Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସିଲା ନୂଆ ମେସିନ୍, ବଟନ୍ ପ୍ରେସ କଲେ ଜୀବନ ଚାଲିଯିବ

International

ଆସିଲା ନୂଆ ମେସିନ୍, ବଟନ୍ ପ୍ରେସ କଲେ ଜୀବନ ଚାଲିଯିବ

Arpita Mohanty
Browse all articles by Arpita Mohanty
·1 year ago·2 min read
ଆସିଲା ନୂଆ ମେସିନ୍, ବଟନ୍ ପ୍ରେସ କଲେ ଜୀବନ ଚାଲିଯିବ

Key Points

ଇଚ୍ଛା ମୃତ୍ୟୁ ପାଇଁ ମେସିନ !
ବଟନ୍‌ ଦବାଇଲେ ଚାଲିଯିବ ଜୀବ

ଅର୍ଗସ ବ୍ୟୁରୋ: ଇଚ୍ଛା ମୃତ୍ୟୁ । ଅର୍ଥାତ୍‌ ଯେବେ ଜୀବନ ହାରିବାକୁ ଇଚ୍ଛା ହେବ । ଅବଶ୍ୟ ଏନେଇ ଅନେକ ଆଇନକାନୁନ ରହିଛି । କେଉଁ ଦେଶରେ ଏହା ଆଇନ ସମ୍ମତ ହୋଇଥିବା ବେଳେ କେଉଁଠି ଆଇନ ଏହାକୁ ସ୍ଵୀକୃତ ଦେଉନାହିଁ । ଆଉ ଏହାରି ଭିତରେ ଇଚ୍ଛା ମୃତ୍ୟୁକୁ ନେଇ ଏକ ମେସିନ ଆସିଥିବା ଜଣାପଡିଛି । ଯାହାକୁ ନେଇ ଚର୍ଚ୍ଚା ଜୋର । କାରଣ ଇଏ ଏମିତି ଏକ ମେସିନ ଯାହାର ସ୍ଵଚ୍‌ ଦବାଇବା ମାତ୍ରେ ଆପଣଙ୍କ ଜୀବନ ଚାଲିଯିବ ।

 

ବିଜ୍ଞାନ ବହୁତ ଆଗକୁ ଗଲାଣି। ଏତେ ଆଗକୁ କି ଦିନକୁ ଦିନ ଏପରି ଅଭୂତ ଜିନିଷର ଉଭ୍ଭାବନ ହେଉଛି ଶୁଣିଲେ ବିଶ୍ବାସ ହେବନାହିଁ। ସେହିପରି ଏକ ନୂଆ ଉଭ୍ଭାବନ ହେଉଛି ଇଛା ମୃତ୍ୟୁର ମେସିନ। ଏହି ମେସିନରେ ଏଣିକି ଯିଏ ମରିବାକୁ ଚାହିଁବ ସିଏ ସହଜରେ ମରିପାରିବ। ଶୁଣିବାକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ବାସ୍ତବରେ ସ୍ଵିଜରଲାଣ୍ଡରେ ପ୍ରଥମ ଥର ପାଇଁ ଏପରି ଏକ ମେସିନ କରାଯାଇଛି ଯେଉଥିରେ ବାସ୍ କେବଳ ଏକ ବଟନ ଦବାଇଲେ ଜୀବନ ଚାଲିଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ମେସିନ ହେଉଛି ସର୍‌କୋ କ୍ୟାପ୍‌ସୁଲ୍ ।୨୦୧୯ରେ ଏହା ତିଆରି କରାଯାଇଥିଲା ଆଉ ଖୁବ୍ ଶିଘ୍ର ଏହା ପ୍ରଥମ ଥର ପାଇଁ ବ୍ୟବହାର କରାଯିବ। ତେବେ ଏହି ମେସିନରେ କେମିତି ଜଣେ ଇଛା ମୃତ୍ୟୁ ପାଇବ ?କଣ ରହିଛି ଏହାର ପ୍ରଣାଳୀ ଜାଣନ୍ତୁ। ବଟନ୍ ପ୍ରେସ କରିବା ମାତ୍ରେ ମେସିନ ଭିତରେ ଅମ୍ଳଜାନ ଯବକ୍ଷାରଜାନରେ ପରିଣତ ହୋଇଯାଏ ଫଳରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ।  କିନ୍ତୁ ବଟନ୍ ପ୍ରେସ କରିବା ପୂର୍ବରୁ ମେସିନ କିଛି ପ୍ରଶ୍ନ ପଚାରିବ ଯେମିତିକି ଆପଣ କିଏ ଏବଂ କେଉଁଠି ଅଛନ୍ତି ଜାଣିଛନ୍ତି? ତାସହିତ ବଟନ୍ ଦବାଇଲେ କ’ଣ ହେବ ଆପଣ ଅବଗତ ଅଛନ୍ତି ତ? ଯଦି ହଁ ତାହେଲେ ଏହି ବଟନ୍ ଦବାନ୍ତୁ। ଥରେ ବଟନ୍ ଦବାଇଲେ ମାତ୍ର ୩୦ ସେକେଣ୍ଡ ଭିତରେ ପ୍ରୋସେସରରେ ଅମ୍ଳଜାନ ସ୍ତର ୨୦ ପ୍ରତିଶତରୁ ୦.୦୫ ପ୍ରତିଶତକୁ ଖସିଯିବ। ଆଉ ଅମ୍ଳଜାନ ସ୍ତର ହ୍ରାସ ହେବା ମାତ୍ରେ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ରହିବ ତାପରେ ଜୀବନ ଚାଲିଯିବ। ଥରେ ବଟନ୍ ଦବାଇଲେ ଆଉ ଏହାକୁ ଫେରାଇ ନିଆଯାଇପାରିବ ନାହିଁ ବୋଲି ସର୍‌କୋର ଉଦ୍ଭାବକ ଫିଲିପ୍ ନିଟ୍‌ସ୍କେ କହିଛନ୍ତି।

ସ୍ୱିଜରଲ୍ୟାଣ୍ଡରେ ଏହି ମେସିନ ବ୍ୟବହାର କରିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ, କାରଣ ସେଠାକାର ଆଇନ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଇଥାଏ। ଲାଷ୍ଟ ରିସୋର୍ଟ ସଂଗଠନ କହିଛି ଖୁବ୍ ଶୀଘ୍ର ସରକୋ ବ୍ୟବହାର କରାଯିବ କିନ୍ତୁ କିଏ ରହିବ ପ୍ରଥମ ବ୍ୟକ୍ତି ସେନେଇ ବର୍ତ୍ତମାନସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କୌଣସି ନିର୍ଜନ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବା ସ୍ଥାନରେ ସର୍‌କୋ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ ବିଦେଶ ଖବର

Argus Whatsapp Channel Mobile Top
Sponsored
Switzerland | Argus News