Videos
|
International

ଆମେରିକାକୁ ଆଉ କେହି କରିପାରିବେ ନାହିଁ ମିଶାଇଲ୍‌ ମାଡ଼

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆମେରିକାକୁ ଆଉ କେହି କରିପାରିବେ ନାହିଁ ମିଶାଇଲ୍‌ ମାଡ଼

Key Points

୩ ବର୍ଷ ମଧ୍ୟରେ ସରିବ କାମ

ମହାକାଶରୁ ଜଗିବ ଗୋଲଡେନ୍ ଡୋମ୍

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା। ଏଣିକି ମହାକାଶରୁ ଆମେରିକାକୁ ମିଳିବ ପ୍ରତିରକ୍ଷା ସୁରକ୍ଷା। ଆଉ କୌଣସି ଦେଶ ଆମେରିକାକୁ ମିଶାଇଲ୍‌ ଆକ୍ରମଣ କରି ପାରିବେ ନାହିଁ। ଆମେରିକା ପକ୍ଷରୁ ମହାକାଶରେ ଖଞ୍ଜାଯିବ ଗୋଲଡେନ୍ ଡୋମ୍ ।


ଏହା ଶତ୍ରୁର ଯେ କୌଣସି ଆକ୍ରମଣକୁ ଚ୍ୟାଲେଂଜ ଦେଇପାରିବ । ଜଳ, ସ୍ଥଳ, ଆକାଶ ଏପରିକି ମହକାଶରୁ ଯଦି ଆକ୍ରମଣ ହୁଏ ତେବେ ମଧ୍ୟ ଏହାକୁ ପଣ୍ଡ କରିଦେବ ଗୋଲଡେନ୍ ଡୋମ୍ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ ବିଲିୟନ ଡଲାର ଅନୁଦାନ ଦିଆଯାଇଛି। ତିନିବର୍ଷ ଭିତରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ମୋଟ୍ ୧୭୫ ବିଲିୟନ ଡଲାର ଖର୍ଚ୍ଚ ହେବ। ମହାକାଶରେ ଖଞ୍ଚାଯିବାକୁ ଥିବା ଗୋଲଡେନ୍ ଡୋମ୍ କ୍ରୁଜ୍ ମିସାଇଲ, ବାଲିଷ୍ଟିକ୍ ମିସାଇଲ, ହାଇପରସୋନିକ୍ ମିସାଇଲ ଓ ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିପାରିବ ।


ଏପରିକି ଗୋଲଡେନ୍ ଡୋମ୍ ଆଣବିକ ଆକ୍ରମଣକୁ ମଧ୍ୟ ପଣ୍ଡ କରିବାର ସାମର୍ଥ୍ୟ ରଖିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ପକ୍ଷରୁ ସୂଚନା ମିଳିଛି । ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଭିତରେ ଗୋଲଡେନ୍ ଡୋମ୍ କାର୍ଯ୍ୟକ୍ଷମ ହେବ ବୋଲି ଜଣା ପଡ଼ିଛି।

No one can hit America with a missile | Argus News