|
logo
Live
Argus News App
GET APP

Argus News - ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରେ ବିସ୍ଫୋରଣ : ହିଜବୁଲ୍ଲା ଟାର୍ଗେଟ୍‌ କରିଥିବା ନେଇ ସନ୍ଦେହ

International

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରେ ବିସ୍ଫୋରଣ : ହିଜବୁଲ୍ଲା ଟାର୍ଗେଟ୍‌ କରିଥିବା ନେଇ ସନ୍ଦେହ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରେ ବିସ୍ଫୋରଣ : ହିଜବୁଲ୍ଲା ଟାର୍ଗେଟ୍‌ କରିଥିବା ନେଇ ସନ୍ଦେହ

Key Points

  • ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରେ ବିସ୍ଫୋରଣ
  • ହିଜବୁଲ୍ଲା ଟାର୍ଗେଟ୍‌ କରିଥିବା ନେଇ ସନ୍ଦେହ
  • ଜବାବ୍‌ ଖୁବଶୀଘ୍ର ମିଳିବା ନେଇ ଇସ୍ରାଏଲର ଚେତାବନୀ

ଅର୍ଗସ ବ୍ୟୁରୋ: ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଯୁଦ୍ଧର ଘମାଘୋଟ ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି । ବୋମାଟି ପିଏମଙ୍କ ବାସଭବନର ବଗିଚାରେ ବିସ୍ପୋରଣ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ବୋମା ମାଡ଼ ବେଳେ ପିଏମ କି ତାଙ୍କର କୌଣସି ପରିବାରର ସଦସ୍ୟ ଘରେ ନଥିଲେ । କିନ୍ତୁ ପିଏମଙ୍କ ବାସଭବନରେ ବୋମା ବର୍ଷା ହୋଇଥିବାରୁ ପୁରା ଦେଶରେ ହାଇଆଲର୍ଟ ଜାରି ହେବା ସହିତ କିଏ ଓ କେଉଁ ପରିସ୍ଥିତିରେ ବୋମା ମାଡ଼ କଲା ତାହାକୁ ନେଇ ତଦନ୍ତ ହେଉଛି ।

ଇସ୍ରାଏଲ ଓ ଇରାନର ସମ୍ପର୍କ ଲାଗାତାର ତିକ୍ତ ରହୁଛି । ଉଭୟ ଉଭୟଙ୍କ ଉପରେ ବୋମା ବର୍ଷା କରୁଛନ୍ତି । ପୂର୍ବରୁ ବି ଇରାନ ଏକାସାଙ୍ଗରେ ଇସ୍ରାଏଲ ଉପରେ ଏକାସାଙ୍ଗରେ ୪୦୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ହେଲେ ଆକାଶମାର୍ଗରେ ହିଁ ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିବାରେ ଇସ୍ରାଏଲ ସମର୍ଥନ ହୋଇଥିଲା । ଏହି ସମୟରେ ଇରାନକୁ ଆମେରିକା ଚେତାଇ ଦେଇ କହିଥିଲା କି, ଇସ୍ରାଏଲ ଉପରେ ଆକ୍ରମଣ ଇରାନକୁ ମହଙ୍ଗା ପଡ଼ିବ । ଠିକ୍‌ ସେମିତି କିଛି ହେଲା । ପ୍ରତିଶୋଧର ନିଆଁରେ ଜଳୁଥିବା ଇସ୍ରାଏଲ ଅନ୍ଧାଧୁନ ଆକ୍ରମଣ କରିବା ପରେ ଅନେତ ଆତଙ୍କୀକୁ ନିପାତ ବି କରିଥିଲା । ହେଲେ ଏବେ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ ହୋଇଥିବାରୁ ଏହା ପଛରେ ଇରାନର ହାତ ଥିବା ସନ୍ଦେହ କରାଯାଉଛି । ଅବଶ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । 

ସୂଚନା ଅନୁସାରେ, ଇସ୍ରାଏଲର ଉତ୍ତର ସହର ସିଜେରିଆରେ ଥିବା  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଶନିବାର ଦୁଇଟି ବୋମା ମାଡ଼ ହୋଇଥିଲା ଏବଂ ଏହା ଏକ ବଗିଚାରେ ବିସ୍ଫୋରଣ ହୋଇଛି । ବୋମାମାଡ଼ ସମୟରେ ନେତନ୍ୟାହୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ ଏବଂ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ଇସ୍ରାଏଲ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯୁଦ୍ଧ ଭିତରେ ଅକ୍ଟୋବର ମାସରେ ଇସ୍ରାଏଲ ଉପରେ ହିଜବୁଲ୍ଲା ଡ୍ରୋନ ଆକ୍ରମଣ କରିଥିଲା । ପୁଣି ମାସେ ପରେ ସମାନ ଧରଣର ଆକ୍ରମଣ ହୋଇଥିବାରୁ ଚିନ୍ତା ବଢିଛି । ଅବଶ୍ୟ ଇଟାର ଜବାବ ପଥରରେ ଦେବାରେ ଇସ୍ରାଏଲ ମାଷ୍ଟର ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଯେଉଁ ଆକ୍ରମଣ ହେଲା ତାହାକୁ ନେଇ ଚର୍ଚ୍ଚା ବଢିଛି । ସେପଟେ, ବୋମା ଆକ୍ରମଣ ପରେ ଇସ୍ରାଏଲ ପୁଲିସ ଓ ଗୁଇନ୍ଦା ବିଭାଗ ମିଳିତ ତଦନ୍ତ କରୁଛି । ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ କହିଛନ୍ତି , ଆତଙ୍କବାଦୀମାନେ ସମସ୍ତ ସୀମା ଅତିକ୍ରମ କରିଛନ୍ତି  ଏବଂ ଇସ୍ରାଏଲ ଏହାର ଯଥୋଚିତ ଜବାବ ଦେବ। ସୁରକ୍ଷା ଓ ନ୍ୟାୟିକ ଏଜେନ୍ସିମାନେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।  ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଏକ୍ସରେ ଏକ ପୋଷ୍ଟ କରି ଏହି ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ।

 

Sponsored
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରେ ବିସ୍ଫୋରଣ : ହିଜବୁଲ୍ଲା ଟାର୍ଗେଟ୍‌ କରିଥିବା ନେଇ ସନ୍ଦେହ | Argus News