Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଏହି ଦେଶକୁ କେବେ କେହି ଶାସନ କରିପାରି ନାହାନ୍ତି !

International

ଏହି ଦେଶକୁ କେବେ କେହି ଶାସନ କରିପାରି ନାହାନ୍ତି !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏହି ଦେଶକୁ କେବେ କେହି ଶାସନ କରିପାରି ନାହାନ୍ତି !

ଅର୍ଗସ ବ୍ୟୁରୋ: ସ୍ୱାଧୀନତା ପାଇଁ ମୂଲ୍ୟ ଦେବାକୁ ପଡ଼େ । ପରାଧୀନତାର ବନ୍ଧନରୁ ମୁକୁଳିବା ସଜହ ନୁହେଁ । ଦୁନିଆରେ ଅନେକ ଦେଶ ଶକ୍ତିଶାଳୀ ଶାସକ ଦ୍ୱାରା ଶାସିତ ହୋଇଛନ୍ତି । କିଛି ଦେଶ ଶତାଦ୍ଦୀ ଶତାଦ୍ଦୀ ଧରି ଦାସତ୍ୱର ଯନ୍ତ୍ରଣା ସହିଛନ୍ତି, ସେଥି ମଧ୍ୟରେ ଆମ ଦେଶ ଭାରତ ମଧ୍ୟ ସାମିଲ ଅଛି ।

ଆମ ଦେଶ ଭାରତରେ ଯେତେବେଳେ ବ୍ରିଟିଶ ଶାସନ ଚାଲିଥିଲା, ସେତେବେଳେ ଇଂରେଜମାନେ ଭାରତୀୟଙ୍କୁ ବହୁ ନିର୍ଯାତନା ଦେଉଥିଲେ । ଭାରତୀୟମାନଙ୍କ ମୌଳିକ ଓ ସାମାଜିକ ଅଧିକାର ବୋଲି କିଛି ନଥିଲା, ସେମାନଙ୍କୁ ନିଜର ଗୋଲାମ କରି ରଖିଥିଲେ। ଅନେକ ଲୋକ ସେମାନଙ୍କ ନିର୍ଯାତନା ସହିନପାରି ଜୀବନ ହାରୁଥିଲେ।

ତେଣୁ ବ୍ରିଟିଶଙ୍କ କ୍ରୁର ଶାସନ କବଳରୁ ଦେଶକୁ ଛଡ଼ାଇ ଆଣିବାକୁ ଦୀର୍ଘବର୍ଷ ଧରି ଯେଉଁ ଲଢେଇ ଚାଲିଥିଲା୍‌ ସେଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକଟି ମହାମାନବ, ଦେଶପ୍ରେମୀ ସାମିଲ୍ ହୋଇ ନିଜ ତ୍ୟାଗ, ନିଷ୍ଠା ଓ ସଂଘର୍ଷର ପ୍ରମାଣ ଦେଇଥିଲେ। ହିନ୍ଦୁ ହେଉ ବା ମୁସଲିମ୍, ଶିଖ୍ ହେଉ ବା ଜୈନ ଅବା ଖ୍ରୀଷ୍ଟିୟାନ, ସମସ୍ତେ ଏଥିରେ ନେତୃତ୍ୱ ନେଇଥିଲେ। କେବଳ ବ୍ରିଟିଶ ନୁହେଁ ମୋଗଲ ସମେତ ଅନେକ ଆତତାୟୀ ଭାରତ ଉପରେ ଆକ୍ରମଣ କରି ଶାସନ କରିଛନ୍ତି । ତେଣୁ ଭାରତ ପରି ଅନେକ ଦେଶ ସ୍ୱତନ୍ତ୍ରତା ଦିବସକୁ ଖୁବ ଧୁମଧାମରେ ପାଳନ କରନ୍ତି ।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ପଡ଼ୋଶୀ ଦେଶ ନେପାଳ କେବେ ଦାସତ୍ୱର ଜଞ୍ଜିରରେ ବାନ୍ଧି ହୋଇନାହିଁ । ସେଥିପାଇଁ ନେପାଳ କେବେ ବି ସ୍ୱତନ୍ତ୍ରତା ଦିବସ ପାଳନ କରେ ନାହିଁ । ସବୁଠାରୁ ଛୋଟ ଦେଶ ତଥା ଦୁର୍ବଳ ଦେଶ ମାନଙ୍କ ମଧ୍ୟରୁ ଗୋଟିଏ ହୋଇଥିଲେ ସୁଦ୍ଧା କେବେ କାହାର ଗୁଲାମୀ କରିନି ନେପାଳ । ଏଠାକାର ସେନାବାହିନୀ ମଧ୍ୟ ଖୁବ୍ କମ୍‌ । ଭାରତ ଦୀର୍ଘ ବର୍ଷ ଇଂରେଜ ଶାସନାଧୀନ ରହି ସ୍ୱାଧୀନ ହୋଇଥିବା ବେଳେ ନେପାଳ ଉପରେ ପରାଧୀନତାର ଛାଇ ବି ପଡିନଥିଲା ।

ଏମିତି ନୁହେଁ ଯେ ଏହାକୁ ଅକ୍ତିଆର କରିବାକୁ କେହି ଚେଷ୍ଟା କରିନଥିଲେ । ନେପାଳ ଉପରେ ମଧ୍ୟ ଶକ୍ତିଶାଳୀ ଶାସକଙ୍କ ନଜର ପଡ଼ିଥିଲା । ଏହି ଛୋଟ ଦେଶକୁ ଅକ୍ତିଆର କରିବା ପାଇଁ ଚେଷ୍ଟା ମଧ୍ୟ ହୋଇଥିଲା । ଅନ୍ୟ ଦେଶମାନଙ୍କ ପରି ମୋଗଲ ଏବଂ ବ୍ରିଟିଶମାନେ ମଧ୍ୟ ନେପାଳ ଉପରେ ଆକ୍ରମଣ କରି ଗୁଲାମ ବନାଇବାକୁ ତଥା ତା’ ଉପରେ ରାଜ କରିବାକୁ ଚେଷ୍ଟା କରିଥିଲେ।

ସର୍ବପ୍ରଥମେ ୧୩୪୯ ରେ ଶ୍ୟାମସୁଦ୍ଦିନ ଇଲିୟାସ ଶାହା ନେପାଳ ଉପରେ ଆକ୍ରମଣ କରିଥିଲେ। କାଠମାଣ୍ଡୁ ଲୁଟ୍ କରିଥିଲେ, କିନ୍ତୁ ଗୋର୍ଖା ସେନା ସାମସୁଦ୍ଦିନଙ୍କୁ କଡ଼ା ଜବାବ ଦେଇଥିଲା । ଯାହାଫଳରେ ସେ ଫେରିବାକୁ ବାଧ୍ୟ ହୋଇଥିଲେ । ତା’ପରେ ଅଷ୍ଟାଦଶ ଶତାବ୍ଦୀରେ ନେପାଳ ଉପରେ ମୀର କାସିମ ଆକ୍ରମଣ କରିଥିଲେ। କିନ୍ତୁ ମୀର କାସିମଙ୍କ ସୈନ୍ୟବାହିନୀ ମଧ୍ୟ ନେପାଳର ଗୋର୍ଖା ସେନା ଦ୍ୱାରା ପରାସ୍ତ ହୋଇ ଫେରି ଆସିଥିଲେ।

ଏହାସହିତ ଯେତେବେଳେ ବି ବ୍ରିଟିଶମାନେ ନେପାଳକୁ ଶାସନ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଭୟଙ୍କର ଯୁଦ୍ଧ ହୋଇଥିଲା। କିନ୍ତୁ ବ୍ରିଟିଶ ଏବଂ ଗୋର୍ଖା ମଧ୍ୟରେ ଯୁଦ୍ଧର କୌଣି ପରିଣାମ ବାହାରି ନଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯାହାକୁ ସୁଗୌଲି ସନ୍ଧି କୁହାଯାଏ । ଏହାପରେ ଗୋର୍ଖାମାନେ କୁମାଓନ୍ ଏବଂ ଗରୱାଲ୍ ଅଞ୍ଚଳକୁ ବ୍ରିଟିଶମାନଙ୍କୁ ହସ୍ତାନ୍ତର କରିଥିଲେ ଏବଂ ବ୍ରିଟିଶମାନେ ନେପାଳ ଉପରେ ଆଉ ଆକ୍ରମଣ ନକରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହିପରି ଭାବରେ ନେପାଳ କେବେ କୌଣସି ଶାସକଙ୍କ ଦାସତ୍ୱ କରିନାହିଁ । ଅନ୍ୟପଟେ ନେପାଳର ଭୌଗୋଳିକ ସ୍ଥିତି ଏପରି ଯେ କୌଣସ ବିଦେଶୀ ଶକ୍ତି ଏହା ଉପରେ ରାଜ କରିପାରିବ ନାହିଁ । ସେହିପରି ଡେନମାର୍କ, କାନାଡା, ଥାଇଲାଣ୍ଡ, ଫ୍ରାନ୍ସ , ଋଷ ଆଦି ଦେଶ ମଧ୍ୟ କେବେ ପରାଧୀନ ହୋଇନାହାନ୍ତି କି ଏଠାରେ ସ୍ୱତନ୍ତ୍ରନା ଦିବସ ପାଳନ ହୁଏ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
No one has ever been able to rule this country! | Argus News