଇଥିଲା।