Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭାଙ୍ଗିଯିବ ଆମେରିକା-ଇସ୍ରାଏଲ୍ ଦୋସ୍ତି ? ଟ୍ରମ୍ପଙ୍କୁ ଏମିତି କ'ଣ କହିଦେଲେ ନେତାନ୍ୟାହୁ...

International

Benjamin Netanyahu / ଭାଙ୍ଗିଯିବ ଆମେରିକା-ଇସ୍ରାଏଲ୍ ଦୋସ୍ତି ? ଟ୍ରମ୍ପଙ୍କୁ ଏମିତି କ'ଣ କହିଦେଲେ ନେତାନ୍ୟାହୁ...

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭାଙ୍ଗିଯିବ ଆମେରିକା-ଇସ୍ରାଏଲ୍ ଦୋସ୍ତି ? ଟ୍ରମ୍ପଙ୍କୁ ଏମିତି କ'ଣ କହିଦେଲେ ନେତାନ୍ୟାହୁ...
Netanyahu Signals End to American Aid

Key Points

ବେଞ୍ଜାମିନ୍ ନେତାନ୍ୟାହୁ ଜୋର୍ ଦେଇ କହିଛନ୍ତି, "ଇସ୍ରାଏଲ୍‌ର ବର୍ତ୍ତମାନର ଆର୍ଥିକ ସୁଦୃଢ଼ତା ହେତୁ ବିଦେଶୀ ଫଣ୍ଡିଂର ଆବଶ୍ୟକତା ନାହିଁ । ଆମ ଅର୍ଥ ବ୍ୟବସ୍ଥା ଏବେ ଛୋଟ ନାହିଁ... ଆମ GDPର ଏକ ଛୋଟ ଅଂଶ ଆମେରିକା ଦେଉଥିଲା ।
ନୂଆଦିଲ୍ଲୀ: ଏବେ ଇସ୍ରାଏଲ୍‌କୁ ଆମେରିକାର ଦାନ ଦରକାର ନାହିଁ । ଏ କଥା ଆଉ କେହି ନୁହେଁ, ବରଂ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ କହିଛନ୍ତି । ଯିଏ କି ଆମେରିକା ସହ ମିଶି ଇରାନ୍ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଏବେ ଯୁଦ୍ଧ ସରିବା କ୍ଷଣି ଓ ଶାନ୍ତି ଚୁକ୍ତିର ମୋହର ବାଜିବା ପରେ ଦୁଇ ଦେଶର ସମ୍ପର୍କରେ ଭଟ୍ଟା ଆସିଛି ।

ଦେଶର ଆର୍ଥିକ ଆତ୍ମନିର୍ଭରତା ଉପରେ ଗୁରୁତ୍ଵ ଦେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ, ଆମେରିକା ଠାରୁ ପାଉଥିବା ସହାୟତାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏଭଳି ବଡ଼ ନୀତିଗତ ପରିବର୍ତ୍ତନର ଘୋଷଣା କରିଛନ୍ତି । ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, "ଇସ୍ରାଏଲ୍ ଅର୍ଥ ବ୍ୟବସ୍ଥା ଏବେ ଏତେ ସୁଦୃଢ଼ ହୋଇଯାଇଛି ଯେ, ଦେଶକୁ ଆଉ ବିଦେଶୀ ସବସିଡ୍‌ର ଆବଶ୍ୟକତା ନାହିଁ ।"

ଏଥିସହ ପଢ଼ନ୍ତୁ: ଆମେରିକା ଆକ୍ରମଣ ପରେ ଇରାନର ପାଲଟା ଆକ୍ରମଣ, ବାହାରିନରେ ନୌସେନା ଘାଟି ଧ୍ୱଂସ 

ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ ଅନୁସାରେ, ଜୁନ୍ ୩୦ ମଙ୍ଗଳବାର ଏଭଳି କହିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ସୁରକ୍ଷା ଓ ଭୂ-ରାଜନୈତିକ ଅସ୍ଥିରତା ପ୍ରସଙ୍ଗରେ ସରକାରଙ୍କ ବ୍ୟାପକ ରଣନୀତିକୁ ବାଖ୍ୟା କରିଛନ୍ତି ବେଞ୍ଜାମିନ୍ ନେତାନ୍ୟାହୁ ।

ଆମେରିକା ସରକାରଙ୍କ ସହ ଇସ୍ରାଏଲ୍‌ର ଆର୍ଥିକ ସମ୍ପର୍କକୁ ନେଇ ନେତାନ୍ୟାହୁ କହିଛନ୍ତି, "ମୁଁ ଆମେରିକାର ସାହାଯ୍ୟ ବନ୍ଦ କରିବାକୁ ଚାହୁଁଛି । ଏହି କଲ୍ୟାଣକାରୀ ସହାୟତା, ମୋତେ ଦରକାର ନାହିଁ ।"

ବେଞ୍ଜାମିନ୍ ନେତାନ୍ୟାହୁ ଆହୁରି ଜୋର୍ ଦେଇ କହିଛନ୍ତି, "ଇସ୍ରାଏଲ୍‌ର ବର୍ତ୍ତମାନର ଆର୍ଥିକ ସୁଦୃଢ଼ତା ହେତୁ ବିଦେଶୀ ଫଣ୍ଡିଂର ଆବଶ୍ୟକତା ନାହିଁ । ଆମ ଅର୍ଥ ବ୍ୟବସ୍ଥା ଏବେ ଛୋଟ ନାହିଁ... ଆମ GDPର ଏକ ଛୋଟ ଅଂଶ ଆମେରିକା ଦେଉଥିଲା । ଏବେ ଇସ୍ରାଏଲ୍ ନିଜକୁ ଆର୍ଥିକ ଭାବେ ସମ୍ଭାଳି ପାରିବ । ମୁଁ ଚାହୁଁଛି ଏହି ପ୍ରିକ୍ରିୟା ଚଳିତ ବର୍ଷରୁ ଆରମ୍ଭ ହେଉ ।"

ଏଥିସହ ପଢ଼ନ୍ତୁ: କାରନାମା ପାଇଁ ପୁଣି ଚର୍ଚ୍ଚାରେ ଚତୁର ଚାଲାକ ଚୀନ୍; ବିଦ୍ୟୁତ୍ ବିନା ସମୁଦ୍ର ଜଳକୁ କରିଦେବ ମିଠା 

ଫିଲିସ୍ତୀନକୁ ନେଇ କ'ଣ କହିଲେ...

ଏଥିସହ ଫିଲିସ୍ତୀନକୁ ଦେଶ ମାନ୍ୟତା ନେଇ କଡ଼ା ବିରୋଧ କରିଛନ୍ତି ନେତାନ୍ୟାହୁ । ସେ ପୁଣିଥରେ କହିଛନ୍ତି, "ଇସ୍ରାଏଲ୍ ୟହୁଦୀଙ୍କ ଦେଶ ଅଟେ, ଏଠାରେ କୌଣସି ଫିଲିସ୍ତୀନଙ୍କ ଦେଶ ହେବ ନାହିଁ ।"

ଦେଶର ସୁରକ୍ଷାକୁ ମଜଭୁତ୍ କରିବ ଲାଗି ଇସ୍ରାଏଲ୍ ନୂଆ ନୀତି ଆପଣାଇବ । ଗାଜା ଷ୍ଟ୍ରିପ୍‌କୁ ନେଇ ଇସ୍ରାଏଲ୍‌ର ଯୋଜନା ନେଇ ନେତାନ୍ୟାହୁ କହିଛନ୍ତି, "ଗାଜାରେ ଜନବସତି ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ ପୂର୍ବରୁ ଆଲୋଚନା କରିବା ଦରକାର । ମୁଁ ଏବେ କିଛି କହିବି ନାହିଁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored