Rs 1300 Ticket Changes Lives / ଭାଗ୍ୟ ବଦଳାଇ ଦେଲା ୧୩୦୦ ଟଙ୍କା, ୫ ସାଙ୍ଗ ଜିତିଲେ ୭୮ କୋଟିର ଲଟେରି
·4 days ago·2 min read

Key Points
ଭାଗ୍ୟ ଖୋଲିଦେଲା ଲଟେରି । ୧୩୦୦ ଟଙ୍କା ଦେଇ କିଣିଥିଲେ ଜ୍ୟାକପଟ୍ ଟିକେଟ୍ । ଜିତିଲେ ୭୮ କୋଟି । ରାତାରାତି ବଦଳି ଗଲା ସିକ୍ୟୁରିଟି ଗାର୍ଡଙ୍କ ଭାଗ୍ୟ ।
ନୂଆଦିଲ୍ଲୀ: ଉପର ୱାଲା ଯେବେ ଦିଏ, ହାତ ଖୋଲି ଦିଏ । ଜଣେ ସୁରକ୍ଷା କର୍ମୀଙ୍କ କ୍ଷେତ୍ରରେ ଏହା ସତ ହୋଇଛି । ନେପାଳର ୨୫ ବର୍ଷୀୟ ତୈୟବ ଖାନ UAEର ରାଜଧାନୀ ଅବୁ ଧାବିରେ ସିକ୍ୟୁରିଟି ଗାର୍ଡ କାମ କରୁଥିଲେ । ଏବେ ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି ।
ତୈୟବ ଖାନ ତାଙ୍କ ବନ୍ଧୁମାନଙ୍କ ସହ ୭୮ କୋଟିର ଲଟେରି ଜତିଛନ୍ତି । ଏବେ ସେମାନଙ୍କ ଖାତାକୁ ୧୫ କୋଟି ଟଙ୍କା ଲେଖାଏଁ ଆସିବ । ଗଲ୍ଫ ନ୍ୟୁଜ୍ର ରିପୋର୍ଟ ଅନୁସାରେ, ଜ୍ୟାକପଟ୍ ଟିକେଟ୍ କିଣିବା ପାଇଁ ସାଙ୍ଗମାନେ ୫୦ ଦିହରମ (୧୩୦୦ ଟଙ୍କା) ଦେଇଥିଲେ । ଏବେ ସେମାନେ ୭୮ କୋଟିର ଲଟେରି ଜିତିଛନ୍ତି ।
ଏଥିସହ ପଢ଼ନ୍ତୁ: ସୁପର୍ ଗର୍ଲ ଚାରୁ ପାଣ୍ଡେ; SSCରୁ ନେଇ ବ୍ୟାଙ୍କ, ରେଲୱେ ନିଯୁକ୍ତି ପରୀକ୍ଷା… ସବୁଠି ସଫଳ
ଛୁଟି ଦିନ ବଦଳି ଗଲା ଭାଗ୍ୟ
୭୮ କୋଟି ମିଳିବା ପରେ ୫ ସାଙ୍ଗ ସେମାନଙ୍କ ମଧ୍ୟରେ ସମାନ ଭାଗ ବଣ୍ଟା କରିଛନ୍ତି । ସମସ୍ତଙ୍କ ଭାଗରେ ୧୫ କୋଟି ଲେଖାଏଁ ପଡ଼ିଛି । ଜ୍ୟାକପଟ୍ ନମ୍ବର ମେ ୨୭ ତାରିଖରେ ଡ୍ର' ବହାରିବା ଦିନ ତୈୟବ ଖାନ ବକ୍ରଇଦ୍ ଛୁଟିରେ ନାଇଟ୍ ସିଫ୍ଟରେ ଡ୍ୟୁଟି କରୁଥିଲେ ।
ସେହି ସମୟରେ ଜ୍ୟାକପଟ୍ ଲାଗିଥିବା ନେଇ ଇମେଲ୍ ଆସିଥିଲା । ପ୍ରଥମେ ତୈୟବ ଭାବିଥିଲେ ଲଟେରିରେ ଛୋଟ-ମୋଟ ଆମାଉଣ୍ଟ ଉଠିଛି । ପର ଯେତେବେଳେ ଦେଖିଲେ ତ ବିଶ୍ଵାସ କରି ପାରିଲେ ନାହିଁ । କାରଣ ୩୦ ମିଲିୟନ୍ ଦିରହମର ଜ୍ୟାକପଟ୍ ସେ ସାଙ୍ଗମାନଙ୍କ ସହ ଜିତିଛନ୍ତି । ସେ ହଠାତ୍ ବିଶ୍ଵାସ କରି ପାରି ନଥିଲେ ରାତାରାତି ତାଙ୍କ ଭାଗ୍ୟ ବଦଳି ଯାଇଛି ।
ଏଥିସହ ପଢ଼ନ୍ତୁ: ଡ୍ୟାନ୍ସ ରୁମ୍ ପାଲଟିଲା କୋର୍ଟ ରୁମ୍; ଟଙ୍କା ଉଡ଼ାଇବା ଭିଡ଼ିଓ ଭାଇରାଲ
୫ ସାଙ୍ଗଙ୍କ ଭାଗ୍ୟ ବଦଳିଗଲା
ତୈୟବ ଖାନ ସାଧାରଣ ଦରମାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ଆଉ ସାଙ୍ଗମାନଙ୍କ ସହ ମିଶି ଟିକେଟ୍ କିଣିଥିଲେ । ସେ ଫେସବୁକ୍ରେ ଲଟେରି ବାବଦରେ ଜାଣିବାକୁ ପାଇଥିଲେ । ୨୦୨୪ରୁ ଜ୍ୟାକପଟ୍ ହାସଲ ପାଇଁ ଭାବୁଥିବା ବେଳେ ପ୍ରଥମ ଥର ଭାଗ୍ୟ ଖୋଲି ଯାଇଛି ।
ସେ କହିଛନ୍ତି, ଆମେ ୫ ଜଣ ସାଙ୍ଗ ମିଶି ନିୟମି ଟିକେଟ୍ କିଣୁଥିଲୁ । ପ୍ରତି ସପ୍ତାହରେ ଜଣେ ସାଙ୍ଗ ନମ୍ବର ଚୟନ କରୁଥିଲେ । କିଛି ମାସ ଯିବା ପରେ ପରିଶ୍ରମ ସାର୍ଥକ ହୋଇଛି । ଏବେ ସେ ସିକ୍ୟୁରିଟି ଗାର୍ଡ ଚାକିରି ଛାଡ଼ି ବ୍ୟବସାୟ କରିବେ ବୋଲି କହିଛନ୍ତି ।
ତେବେ ନେପାଳ ନ ଫେରି ବ୍ୟବସାୟ କିମ୍ବା ନିବେଶ କରିବାକୁ ତୈୟବ ଚାହୁଁଛନ୍ତି । ତୈୟବ କହିଛନ୍ତି, ଏବେ ସେ ଏହି ଟଙ୍କାରେ ପରିବାରକୁ ଖୁସିରେ ରଖିବେ । ପରିବାର ପାଇଁ ଏକ ଭଲ ଘର କିଣିବାକୁ ଆଗ୍ରହୀ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories