Benjamin Netanyahu / ନେତାନ୍ୟାହୁ ହାରିଗଲେ ଥମିଯିବ ଇରାନ ଯୁଦ୍ଧ ? ଆଜି ବଡ଼ ଫଇସଲା
·49 mins ago·2 min read

Key Points
ଇରାନ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ରେ ଚାଲିଛି ନିର୍ବାଚନ । ଗାଜା ଯୁଦ୍ଧ ପରେ ନେତାନ୍ୟାହୁ ପ୍ରଥମଥର ନିର୍ବାଚନ ଲଢ଼ୁଥିବା ବେଳେ ଫଳାଫଳ ଉପରେ ରହିଛି ସମସ୍ତଙ୍କର ନଜର ।
ନୂଆଦିଲ୍ଲୀ: ଇସ୍ରାଏଲ୍ରେ ମଙ୍ଗଳବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ଗାଜା ଉପରେ ଇସ୍ରାଏଲ୍ର ଆକ୍ରମଣ ପରେ ପ୍ରଥମ ଥର ବେଞ୍ଜାମିନ ନେତାନ୍ୟାହୁ ନିର୍ବାଚନୀ ପରୀକ୍ଷା ଦେଉଛନ୍ତି । ଗାଜା ପରେ ଲେବାନନ ଓ ଇରାନ ଉପରେ ଇସ୍ରାଏଲ୍ ମଧ୍ୟ ଆକ୍ରମଣ କରିଛି ।
ନିର୍ବାଚନୀ ପ୍ରଚାର ବେଳେ ନେତାନ୍ୟାହୁ ତାଙ୍କୁ ବିଜୟୀ କରିବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି । ନେତାନ୍ୟାହୁ କହିଛନ୍ତି, "କାମ ଶେଷ କରିବାକୁ ହେଲେ ତାଙ୍କ ସରକାରର ପୁଣି ଥରେ ଆବଶ୍ୟକତା ରହିଛି ।" ନେତାନ୍ୟାହୁଙ୍କ ଅନୁସାରେ, କେବଳ ସେ ହିଁ ଆମେରିକାକୁ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବାଧ୍ୟ କରିପାରିବେ । ତେଣୁ, ଏହି କାମକୁ ସାରିବାକୁ ହେଲେ ତାଙ୍କ ପୁଣି ଥରେ ଜିତାଇବାକୁ ପଡ଼ିବ ।
ଏଥିସହ ପଢ଼ନ୍ତୁ: ୮୧ ବର୍ଷୀୟ ଲୁଲା ଚତୁର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି
ଯଦିଓ ଇସ୍ରାଏଲ୍ ସହ ଆମେରିକା ମିଳିତ ଭାବେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା । କିନ୍ତୁ, ଏବେ କିଛିଦିନ ହେଲା ଇରାନ ଉପରେ ଆକ୍ରମଣକୁ ନେଇ ଆମେରିକା ଓ ଇସ୍ରାଏଲ୍ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ପ୍ରତିବନ୍ଧକ ଓ ଟାରିଫକୁ ନେଇ ଆମେରିକାଠୁ ଇସ୍ରାଏଲ୍ ସନ୍ତୁଷ୍ଟ ନାହିଁ । ଏଭଳି ସ୍ଥିତିରେ ଏବେ ଇରାନ ଯୁଦ୍ଧରୁ ଇସ୍ରାଏଲ୍ କିଛି ମାସ ହେଲା ଦୂରେଇ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାପ ପକାଇଥିଲେ ନେତାନ୍ୟାହୁ
ଖବର ଅନୁସାରେ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ଉପରେ ଚାପ ପକାଇଥିଲେ । ଇସ୍ରାଏଲ୍ ନିର୍ବାଚନ ପୂର୍ବରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରଚେଷ୍ଟା କରିଥିଲେ । ତେବେ, ଆମେରିକା ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ ହୋଇ ନଥିଲା । ତେବେ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହି ରିପୋର୍ଟକୁ ଅଗ୍ରାହ୍ୟ କରି ଦେଇଛି ।
କ'ଣ ଚାହୁଁଛନ୍ତି ଇସ୍ରାଏଲ୍ ଜନତା ?
ଇସ୍ରାଏଲ୍ର ଜନତା ଲମ୍ବା ଯୁଦ୍ଧ ସପକ୍ଷରେ ନାହାନ୍ତି । ଯଦି ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପରିବର୍ତ୍ତନ ହୁଅନ୍ତି, ତାହେଲେ ନୂତନ ପ୍ରଧାନମନ୍ତ୍ରୀ ଯୁଦ୍ଧକୁ ନେଇ ସାବଧାନ ବେଶ୍ ସାବଧାନ ରହିବେ । କିନ୍ତୁ, ଏହା କୁହାଯାଇ ପାରିବ ନାହିଁ ଯେ ଇସ୍ରାଏଲ୍ ସମ୍ପୂର୍ଣ୍ଣ ଶାନ୍ତ ହୋଇଯିବ । ନୂଆ ସରକାର ଯୁଦ୍ଧକୁ ନେଇ ଆଭିମୁଖ୍ୟ ଗ୍ରହଣ କରି ପାରିବେ ।
ନେତାନ୍ୟାହୁଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ କିଏ ?
ଚଳିତ ନିର୍ବାଚନରେ ଇସ୍ରାଏଲ୍ରେ ନେତାନ୍ୟାହୁଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ହେଉଛନ୍ତି ଗାଦି ଆଇଜନକୋଟ । ଆଇଜନକୋଟ ପୂର୍ବରୁ ଇସ୍ରାଏଲ୍ର ସେନା ପ୍ରମୁଖ ରହି ସାରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ ଆଇଜନକୋଟ ପ୍ରଶଂସା କରିବା ସହ ସହଯୋଗ କଥା କହିଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଇସ୍ରାଏଲ୍ରେ କ୍ଷମତା ପରିବର୍ତ୍ତନ ହେଲେ ବି ଆମେରିକା-ଇସ୍ରାଏଲ୍ ସୁରକ୍ଷା ସମ୍ପର୍କରେ କୌଣସି ପରିବର୍ତ୍ତନ ଆସିବ ନାହିଁ ।

ଏଥିସହ ପଢ଼ନ୍ତୁ: 'ଆମେ ଏପରି ରାଷ୍ଟ୍ରପତି ପୂର୍ବରୁ କେବେ ଦେଖିନାହୁଁ...': ଏମିତି କାହିଁକି କହିଲେ ବାରାକ ଓବାମା ?
ଏପରିସ୍ଥଳେ ଉଭୟ ନେତାନ୍ୟାହୁ ଓ ତାଙ୍କ ପ୍ରତିଦ୍ଵନ୍ଦ୍ଵୀ ଆଇଜନକୋଙ୍କ ବିଚାର ପ୍ରାୟ ମିଶୁଛି । ତେଣୁ ଇସ୍ରାଏଲ୍ର ଯଦି ନେତାନ୍ୟାହୁ ନିର୍ବାଚନ ହାରି ଯାଆନ୍ତି ତାହେଲେ ଇରାନ ପ୍ରତି ନୂଆ ସରକାର ଆଭିମୁଖ୍ୟ ବଦଳିବ ନାହିଁ ।