ଗୋଟିଏ କି ଦୁଇଟି ନୁହେଁ, ୨୩୧ଟି ବିଶ୍ବବିଦ୍ୟାଳୟରୁ ଅଫର୍

ଅର୍ଗସ ବ୍ୟୁରୋ: ଛାତ୍ର ଛାତ୍ରୀମାନେ ଭଲ ପାଠ ପଢ଼ିଲେ ତାଙ୍କୁ ସ୍କଲାରସିପ୍ ମିଳେ । ଏହା ପିଲା ମାନଙ୍କୁ ଆହୁରି ଭଲ ପଢ଼ିବା ପାଇଁ ଉତ୍ସାହିତ କରେ। ଆଉ ବାପା ମା' ବି ଏଥିପାଇଁ ବହୁତ୍ ଗର୍ବ କରନ୍ତି। ଥରେ ଭାବନ୍ତୁ ତ ଯେଉଁ ପିଲାକୁ ୧୨୨ କୋଟି ଟଙ୍କାର ସ୍କଲାରସିପ୍ ମିଳିବ ତାଙ୍କ ଅଭିଭାବକଙ୍କ ପ୍ରତିକ୍ରିୟା କେମିତି ରହିବ? ଖାଲି ସେତିକି ନୁହେଁ ୨୩୧ଟି ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ବି ଅଫର୍ ଆସିଛି। ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଛି ନା? ଆଜ୍ଞା ହଁ ସେ ହେଉଛନ୍ତି ଆମେରିକାର ୧୮ ବର୍ଷୀୟ ମ୍ୟାଡିସନ୍ କ୍ରୋଏଲ୍। ଜର୍ଜିଆର ଲିବର୍ଟି କାଉଣ୍ଟି ହାଇସ୍କୁଲର ସିଏ ଯୁକ୍ତ ୩ ଛାତ୍ରୀ।ଆସନ୍ତା ୧୮ ତାରିଖରେ ସିଏ ନିଜ ଗ୍ରାଜୁଏସନ ଶେଷ କରିବାକୁ ଯାଉଛନ୍ତି।
ଶହ ଶହ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ପାଇଁ କ୍ରୋଏଲ୍ ଆବେଦନ କରିଥିଲେ ତନ୍ମଧ୍ୟରୁ ୨୩୧ଟି ବିଶ୍ବବିଦ୍ୟାଳୟରୁ ତାଙ୍କୁ ଅଫର୍ ଆସିଛି କିନ୍ତୁ କ୍ରୋଏଲ୍ ଉତ୍ତର କାରୋଲିନାର ହାଇ ପଏଣ୍ଟ ୟୁନିଭରସିଟିରେ ଶାରୀରିକ ଚିକିତ୍ସାରେ ଡକ୍ଟରେଟ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହାଇ ପଏଣ୍ଟରେ ପଢ଼ିବାର ନିଷ୍ପତ୍ତିକୁ ନିଜର ସବୁଠାରୁ ଭଲ ନିଷ୍ପତ୍ତି ବୋଲି ସେ କହିଛନ୍ତି।ଏହି ସଫଳତା ପାଇବା ପରେ ସିଏ ଲିବର୍ଟି କାଉଣ୍ଟିରେ ଥିବା ପିଲାମାନଙ୍କୁ ପ୍ରେରିତ କରିବା ପାଇଁ କହିଛନ୍ତି ଯେ କଠିନ ପରିଶ୍ରମ ଦ୍ବାରା ତୁମେ ଯେଉଁ ବିଦ୍ୟାଳୟରେ ପଢ଼ିବାକୁ ଚାହୁଁଥିବ ପଢ଼ିପାରିବ।ଏହା ଅସମ୍ବବ ନୂହେଁ।
ଆମେରିକାର ଗରିବ କାଉଣ୍ଟି ମଧ୍ୟରୁ ଲିବର୍ଟି କାଉଣ୍ଟି ଅନ୍ୟତମ | ଲିବର୍ଟି କାଉଣ୍ଟିରେ ରହୁଥିବା 69,000 ଲୋକଙ୍କ ମଧ୍ୟରୁ ପ୍ରାୟ 14 ପ୍ରତିଶତ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି। କ୍ରୋଏଲଙ୍କ ପିତାମାତା ଯେତେବେଳେ ସିଏ ମଧ୍ୟମ ବିଦ୍ୟାଳୟରେ ପଢ଼ୁଥିଲେ ସେବେଠାରୁ ତାଙ୍କୁ କଲେଜ ପଠାଇବାକୁ ପ୍ରସ୍ତୁତ ହେଉଥିଲେ। ଅନେକ ସମୟରେ ସେମାନେ ବିଶ୍ବବିଦ୍ୟାଳୟ ପରିସରକୁ ମଧ୍ୟ ଯାଉଥିଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ ବିଦେଶ ଖବର