ଗାଜା ଅସ୍ତ୍ର ଛାଡ଼ିଲେ କାଲିଠୁ ଯୁଦ୍ଧ ବନ୍ଦ !

Key Points
- ଗାଜା ଅସ୍ତ୍ର ଛାଡ଼ିଲେ କାଲିଠୁ ଯୁଦ୍ଧ ବନ୍ଦ
- ସିନୱାର ନିପାତ, ମାନିଲା ହମାସ୍
ଅର୍ଗସ ବ୍ୟୁରୋ: ହମାସ ମୁଖ୍ୟ ସିନୱାର ମୃତ । ମାନିଲା ଗାଜା । କିନ୍ତୁ ଇସ୍ରାଏଲ ଆକ୍ରମଣ ବନ୍ଦ କରିନି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ନାଗରିକଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯଦି ହମାସ ଅସ୍ତ୍ର ଛାଡ଼ି ଦେବ ଏବଂ ପଣବନ୍ଦୀ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ିଦେବା ପାଇଁ ରାଜି ହୁଏ ତା’ହେଲେ ଆମେ ଯୁଦ୍ଧ ଆସନ୍ତାକାଲି ହିଁ ବନ୍ଦ କରିଦେବୁ । ଖାଲି ଏତିକି ନୁହେଁ ଆତଙ୍କୀଙ୍କ ସବୁ ପ୍ଲାନ ପଣ୍ଡ ହେବ ଏବଂ ବିଶ୍ଵରେ ଶାନ୍ତି ଫେରିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାରେ ନା ନେଉନି । ହମାସ୍ ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ଏୟାରଷ୍ଟ୍ରାଇକ ସହ କ୍ଷେପଣାସ୍ତ୍ର ମାଡ଼ ବି କରୁଛି । ଇସ୍ରାଏଲର ଏହି ଆକ୍ରମଣକୁ ରୋକିବାକୁ ହମାସ୍ ପାଖରେ ଶକ୍ତି ନାହିଁ । କାରଣ ଇସ୍ରାଏଲ ଉପରେ ସିନୱାର ଯେଉଁପରି ଭାବରେ ଆକ୍ରମଣ କରିଥିଲା ତାହାର କର୍ମଫଳ ଏବେ ଭୋଗୁଛି । ସେଇଥି ଲାଗି ତ ପୁରା ପ୍ରି ପ୍ଲାନ କରି ଘରେ ପଶି ମାରିଲା ଇସ୍ରାଏଲ । ସିନୱାର ନିପାତ ହେବା ପରେ ଏକ୍ସରେ ଭିଡିଓ ସେୟାର କରି ନେତାନ୍ୟାହୁ କହିଛନ୍ତି, ‘ୟାହ୍ୟା ସିନ୍ୱାର ନିପାତ ହେଲା । ଇସ୍ରାଏଲର ସାହସୀ ସୈନିକମାନେ ତାକୁ ରାଫାରେ ନିପାତ କରିଛନ୍ତି । ଏହା ଗାଜାରେ ଯୁଦ୍ଧର ଶେଷ ନୁହେଁ ବରଂ ଏହା ଶେଷର ଆରମ୍ଭ । ଗାଜା ଲୋକଙ୍କ ପାଇଁ ମୋର ଅତି ସରଳ ବାର୍ତ୍ତା, ଯଦି ହମାସ ଅସ୍ତ୍ର ଛାଡ଼ିଦେବା ସହ ପଣବନ୍ଦୀଙ୍କୁ ଫେରାଇ ଦେବା ପାଇଁ ରାଜି ହେବ ତା’ହେଲେ
ଇସ୍ରାଏଲ ଟାର୍ଗେଟ୍ ଏବେ ଇରାନ । କାରଣ ଏକା ସାଙ୍ଗରେ ଇସ୍ରାଏଲ ଉପରେ ଇରାନ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଅବଶ୍ୟ ଆକାଶ ମାର୍ଗରେ ହିଁ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଥିଲା ଇସ୍ରାଏଲ । କିନ୍ତୁ ପ୍ରତିଶୋଧ ନେବା ପାଇଁ ପୁରା ତୟାରି କରିଦେଲା । ଏହାରି ଭିତରେ ଇରାନକୁ ମଧ୍ୟ ଆମେରିକା ଚେତାଇଥିଲା ଆକ୍ରମଣ ଇରାନକୁ ମହଙ୍ଗା ପଡ଼ିବ । ଏହା ପରେ ଋଷିଆ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କଲେ ଇରାନ ରାଷ୍ଟ୍ରପତି । କୁହାଯାଉଛି କି ଯେହେତୁ ଇସ୍ରାଏଲକୁ ଆମେରିକା ସମର୍ଥନ ଦେଉଛି ତେଣୁ ଋଷିଆର ସହାୟତା ପାଇଁ ଇରାନ ଚାହୁଁଛି ।
📱 Get Argus News App
✨ଏପଟେ, ଇସ୍ରାଏଲ ପିଏମ କହିଛନ୍ତି ...ହମାସ ଗାଜାରେ ୨୩ ରାଷ୍ଟ୍ରର ୧୦୧ ଜଣଙ୍କୁ ପଣବନ୍ଦୀ ରଖିଛି । ଯେଉଁମାନଙ୍କୁ ପଣବନ୍ଦୀ ରଖାଯାଇଛି ଇସ୍ରାଏଲ ସେମାନଙ୍କୁ ନ୍ୟାୟ ଦେବ । ଯଦି ଆମ ପଣବନ୍ଦୀଙ୍କର କିଛି କ୍ଷତି ହୁଏ ତେବେ ଇସ୍ରାଏଲ ଏହାର କଡ଼ା ଜବାବ ଦେବ । ନେତାନ୍ୟାହୁ ମଧ୍ୟ ତାଙ୍କ ବାର୍ତ୍ତାରେ ଇରାନରେ କେମିତି ଆତଙ୍କର ଅକ୍ଷ ଭୁଶୁଡ଼ି ପଡ଼ିଲା ତାହା ଦର୍ଶାଇଛନ୍ତି । ହେଜବୁଲ୍ଲା ମୁଖ୍ୟ ହସନ ନସ୍ରଲ୍ଲାକୁ ନିପାତ କରାଯିବାକୁ ଦର୍ଶାଇ ନେତାନ୍ୟାହୁ କହିଛନ୍ତି, ଇରାନ ଏବଂ ଏହାର ପ୍ରକ୍ସି ସଂଗଠନ ଦ୍ବାରା ଇରାକ, ସିରିୟା, ଲେବାନନ୍ ଏବଂ ୟେମେନରେ ଜାରି ରହିଥିବା ଆତଙ୍କୀ ଶାସନର ପରିସମାପ୍ତି ହେବ। ନସ୍ରଲା, ମୋହସେନ, ହାନିୟେହ, ଡିଫ୍ ଏବଂ ସିନ୍ୱାର ସମସ୍ତେ ନିପାତ ହେଲେ। ଇରାନ ଏହାର ନିଜ ନାଗରିକଙ୍କ ଉପରେ ଯେଉଁ ଆତଙ୍କବାଦ ଶାସନ ଚଳାଇଛି ତାହା ବି ଶେଷ ହେବ ।
ମୋଟ୍ ଉପରେ , ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ଚାଲିଛି । ଆତଙ୍କବାଦୀଙ୍କୁ ସଫା କରିବାକୁ ଇସ୍ରାଏଲ ଯେଉଁ ପଦକ୍ଷେପ ନେଉଛି ତାହାକୁ ଅନେକ ରାଷ୍ଟ୍ର ସମର୍ଥନ ବି ଦେଇଛନ୍ତି । ଏବେ ସମୟ କହିବ ଯୁଦ୍ଧ ବନ୍ଦ କେବେ ହେଉଛି ?