ଓଡିଆ ଭାଷା, ସଂସ୍କୁତି ଓ ପରମ୍ପରା ଉପରେ ମାରଥାନ୍ ଆଲୋଚନା

Key Points
ଋଷରେ ମସ୍କୋ ଅନ୍ତର୍ଜାତୀୟ ପୁସ୍ତକ ମେଳା-୨୦୨୫ ଉଦଯାପିତ
ଓଡ଼ିଶା ଓ ଭାରତୀୟ ପୁସ୍ତକ ମାଧ୍ୟମରେ ଭାରତକୁ ଜାଣିଲା ବିଶ୍ୱ
ଋଷର ମସ୍କୋ ମାଟିରେ ଚମକିଲା ଓଡିଆ ପୁସ୍ତକ
ଓଡିଆ ଭାଷା, ସଂସ୍କୁତି ଓ ପରମ୍ପରା ଉପରେ ମାରଥାନ୍ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମଙ୍କୁ ବଡ଼ ପ୍ରଶଂସା
ମସ୍କୋ ଇଣ୍ଟରନ୍ୟାସନାଲ ବୁକ୍ ଫେୟାରରେ ସ୍ଥାନ ପାଇଲା ଓଡିଆ ସମେତ ଦେଶର ବହୁ ନାମୀଦାମୀ ପୁସ୍ତକ । ବୁକ୍ ଫେୟାରରେ ସ୍ୱତନ୍ତ୍ର ଅତିଥି ଭାବେ ସାମିଲ୍ ହେଲା ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଉଦ୍ୟମରେ ବିଦେଶ ମାଟିରେ ପଡିଲା ଦେଶର ଜୟଜୟ କାର । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ ଆୟୋଜିତ ପୁସ୍ତକମେଳାରେ ଭାରତ ପାଭିଲିୟନରେ ଓଡ଼ିଶା ସମେତ ଭାରତର ବିଶିଷ୍ଟ ଲେଖକ, ସାହିତ୍ୟିକ ଓ ପ୍ରକାଶକମାନେ ଯୋଗଦେଇଥିଲେ । ସମ୍ମାନିତ ବ୍ୟକ୍ତିମାନେ ବୁକ୍ ଷ୍ଟଲ ପରିଦର୍ଶନ କରିବା ସହ ପୁସ୍ତକର ବିଶେଷତ୍ୱ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ ।
ଶିଶୁ ସାହିତ୍ୟ, ଡିଜିଟାଲ୍ ପ୍ରକାଶନ, ଯୋଗ, ସିନେମା, ପୌରାଣିକ କାହାଣୀ ଏବଂ ଖାଦ୍ୟପେୟକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା । ଏହି ମେଳାରେ ବ୍ୟବସାୟିକ ଗୋଲଟେବୁଲ ଆଲୋଚନା, ଲେଖକ ପାରସ୍ପରିକ ଆଲୋଚନା, କବିତା ପାଠ, ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ କର୍ଣ୍ଣାଟକୀ କଣ୍ଠସ୍ୱର ପାଠ, ଓଡ଼ିଶୀ ନୃତ୍ୟ ଏବଂ ରାଜସ୍ଥାନୀ ଲୋକ ସଙ୍ଗୀତ ସମେତ ଚମତ୍କାର ସାଂସ୍କୃତିକ ପ୍ରଦର୍ଶନ ପ୍ରଦର୍ଶିତ ହୋଇଥିଲା, ଯାହାକୁ ସମସ୍ତେ ମନଭରି ଉପଭୋଗ କରିଥିଲେ ।
📱 Get Argus News App
✨ଶିଶୁ କାହାଣୀଠାରୁ ଆରମ୍ଭ କରି ଭାରତର ମହାନ ଚିନ୍ତାନାୟକଙ୍କ ଉପରେ ୨୨ଟି ଏନବିଟି ଶୀର୍ଷକ ରୁଷୀୟ ଭାଷାରେ ଅନୁବାଦ କରାଯାଇଥିଲା, ଯାହା ଭାରତ ପାଭିଲିୟନର ପ୍ରମୁଖ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିରେ ପ୍ରମୁଖ ବିଷୟବସ୍ତୁ ଥିଲା ରବୀନ୍ଦ୍ରନାଥ ଟାଗୋର : ଫିଲୋସୋଫି ଅଫ୍ ଏଜୁକେସନ ଆଣ୍ଡ୍ ପେଣ୍ଟିଂ, ଅରବନ୍ଦ ଫର୍ ୟଙ୍ଗ୍, ବୁଦ୍ଧ ଫର୍ ଦ ୟଙ୍ଗ୍, ଏ ସିମ୍ପୁଲ ଲାଇଫ୍ ଅଫ ସ୍ୱାମୀ ବିବେକାନନ୍ଦ ଏବଂ ଗାନ୍ଧୀ ଇଣ୍ଡିଆ : ୟୁନିଟି ଇନ୍ ଡାଇଭରସିଟି ଏବଂ ଅନେକ ମନୋରମ ଶିଶୁ ପୁସ୍ତକ ସ୍ଥାନ ପାଇଥିଲା । ହିନ୍ଦୀକୁ ଋଷ ଭାଷାରେ ଅନୁବାଦ କରିବାର ଭାଷାକୋଷ ମଧ୍ୟ ଉନ୍ମୋଚନ ହୋଇଥିଲା ।
ବିଶିଷ୍ଟ ଲେଖକ, ବୁଦ୍ଧିଜୀବୀ ଏବଂ ସାଂସ୍କୃତିକ ବ୍ୟକ୍ତି ତଥା ଅକ୍ଷତ ଗୁପ୍ତା, ଜୟା ମେହେଟା, ମୋହିତ ସୁନେଜା, ଦୀପକ କୁମାର ପଣ୍ଡା, ଆଚାର୍ଯ୍ୟ ବାଲକ୍ରୀଷ୍ଣା, କୁମୁଦ ଶର୍ମା, ଅନିଲ ଜାଙ୍କାର, ସୋନୁ ସାଇନି ଏବଂ ପ୍ରବିଂଶ ସିଂ ସୋଲାଙ୍କି ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶାର ବରିଷ୍ଠ ସାହିତ୍ୟିକ କାଳନ୍ଦୀ ଚରଣ ସାମଲ ମଧ୍ୟ ଏଥିରେ ଯୋଗଦେଇଥିଲେ । ଏହି ପୁସ୍ତକ କେବଳ ଏକ ସାହିତ୍ୟିକ ପ୍ରଦର୍ଶନୀ ନଥିଲା ବରଂ ପୁସ୍ତକ, ଜ୍ଞାନ ଏବଂ ସୃଜନଶୀଳତା ମାଧ୍ୟମରେ ଭାରତ-ରୁଷ ସମ୍ପର୍କକୁ ମଜଭୂତ୍ କରିଛି । ବିଦେଶ ମାଟିରେ ଭାରତ ଏପରି ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖକ, ପ୍ରକାଶକ ଓ ସାହିତ୍ୟିକମାନେ ଧନ୍ୟବାଦ ଜଣାଇଛନ୍ତି ।
ପଢେଗା ଭାରତ, ବଢେଗା ଭାରତ । ପଢେ ଭାରତ, ଜାନେ ଭାରତ । ଶିକ୍ଷାମନ୍ତ୍ରଣାଳୟର ବଡ ପଦକ୍ଷେପ ପାଇଁ ବିଶ୍ୱ ଦରବାରରେ ପହଁଞ୍ଚିଲା ଦେଶର ଶିକ୍ଷା, ସଂସ୍କୁତି, ସାହିତ୍ୟ ଓ ଯୋଗର ଦମ୍ । ଭାରତୀୟ ପୁସ୍ତକଗୁଡ଼ିକର ଥିବା ବିଶେଷତା ଓ ପ୍ରତିଭାବାନ ଲେଖାଗୁଡ଼ିକୁ ବିଶ୍ୱରେ ପହଞ୍ଚାଇବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି) ଓ ଋଷ ସରକାରଙ୍କ ଋଷରେ ଆୟୋଜିତ “ମସ୍କୋ ଅନ୍ତର୍ଜାତୀୟ ।