Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Temple Dispute / ଶିବ ମନ୍ଦିର ପାଇଁ ଆରମ୍ଭ ହେଲା ନୂଆ ଯୁଦ୍ଧ

Rashmita Mishra
Browse all articles by Rashmita Mishra
·7 months ago·2 min read
ଶିବ ମନ୍ଦିର ପାଇଁ ଆରମ୍ଭ ହେଲା ନୂଆ ଯୁଦ୍ଧ
temple dispute

Key Points

ଶିବ ମନ୍ଦିର ପାଇଁ ଆରମ୍ଭ ହେଲା ନୂଆ ଯୁଦ୍ଧ
ମାଡ଼ ହେଲା ଗୋଟିଏ ପରେ ଗୋଟିଏ ମିଶାଇଲ
ଯୁଦ୍ଧରେ ଉଭେଇଯିବ ଏହି ଦୁଇଟି ଦେଶ

ଯୁଦ୍ଧର କାରଣ ହେଉଛି ଶିବ ମନ୍ଦିର । ଶିବ ମନ୍ଦିରକୁ କିଏ ନେବ । କାହା ପାଖରେ ରହିବ ଶିବ ମନ୍ଦିର । ସେଥିପାଇଁ ଦୁଇଟି ଦେଶ ଭିତରେ ଆରମ୍ଭ ହୋଇଛି ଭିଷଣ ଯୁଦ୍ଧ । ମିଶାଇଲ ମାଡ଼ରେ ପାଉଁଶ ହେବାକୁ ଲାଗିଲାଣି ବିରାଟ ବିରାଟ ଅଟାଳିକା । ଲୋକମାନେ ଘର ଛାଡ଼ିବା ଆରମ୍ଭ କଲେଣି । ବିଶ୍ଵର ବିଭିନ୍ନ ଦେଶରେ ଆରମ୍ଭ ହୋଇଛି ଯୁଦ୍ଧ । ସୀମା ସରହକୁ ନେଇ ଦେଶ ଦେଶ ଉପରେ ମିଶାଇଲ ମରାମରି ହୋଇଯାଉଛନ୍ତି । ଆଉ ସେମିତି ଏକ ନୂଆ ଯୁଦ୍ଧ ଆରମ୍ଭ ହୋଇଛି । ଶିବ ମନ୍ଦିର ପାଇଁ ପାଉଁଶ ହୋଇଯିବ ଦୁଇଟି ଦେଶ ।

ଆରମ୍ଭ ହୋଇଛି ଯୁଦ୍ଧ, ମାଡ଼ି ଯାଉଛି ଟ୍ୟାଙ୍କ୍‌ । ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ମାଡ଼ କରୁଛି ମିଶାଇଲ । ଏହି ଯୁଦ୍ଧ ଆରମ୍ଭ ହୋଇଛି ଦକ୍ଷିଣ-ପୂର୍ବ ଏସିଆର ଦୁଇ ଦେଶ ଥାଇଲାଣ୍ଡ ଓ କାମ୍ବୋଡିଆ ଭିତରେ । ୫ ଦିନ ହେଲାଣି ଲାଗି ରହିଛି ଯୁଦ୍ଧ । ଆଉ ଯୁଦ୍ଧ ଆରମ୍ଭ ହୋଇଛି ଏକ ଶିବ ମନ୍ଦିର ପାଇଁ । ଦୁଇଟି ଦେଶର ସୀମାରେ ରହିଛି ଏହି ଶିବ ମନ୍ଦିର ।

ସୂଚନା ମୁତାବକ ଡାଙ୍ଗରେକ୍ ପର୍ବତ ଶିଖରରେ ଥିବା ଏକ ୯୦୦ ବର୍ଷ ପ୍ରାଚୀନ ଶିବ ମନ୍ଦିର ପ୍ରିହ ଭିହିଅରକୁ ନେଇ ଗତ ଅନେକ ଦଶନ୍ଧି ଧରି ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ବିବାଦ ଚାଲିଆସିଛି । ଆଉ ଏହି ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି । ଶିବମନ୍ଦିରକୁ ନେଇ ବିବାଦ ଆରମ୍ଭ ହୋଇଛି ୧୯୦୭ ମସିହାରେ।

କାରଣ କାମ୍ବୋଡିଆକୁ ସେତେବେଳେ ଶାସନ କରୁଥିବା ଫ୍ରାନ୍ସ ପକ୍ଷରୁ ଶିବ ମନ୍ଦିରକୁ ନେଇ ଏକ ନକ୍ସା ପ୍ରସ୍ତୁତ କରାଯାଇଥିଲା । ସେହି ନକ୍ସାରେ କୁହାଯାଇଥିଲାକି ଶିବ ମନ୍ଦିର ହେଉଛି କାମ୍ବୋଡିଆର ବୋଲି । ଆଉ ଏବେ ଏହା ଏକ ବିବାଦର ରୂପ ନେଇଛି । ବିବାଦ ଏମିତି ହୋଇଛି କି ଦୁଇ ଦେଶ ଭିତରେ ଭୀଷଣ ଯୁଦ୍ଧ ଆରମ୍ଭ ହେଲାଣି । ଶିବ ମନ୍ଦିରକୁ କାମ୍ବୋଡ଼ିଆ ନିଜର ବୋଲି କହୁଥିବା ବେଳେ ଥାଇଲାଣ୍ଡ ଉକ୍ତ ଶିବ ମନ୍ଦିରକୁ ନେବାକୁ ଚେଷ୍ଟା କରିଛି ।

ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୧୦୦ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖା ପାଖି ୪ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଯୁଦ୍ଧ ଥମିବାର ନାଁ ହିଁ ଧରୁ ନାହିଁ । ଆମେରିକା ଏହି ଯୁଦ୍ଧରେ ହସ୍ତକ୍ଷେପ କରି ଯୁଦ୍ଧ ବିରତି ଘୋଷଣା କରିଥିବା ବେଳେ ପୁଣିଥରେ ଆମେରିକା କଥାକୁ ଉଭୟ ଦେଶ ବେଖାତିର କରି ପୁଣିଥରେ ଯୁଦ୍ଧ ଆରମ୍ଭ କରିଛନ୍ତି । ଯାହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଉଭୟ ଦେଶକୁ ଚେତାବନି ଦେଇଛନ୍ତି ଯୁଦ୍ଧ ବନ୍ଦ କରିବା ପାଇଁ ।

ଅଧିକ ପଢ଼ନ୍ତୁ ବିଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
temple dispute | New Conflict Erupts Over Shiva Temple — Here’s What You Need to Know | Argus News