Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆସ୍ଥା ଭୋଟରେ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ

International

ଆସ୍ଥା ଭୋଟରେ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ

Smruti Parija
Browse all articles by Smruti Parija
·1 year ago·1 min read
ଆସ୍ଥା ଭୋଟରେ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ

ଅର୍ଗସ ବ୍ୟୁରୋ: ଭାରତର ପଡ଼ୋଶୀ ଦେଶ ନେପାଳରେ ଜାରି ରହିଛି ରାଜନୈତିକ ହଲଚଲ୍ । ଆସ୍ଥା ଭୋଟରେ ହାରିଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ । ଆଜି ନେପାଳ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । 

୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା CPN-UMLର ସମର୍ଥନରେ ସରକାର ଗଠନ କରିଥିଲେ । ହେଲେ କିଛି ଦିନ ତଳେ CPN-UML ପ୍ରଚଣ୍ଡଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ଫଳରେ ୨ ବର୍ଷ ମଧ୍ୟରେ ୫ମ ଥର ପାଇଁ ପ୍ରଚଣ୍ଡଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥିଲା । 

ପୂର୍ବରୁ ୪ ଥର ଆସ୍ଥା ରଖିବାକୁ ସକ୍ଷମ ହୋଇଥିବା ପ୍ରଚଣ୍ଡ ଏଥର ଫେଲ୍ ମାରିଛନ୍ତି । ୨୭୫ ଆସନ ବିଶିଷ୍ଟ ନେପାଳ ସଂସଦର ମାତ୍ର ୬୩ ଜଣ ସଦସ୍ୟ ପ୍ରଚଣ୍ଡଙ୍କ ସମର୍ଥନ କରିଥିଲେ । ତାଙ୍କ ବିରୋଧରେ ୧୯୩ ଖଣ୍ଡ ଭୋଟ୍ ପଡ଼ିଛି । ଜଣେ ସଦସ୍ୟ ଭୋଟ ଦାନରୁ ଦୂରେଇ ରହିଥିଲେ । ଯାହା ପରେ ଏବେ ପ୍ରଶ୍ନ ଉଠିଛି ଯେ ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ବିଦେଶ ଖବର...
 

Painting
Sponsored
Nepal's Prime Minister Pushpa Kamal Dahal lost the vote of confidence | Argus News