ଭୟଙ୍କର ସାପର ମୁଣ୍ଡକୁ ଚୁମ୍ବନ

ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୁଏ ।ଵର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଉଛି । ଯାହା ଆପଣ ଦେଖିଲେ ଵି ହୋସ୍ ଉଡିଯିଵ।
ହିଜାବ୍ ପିନ୍ଧିଥିବା ମହିଳା ଜଣକ କୋବ୍ରାଙ୍କୁ ଚୁମ୍ବନ ଦେଉଥିବା ଭୟଙ୍କର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ସେ ସାପଠୁ ଦୂରେଇଵା ବଦଳରେ ଧୀରେ ଧୀରେ ଏହା ଆଡକୁ ପାଖେଇ ଭୟଙ୍କର ସାପର ମୁଣ୍ଡକୁ ଚୁମ୍ବନ କରିବାକୁ ଆଗେଇ ଆସିଲେ।
ବିଭିନ୍ନ ବିଷାକ୍ତ ସାପ ସହିତ ଲୋକମାନେ ବିପଜ୍ଜନକ ଷ୍ଟଣ୍ଟ୍ କରୁଥିବା ଇଣ୍ଟରନେଟ୍ ଭାଇରାଲ ହୁଏ । କିନ୍ତୁ ଵତ୍ତମାନ ମହିଳା ଜଣକ କୋବ୍ରାଙ୍କୁ ଚୁମ୍ବନ ଦେଉଥିବା ଭିଡିଓ ଇଣ୍ଟରନେଟର ଦୃଷ୍ଟି ଆକର୍ଷଣ କରିଛି।
ଭିଡିଓରେ ଥିବା ମହିଳା ଜଣକ ଏକ କଳା କପଡା ଧରିଵା ସହିତ କୋବ୍ରା ସହିତ ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ସେ ସାପର ଦୃଷ୍ଟି ଆକର୍ଷଣ କରିବା ପାଇଁ କଳା କପଡା ବ୍ୟବହାର କରିଛନ୍ତି। ଏହାର ଧ୍ୟାନ ବଦଳାଇବା ପରେ, ସେ ଧୀରେ ଧୀରେ ତା ପାଖକୁ ଯାଏ ଏବଂ ଭୟଙ୍କର ସାପର ମୁଣ୍ଡକୁ ଚୁମ୍ବନ ଦେବାକୁ ଲାଗିଲେ ।