Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Petrol Price / ତୈଳ ଆମଦାନିରେ ପଡ଼ିବ ବଡ଼ ପ୍ରଭାବ: ପେଟ୍ରୋଲ ଓ ଡିଜେଲ ଦର

Rashmita Mishra
Browse all articles by Rashmita Mishra
·4 months ago·2 min read
ତୈଳ ଆମଦାନିରେ ପଡ଼ିବ ବଡ଼ ପ୍ରଭାବ: ପେଟ୍ରୋଲ ଓ ଡିଜେଲ ଦର
Petrol Price

Key Points

ବିଶ୍ୱ ଅର୍ଥନୀତି ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଭୟଙ୍କର ପ୍ରଭାବ !
ଷ୍ଟ୍ରେଟ ଅଫ୍ ହର୍ମୁଜକୁ ବନ୍ଦ କଲା ଇରାନ୍
ଏଣିକି ବଢିଯିବ ପେଟ୍ରୋଲ ଓ ଡିଜେଲରଦାମ୍ !
ଭାରତରେ ବି ତୈଳ ଆମଦାନିରେ ପଡ଼ିବ ବଡ଼ ପ୍ରଭାବ
ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୧୦ ଡଲାର ପହଁଚିବା ଆଶଙ୍କା
ସେପଟେ ପ୍ରଭାବିତ ହେଇପାରେ ସୁନା ଓ ରୁପା ଦର

ବିଶ୍ୱ ଅର୍ଥନୀତି ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଭୟଙ୍କର ପ୍ରଭାବ । ଷ୍ଟ୍ରେଟ ଅଫ୍ ହର୍ମୁଜକୁ ବନ୍ଦ କଲା ଇରାନ୍ । ଏଣିକି ବଢିଯିବ ପେଟ୍ରୋଲ ଓ ଡିଜେଲରଦାମ୍ ! ତୈଳ ଆମଦାନିରେ ପଡ଼ିବ ବଡ଼ ପ୍ରଭାବ । ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୧୦ ଡଲାର ପହଁଚିବା ଆଶଙ୍କା । ପ୍ରଭାବିତ ହେଇପାରେ ସୁନା ଓ ରୁପା ଦର । ଯୁଦ୍ଧ ଆରମ୍ଭରୁ ଇରାନ ଓ ଆଫଗାନିସ୍ତାନକୁ ଭାରତରୁ ବାସୁମତୀ ଚାଉଳ ରପ୍ତାନୀରେ ବାଧା ।

ଭୟଙ୍କର ରୂପ ନେଇଛି ଇରାନ-ଇସ୍ରାଏଲ ଯୁଦ୍ଧ । ଯୁଦ୍ଧର ଘନଘଟା ଭିତରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଅସ୍ଥିରତା ନେଇ ବଢ଼ିଛି ଆଶଙ୍କା । ଦୋଳାୟମାନ ଅବସ୍ଥାରେ ବଜାରର ସ୍ଥିତି । ଭାରତ ସମେତ ବିଶ୍ୱବ୍ୟାପୀ ନିବେଶକ ଏବେ ଭୟଭୀତ । ବିଶେଷଜ୍ଞଙ୍କ ଅନୁସାରେ, ଅଶୋଧିତ ତୈଳ ଦରରେ ଏକ ବଡ଼ ପରିବର୍ତ୍ତନ ଆସିବ । ଯାହା ଦରଦାମ ସମସ୍ୟାକୁ ଆହୁରି ବଢାଇବ । ଭାରତ ସମେତ ଅନେକ ଦେଶ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ଦେଇ ଅଶୋଧିତ ତୈଳ ଆମଦାନି କରିଥାନ୍ତି । ମାତ୍ର ବର୍ତ୍ତମାନ ସମୟରେ ଏହି ବାଟକୁ ବନ୍ଦ କରିଦେଇଛି ଇରାନ ।

ଯାହାଫଳରେ ତୈଳ ଜାହାଜ ଚଳାଚଳ ହୋଇଯାଇଛି ଠପ । ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପ୍ରଭାବରେ ଭୟଙ୍କର ମାତ୍ରାରେ ବଢ଼ିପାରେ ତୈଳ ଦର । ଘରୋଇ ବଜାରରେ ମହଙ୍ଗା ହୋଇପାରେ ପେଟ୍ରୋଲ ଏବଂ ଡିଜେଲ । ଦେଶରେ ଦେଖାଦେଇପାରେ ଦରଦାମ ବୃଦ୍ଧି ସ୍ଥିତି।

ଭାରତ ଏହାର ଆବଶ୍ୟକତାର ୮୫ ପ୍ରତିଶତ ରୁ ଅଧିକ ଅଶୋଧିତ ତୈଳ ଆମଦାନି କରିଥାଏ । ହୋର୍ମୁଜ ଷ୍ଟ୍ରେଟ୍ ଉପରେ ରୋକ ଲାଗିବା ଦ୍ୱାରା ଭାରତର ମାସିକ ମୋଟ ତୈଳ ଆମଦାନିର ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବିତ ହେବାକୁ ଯାଉଛି । ଏହି ପରିବହନ ବାଟ ବନ୍ଦ ହେବା ଦ୍ୱାରା ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୧୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ଏହାସହ ଏଫଏମସିଜି ଉତ୍ପାଦ, ଫଳ ଏବଂ ପନିପରିବା ଦର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ସେପଟେ ଡଲାରର ବର୍ଦ୍ଧିତ ଚାହିଦା ଯୋଗୁ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟରେ ବଡ଼ ହ୍ରାସ ଘଟିପାରେ । ଟଙ୍କା ଦୁର୍ବଳ ହେବା ଦ୍ୱାରା ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ ରୁ ଆରମ୍ଭ କରି ଖାଇବା ତେଲ ପର୍ଯ୍ୟନ୍ତ, ସମସ୍ତ ଆମଦାନି ସାମଗ୍ରୀ ମହଙ୍ଗା ହୋଇଯିବ । ଯୁଦ୍ଧ ଆରମ୍ଭରୁ ଇରାନ ଓ ଆଫଗାନିସ୍ତାନକୁ ଭାରତରୁ ବାସୁମତୀ ଚାଉଳ ରପ୍ତାନୀରେ ବାଧାପ୍ରାପ୍ତ ଦେଖାଦେଇଛି । ସିପମେଣ୍ଟର ପେମେଣ୍ଟ ବିଳମ୍ବ ହେବା ସହ ରପ୍ତାନୀ ବନ୍ଦ ରହିଛି ।

ସେପଟେ ଯୁଦ୍ଧ ଖବର ପରେ ନିବେଶକମାନେ ସେୟାର ବଜାରରୁ ଟଙ୍କା ଉଠାଇ ସୁନାରେ ନିବେଶ କରିବା ଆରମ୍ଭ କରିଛନ୍ତି । ଯଦି ଉତ୍ତେଜନା ଲାଗି ରହେ, ତେବେ ଘରୋଇ ବଜାରରେ ସୁନାର ମୂଲ୍ୟ ଆକାଶ ଛୁଆଁ ରହିବା ସହ ରୂପା ଦରରେ ମଧ୍ୟ ତୀବ୍ର ବୃଦ୍ଧି ଦେଖାଦେଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Petrol Price | Major Impact on Oil Imports: Petrol and Diesel Prices May Rise | Argus News