Videos
|
International

Middle East Crisis / ନେତାନ୍ୟାହୁଙ୍କ ବଡ଼ ଚେତାବନୀ: ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି

Rashmita Mishra
Browse all articles by Rashmita Mishra
·1 month ago·2 min read
ନେତାନ୍ୟାହୁଙ୍କ ବଡ଼ ଚେତାବନୀ: ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି
Middle East Crisis

Key Points

ଭାଙ୍ଗିଯିବ କି ଶାନ୍ତି ଚୁକ୍ତି !
ପୁଣି ଆରମ୍ଭ ହେଲା ସର୍ତ୍ତକୁ ନେଇ ଜିଦ୍
ଟ୍ରମ୍ପଙ୍କ ଧମକ: ପ୍ରୋକ୍ସି ଗ୍ରୁପ୍ ହଟାଉ ଇରାନ୍
ପରମାଣୁ ଅସ୍ତ୍ର ପ୍ରସ୍ତୁତି ବନ୍ଦ ନେଇ ସ୍ପଷ୍ଟ କରୁନି ଇରାନ୍
ନେତାନ୍ୟାହୁଙ୍କ ବଡ଼ ଚେତାବନୀ: ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି 

‘ପିସ୍ ଡିଲ୍‌’ (Peace Deal) ସଫଳ ହେବା ପୂର୍ବରୁ ହିଁ ଭାଙ୍ଗିଯିବା ଆଡ଼କୁ ଗତି କରୁଛି। ନେତାନ୍ୟାହୁଙ୍କ ବଡ଼ ଚେତାବନୀ: ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି । ପଶ୍ଚିମ ଏସିଆରେ ଅନେକ ଦିନର ମହାବିନାଶ ସ୍ଥିତି ପରେ ପରେ ବିଶ୍ୱ ସମୁଦାୟ ଯେଉଁ ଶାନ୍ତି ଆଲୋଚନା ଆରମ୍ଭ କରିଥିଲା, ତାହା ଏବେ ବାଜିରେ ଲାଗିଛି। ଗୋଟିଏ ପଟେ ଇରାନ ପରମାଣୁ କାଯ୍ୟକ୍ରମ ବନ୍ଦ କରିବାର ପ୍ରତିଶଋତି ଦେଲେ ବି ୟୁରେନିୟମ ସମୃଦ୍ଧକରଣ ଜାରୀ ରଖିଛି ବୋଲି ସନ୍ଦେହ ପ୍ରକାଶ ପାଉଥିବା ବେଳେ ଅନ୍ୟପଟେ ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ଇରାନ କୁ କଠୋର ଚେତାବନୀ ଦେଇଛନ୍ତି ।...

ପଶ୍ଚିମ ଏସିଆରେ ଅନେକ ଦିନର ମହାବିନାଶ ସ୍ଥିତି ପରେ ପରେ ବିଶ୍ୱ ସମୁଦାୟ ଯେଉଁ ଶାନ୍ତି ଆଲୋଚନା ଆରମ୍ଭ କରିଥିଲା, ତାହା ଏବେ ବାଜିରେ ଲାଗିଛି। ‘ପିସ୍ ଡିଲ୍‌’ (Peace Deal) ସଫଳ ହେବା ପୂର୍ବରୁ ହିଁ ଭାଙ୍ଗିଯିବା ଆଡ଼କୁ ଗତି କରୁଛି। ବିଶ୍ୱର ଚାପ ସତ୍ତ୍ୱେ ତେହେରାନ ନିଜ ର ଗୁପ୍ତ ୟୁରେନିୟମ ସମୃଦ୍ଧକରଣ ଏବଂ ପରମାଣୁ ବୋମା ତିଆରି କରିବାର ଜିଦ୍‌ରୁ ଓହରିବାକୁ ପ୍ରସ୍ତୁତ ନାହିଁ। ଶାନ୍ତି ଆଲୋଚନାରେ ଇରାନ ନିଜର ନିଉକ୍ଲିୟର ମିଶନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ। ଏହାରି ଭିତରେ ସୁଇଜରଲ୍ୟାଣ୍ଡରେ ଶେଷ ହୋଇଥିବା ପ୍ରଥମ ଆମେରିକା-ଇରାନ ବୈଠକକୁ ନେଇ ସବୁଠାରୁ ବଡ଼ ଖୁଲାସା କରିଛନ୍ତି ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭେନ୍ସ। ଭେନ୍ସ ସ୍ପଷ୍ଟ କରିଛନ୍ତି ଯେ— ନିଉକ୍ଲିୟର ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି, କିନ୍ତୁ ଇରାନର ପରମାଣୁ ଜିଦ୍ ଏବଂ ଆତଙ୍କୀ ପ୍ରୋକ୍ସି ଗ୍ରୁପ୍‌କୁ ନେଇ କୌଣସି ସହମତି ପ୍ରକାଶ ପାଇପାରି ନାହିଁ ।"

ଗୋଟିଏ ପଟେ ଇରାନ ପରମାଣୁ କାଯ୍ୟକ୍ରମ ବନ୍ଦ କରିବାର ପ୍ରତିଶଋତି ଦେଲେ ବି ୟୁରେନିୟମ ସମୃଦ୍ଧକରଣ ଜାରୀ ରଖିଛି ବୋଲି ସନ୍ଦେହ ପ୍ରକାଶ ପାଉଥିବା ବେଳେ ଅନ୍ୟପଟେ ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ଇରାନ କୁ କଠୋର ଚେତାବନୀ ଦେଇଛନ୍ତି। ,ଇରାନକୁ ହାମାସ, ହିଜବୁଲ୍ଲା ଏବଂ ହୁତି ଭଳି ନିଜର ସମସ୍ତ ପ୍ରୋକ୍ସି ଗ୍ରୁପ୍‌ କୁ ପାଣ୍ଠି ଯୋଗାଇବା ଏବଂ ସାମରିକ ସହାୟତା ଦେବା ତୁରନ୍ତ ବନ୍ଦ କରିବାକୁ କହି ଟ୍ରମ୍ପ ପୁଣିଥରେ ନିଜର ‘ମ୍ୟାକ୍ସିମମ୍ ପ୍ରେସର’ ନୀତି ଜରିଆରେ ଇରାନର ଅର୍ଥନୀତିକୁ ପଙ୍ଗୁ କରିବାକୁ ନୂଆ ପ୍ରତିବନ୍ଧକର ଜାଲ ବିଛାଇଛନ୍ତି..

ଆମେରିକା ଏବଂ ଇରାନ ମଧ୍ୟରେ ବ୍ୟାକ୍-ଡୋର୍‌ରେ ଚାଲିଥିବା ସମସ୍ତ ପ୍ରକାର ଆଲୋଚନା ଏବଂ ସମ୍ଭାବ୍ୟ ଡିଲ୍‌ଠାରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି। ପରମାଣୁ ପ୍ରସଙ୍ଗରେ ନେତାନ୍ୟାହୁ ନିଜର ଚରମ ଜିଦ୍‌ରେ ଅଟଳ ରହିଛନ୍ତି। ଇରାନକୁ କୌଣସି ବି ପରିସ୍ଥିତିରେ, କୌଣସି ବି ସର୍ତ୍ତରେ ଏବଂ କୌଣସି ବି ଚୁକ୍ତି ବଳରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ନୋଲି କହିଛନ୍ତି ନେତାନ୍ୟାହୁ.. ଏହା ସହିତ ଇସ୍ରାଏଲ ନିଜର ସୁରକ୍ଷା ପାଇଁ ଲେବାନନରେ ସିକ୍ୟୁରିଟି ଜୋନ୍‌ କୁ ଯେତେଦିନ ଆବଶ୍ୟକ ସେତେଦିନ ପର୍ଯ୍ୟନ୍ତ ବଜାୟ ରଖିବ ବୋଲି ସ୍ପଷ୍ଟ କରିବା ପରେ, ଶାନ୍ତି ଆଲୋଚନା ଭଣ୍ଡୁର ହେବାର ଆଶଙ୍କା ଦେଖାଦେଇଛି..
ସେପଟେ ଶାନ୍ତି ଚୁକ୍ତି କୁ ଏକ ପ୍ରକାର ବଂଚାଇବା ପାଇଁ ଜୁନ୍ ୨୧ ରାତିରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ବଡ଼ ଗୁପ୍ତ ଆଲୋଚନା ଏବଂ ହାଇ-ଡ୍ରାମା ଦେଖିବାକୁ ମିଳିଥିଲା। ଏହି ଶାନ୍ତି ପ୍ରକ୍ରିୟାରେ ଉପ-ରାଷ୍ଟ୍ରପତି ଜେଡି ଭେନ୍ସ (JD Vance) ମଧ୍ୟ ସିଧାସଳଖ ସାମିଲ ଥିଲେ। କିନ୍ତୁ ଏତେ ବଡ଼ ରଣନୈତିକ ମନ୍ଥନ ସତ୍ତ୍ୱେ ସକରାତ୍ମକ ପରିଣାମ ବାହାରିନାକୁ ନେଇ ଏବେବି ସନ୍ଦେହ ଜାରୀ ରହିଛି ..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Middle East Crisis | Netanyahu Warns Iran Will Not Be Allowed Nuclear Bomb | Argus News