Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

‘Nice Mistake: ଭୁଲ ସଂଯୋଗରୁ ପର୍ଯ୍ୟଟକମାନେ ଫ୍ରାନ୍ସ ବଦଳରେ ପହଞ୍ଚିଗଲେ ଉତ୍ତର ଆଫ୍ରିକାରେ

Ritu Das
Browse all articles by Ritu Das
·10 months ago·2 min read
‘Nice Mistake: ଭୁଲ ସଂଯୋଗରୁ ପର୍ଯ୍ୟଟକମାନେ ଫ୍ରାନ୍ସ ବଦଳରେ ପହଞ୍ଚିଗଲେ ଉତ୍ତର ଆଫ୍ରିକାରେ

Key Points

ଦୁଇ ଜଣ ବାନ୍ଧବୀ ଥିଲେ। ଯେଉଁମାନଙ୍କୁ ଟିକେ ସମୟ ମିଳିଲେ ସେମାନେ କେଉଁଆଡେ ନା କେଉଁଆଡେ ବୁଲିବାକୁ ପଳାନ୍ତି। ଆଉ ଟ୍ରାଭେଲ ବ୍ଲଗ ଫ୍ୟାନ୍ସଙ୍କ ପାଇଁ ପ୍ରସ୍ତୁତ କରନ୍ତି।

ଦୁଇ ଜଣ ବାନ୍ଧବୀ ଥିଲେ। ଯେଉଁମାନଙ୍କୁ ଟିକେ ସମୟ ମିଳିଲେ ସେମାନେ କେଉଁଆଡେ ନା କେଉଁଆଡେ ବୁଲିବାକୁ ପଳାନ୍ତି। ଆଉ ଟ୍ରାଭେଲ ବ୍ଲଗ ଫ୍ୟାନ୍ସଙ୍କ ପାଇଁ ପ୍ରସ୍ତୁତ କରନ୍ତି। କିନ୍ତୁ ଏହି ବ୍ଲଗ କରିବା ଚକ୍କରରେ ତାଙ୍କ ସହ ଏକ ବଡ଼ ପ୍ରାଙ୍କ ହୋଇଯାଇଛି। ଏହି ମଜାଦାର ଘଟଣା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଭିଡିଓକୁ ଟିକଟିକରେ ୧୮ ମିଲିଅନ ଲୋକ ଦେଖିସାରିଛନ୍ତି। ଆଉ କମେଣ୍ଟ ମଧ୍ୟ କରିଛନ୍ତି। ଆମେରିକା ପର୍ଯ୍ୟଟକ ଯାହାଙ୍କ ସ୍ବପ୍ନ ଥିଲା ଫ୍ରାନ୍ସର ପ୍ରସିଦ୍ଧ ସମୁଦ୍ରତଟୀୟ ସହର ‘ନାଇସ୍’ (Nice) ନାମକ ସ୍ଥାନକୁ ଏକ୍ସପ୍ଲୋର କରିବାକୁ କିନ୍ତୁ ସେମାନେ ଭୁଲବଶତଃ ପହଞ୍ଚିଗଲେ ଉତ୍ତର ଆଫ୍ରିକାର ଏକ ଟୁନିସ, ଟୁନିସିଆ ସହରରେ ପହଞ୍ଚିଗଲେ।


ଆମେ କହୁଛୁ ଡିଆଲୋ ଏବଂ ତାଙ୍କ ପାର୍ଟନରଙ୍କ କଥା। ଯିଏକି ନିଜର ପର୍ଯ୍ୟଟନ ଯାତ୍ରାର ପୁରା କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଘଟଣା ଆରମ୍ଭ ହେଲା ରୋମର ଏୟାରପୋର୍ଟରେ ଯେତେବେଳେ ସେମାନେ ଅନଲାଇନ୍ ଟ୍ରାଭେଲ୍ ପୋର୍ଟାଲ୍‌ରୁ ଟିକେଟ୍ ବୁକ୍ କରୁଥିଲେ। ‘Nice’ ଲେଖିବା ସମୟରେ ସିଷ୍ଟମ୍ ସେମାନଙ୍କୁ ‘Nis’ କିମ୍ବା ‘"ଟୁନିସ" ନାମର ଗନ୍ତବ୍ୟସ୍ଥଳ ପ୍ରସ୍ତାବ ଦେଲା – ଯାହା ଅସଲରେ ଉତ୍ତର ଆଫ୍ରିକାରେ ଅବସ୍ଥିତ। ଭାଷା ଓ ସ୍ପେଲିଂର ସମ୍ମିଳନରେ ଭୁଲ୍‌ଟିକୁ ସେମାନେ ଧ୍ୟାନ ଦେଲେନି ଏବଂ ଟିକେଟ୍ କନଫର୍ମ କରିଦେଲେ। କେତେକ ଘଣ୍ଟାର ବିମାନ ଯାତ୍ରା ପରେ, ବିମାନବନ୍ଦରରେ ଅବତରଣ ସମୟରେ ସେମାନେ ଚକିତ ହୋଇଗଲେ – ଏହା କୌଣସି ଫ୍ରେଞ୍ଚ୍ କୋଷ୍ଟାଲ୍ ସହର ନୁହେଁ! ସହରର ପରିବେଶ, ଲୋକମାନଙ୍କ ଭାଷା ସବୁ କିଛି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ପାସପୋର୍ଟ କଣ୍ଟ୍ରୋଲ୍‌ରେ ଯେତେବେଳେ ସେମାନଙ୍କୁ ଆରବିକ୍ ଭାଷାରେ ସ୍ୱାଗତ କରାଗଲା, ସେତେବେଳେ ସେମାନେ ତାଙ୍କ ଭୁଲକୁ ବୁଝିଲେ। ସ୍ଥାନୀୟ ପ୍ରାଧିକାରୀମାନେ ସହଯୋଗ କରି, ସେମାନଙ୍କୁ ପରବର୍ତ୍ତୀ ଦିନରେ ସଠିକ୍ ଫ୍ଲାଇଟ୍‌ରେ ବସେଇଲେ। ସେମାନେ ଯଦିଓ ପ୍ରଥମେ ଅସୁବିଧାରେ ପଡ଼ିଥିଲେ, ଏହି ଅନୁଭବକୁ ସେମାନେ ‘ଜୀବନର ସର୍ବଶ୍ରେଷ୍ଠ ଆଶ୍ଚର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣା ସୋସିଆଲ୍ ମିଡିଆରେ ‘Nice Mistake’ ଭାବେ ଭାଇରାଲ୍ ହୋଇଛି ଏବଂ ନେଟିଜେନମାନେ କମେଣ୍ଟ୍ କରୁଛନ୍ତି – “କମ୍ ସେ କମ୍ ଆଉ ଏକ ନୂଆ ଦେଶ ଦେଖିଲେ!”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
‘Nice’ Mistake: Tourists Land in North Africa Instead of France! | Argus News