Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମୋଦିଙ୍କ ସହ କାହିଁକି କଥା ହେବାକୁ ଚାହୁଁଛନ୍ତି ପୁଟିନ୍‌ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ମୋଦିଙ୍କ ସହ କାହିଁକି କଥା ହେବାକୁ ଚାହୁଁଛନ୍ତି ପୁଟିନ୍‌ ?

Key Points

  • ମୋଦିଙ୍କ ସହ କଥା ହେବାକୁ ଚାହୁଁଛନ୍ତି ପୁଟିନ୍‌
  • କହିଲେ, ମୋଦି ହେଉଛନ୍ତି ମୋର ପରମ ବନ୍ଧୁ
  • ୨୨ ତାରିଖରେ ଆଉ ଗୋଟିଏ ବୈଠକ ପାଇଁ ଦେଲେ ପ୍ରସ୍ତାବ

ଅର୍ଗସ ବ୍ୟୁରୋ: ଭାରତ-ଋଷିଆ ସମ୍ପର୍କ କେମିତି ତାହା ପୁରା ବିଶ୍ଵ ଜାଣିଛି । ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷେତ୍ରରେ ଭାରତ-ଋଷିଆ ଏକତ୍ରିତ ହୋଇ କାମ କରନ୍ତି । ହେଲେ ଏବେ ମୋଦିଙ୍କ ସହ କଥା ହେବାକୁ ଚାହୁଁଛନ୍ତି ପୁଟିନ । ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବା ବେଳେ କିଛି ଏମିତି କହିଛନ୍ତି ପୁଟିନ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଋଷିଆର ସେଣ୍ଟ ପିଟର୍ସବର୍ଗର କୋଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ ପୁଟିନ କହିଛନ୍ତି, ଏହି ସମୟରେ ଋଷର ରାଷ୍ଟ୍ରପତି କହିଛନ୍ତି ଯେ, ଆମେ କାଜାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପେକ୍ଷା କରିଛୁ । ଅକ୍ଟୋବର ୨୨ ରେ କାଜାନରେ ଏକ ଦ୍ୱିପାକ୍ଷିକ ବୈଠକ ଆୟୋଜନ କରିବାକୁ ମୁଁ ପ୍ରସ୍ତାବ ଦେଇଛି । ତେଣୁ ଅପେକ୍ଷା କରିଛୁ କେବେ ମୋଦି ଆସିବେ ଏବଂ ଦ୍ଵିପାକ୍ଷିକ ଆଲୋଚନା ହେବ । 

ବ୍ରିକ୍ସ ସମ୍ମିଳନୀକୁ ନେଇ ଏବେ ପୁରା ବିଶ୍ଵରେ ଚର୍ଚ୍ଚା । କାରଣ ପ୍ରତିବର୍ଷ ହେଉଥିବା ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଥାଏ । ହେଲେ ବୈଠକ ପୂର୍ବରୁ ଡୋଭାଲ ଓ ପୁଟିନଙ୍କ ଆଲୋଚନା ବେଶ ଚର୍ଚ୍ଚା ସାଉଁଟିଛି । କାରଣ ଏହି ବୈଠକରେ ମୋଦିଙ୍କୁ ଗୁରୁତ୍ଵ ଦେବା ସହିତ ବାରମ୍ବାର ଆଲୋଚନା ପାଇଁ ନିବେଦନ ବି କରିଥିଲେ । ଏହି ସମୟରେ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ ତରଫରୁ କୃତଜ୍ଞତା ବି ଜଣାଇଛନ୍ତି । NSA ଡୋଭାଲ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାର ବିରଳ ସୁଯୋଗ ପାଇଥିବାରୁ ଋଷର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଟେଲିଫୋନ୍ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ଯେପରି କହିଥିଲେ, ସେ ୟୁକ୍ରେନ ଗସ୍ତ ଏବଂ ଜେଲେନସ୍କିଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ କହିବାକୁ ପ୍ରସ୍ତୁତ ଅଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ମୋଦି-ପୁଟିନ ୱାନ ଟୁ ୱାନ ଆଲୋଚନା ହେବ । ସମୟ କହିବ ଉଭୟ ନେତା କେଉଁ ବିଷୟରେ କରୁଛନ୍ତି ଆଲୋଚନା ।
 


 

Sponsored
Narendra Modi | Argus News