Oil Tanke / ସାଉଦି ଆରବ 'ରାସ୍ ତାନୁରା' ବନ୍ଦରରୁ 'ମୁମ୍ବାଇ ବନ୍ଦର' ଆସିଲା ତେଲ ଜାହାଜ

Key Points
ବିପଦପୂର୍ଣ୍ଣ 'ହର୍ମୁଜ ପ୍ରଣାଳୀ' ଦେଇ ଆସିଲା ଭାରତୀୟ ଜାହାଜ 'ସେନଲଙ୍ଗ୍'
ସାଉଦି ଆରବ 'ରାସ୍ ତାନୁରା' ବନ୍ଦରରୁ ଜାହାଜ ଆସିଲା 'ମୁମ୍ବାଇ ବନ୍ଦର'
ଜାହାଜରେ ଆସିଛି ୧ ଲକ୍ଷ ୩୫ ହଜାର ୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ
ମଧ୍ୟ ପ୍ରାଚ୍ୟରେ ମହାଯୁଦ୍ଧ ଥମିବାର ନାଁ ଧରୁନି । ଆଉ ଏହାର ପ୍ରଭାବ ରୋଷେଇ ଶାଳରେ ପଡ଼ିଲାଣି । ବାଣିଜ୍ୟିକ ଗ୍ୟାସର ଅଭାବ ହେଲାଣି । ଘରୋଇ ଜାଳେଣି ଗ୍ୟାସ ପାଇଁ ଲମ୍ବା ଲାଇନ୍ ଲାଗୁଛି । ଆଗକୁ ପେଟ୍ରୋଲ, ଜିଡେଲ ଅଭାବ ନେଇ ଆଶଙ୍କା କରାଯାଉଛି । ଏହାରି ଭିତରେ ଭାରତୀୟଙ୍କୁ ଆଶ୍ବସ୍ତ କଲା ଭଳି, ମୁମ୍ବାଇ ବନ୍ଦରରୁ ଆସିଛି ଚମତ୍କାର ଚିତ୍ର । ବିପଦପୂର୍ଣ୍ଣ ଷ୍ଟ୍ରେଟ୍ ଅଫ ହର୍ମୁଜ ଦେଇ ଗୋଟିଏ ତେଲ ଟ୍ୟାଙ୍କର ବୋଝେଇ ଜାହାଜ ଆଜି ଅପରାହ୍ନରେ ମୁମ୍ବାଇ ବନ୍ଦରରେ ଲାଗିଛି । ଯେଉଁଥିରେ ୧ ଲକ୍ଷ ୩୫ ହଜାର ୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ ରହିଛି । ତେଣୁ ଏହା ଭାରତର ବଡ଼ କୂଟନୈତିକ ବିଜୟ ବୋଲି ବିଚାର କରାଯାଉଛି । କାରଣ ଆଗକୁ ଭାରତର ଏକାଧିକ ଜାହାଜକୁ ଛାଡ଼ବା ପାଇଁ ପ୍ରତିଶ୍ରୁତି ଦେଇଛି ଇରାନ ।
ମୁମ୍ବାଇ ବନ୍ଦରରେ ଆଜି ପ୍ରାୟ ଦିନ ଗାଟାଏରେ ଲାଗିଥିଲା 'ସେନଲଙ୍ଗ୍' ଜାହାଜ । ୧ ଲକ୍ଷ ୩୫ ହଜାର ୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ ଭର୍ତ୍ତି ଏହି ଜାହାଜ ମୁମ୍ବାଇ ପୋର୍ଟରେ ଲାଗିବା ପରେ, ଯେମିତି ସମସ୍ତଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଥିଲା । କାରଣ ମଧ୍ୟ ପ୍ରାଚ୍ୟରେ ମହାଯୁଦ୍ଧର ପ୍ରଭାବ ହାଣ୍ଡିଶାଳ ଯାଏଁ ଅନୁଭବ ହେଲାଣି । ଯୁଦ୍ଧ କାରଣରୁ ରୋଷେଇ ଓ ବାଣିଜ୍ୟିକ ଗ୍ୟାର ଅଭାବ ଦେଖାଗଲାଣି । ଆଗକୁ ତେଲ ସଂକଟ ନେଇ ଆଶଙ୍କା ପ୍ରକାଶ ପାଉଛି । ଆଉ ଏହାରି ଭିତରେ ପୁଳାଏ ଆଶ୍ବସ୍ତିର ଆଶା ନେଇ ସାଉଦି ଆରବରୁ ଆସିଛି ତେଲ ଟ୍ୟାଙ୍କର ଭର୍ତ୍ତି 'ସେନଲଙ୍ଗ୍' ଜାହାଜ ।
ସାଉଦି ଆରବର 'ରାସ ତାନୁରା' ବନ୍ଦରରେ ମାର୍ଚ୍ଚ ୧ରେ ଜାହାଜରେ ତେଲ ଲୋଡ୍ କରାଗଲା
ଦୁଇ ଦିନ ପରେ 'ସେନଲଙ୍ଗ୍' ଜାହାଜଟି ଭାରତର ମୁମ୍ବାଇ ବନ୍ଦର ଅଭିମୁଖେ ବାହାରିଥିଲା
ମାର୍ଚ୍ଚ ୮ ତାରିଖରେ ଏହା ସଵୁଠାରୁ ବିପଦପୂର୍ଣ୍ଣ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ' ଦେଇ ଗତି କରିଥିଲା
ସେହି ସମୟରେ ଟ୍ରାକିଂ ରାଡାରରୁ ଅନ୍ତର୍ଦ୍ଧାନ ହୋଇଗଲା 'ସେନଲଙ୍ଗ୍' ଜାହାଜ
ବୋଧହୁଏ ଅଟୋମେଟିକ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ୍- AISକୁ ବନ୍ଦ କରିଦେଇଥିଲେ କର୍ମଚାରୀ
'ହର୍ମୁଜ ପ୍ରଣାଳୀ' ଅତିକ୍ରମ କରିବା ପରେ ମାର୍ଚ୍ଚ ୯ରେ ଏହା ପୁଣି ଟ୍ରାକିଂ ରାଡାରରେ ଦେଖାଗଲା
ମାର୍ଚ୍ଚ ୧୨ ତାରିଖ ଅର୍ଥାତ ଗୁରୁବାର ଅପରାହ୍ନ ୧ଟାରେ ଏହା ମୁମ୍ବାଇ ବନ୍ଦରରେ ଲାଗିଥିଲା
ଇରାନ୍ - ଆମେରିକା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବଢୁଥିବାବେଳେ, ବିଶ୍ବର ପ୍ରାୟ ୨୦ ପ୍ରତିଶତ ତୈଳ ରପ୍ତାନି ହେଉଥିବା ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି ଇରାନ୍ । ୩୩ କିଲୋମିଟରର ଏହି ସଂକୀର୍ଣ୍ଣ ସମୁଦ୍ରପଥ ଦେଇ ବିନା ଅନୁମତିରେ ଯାଉଥିବା ଜାହାଜକୁ ଟାର୍ଗେଟ୍ କରାଯିବ ବୋଲି ଧମକ ଦେଇଛି । ତେଣୁ ଲାଇବେରିଆ ପତାକା ଥିବା 'ସେନଲଙ୍ଗ୍' ଜାହାଜଟି ଏହି ବିପଦପୂର୍ଣ୍ଣ ଜଳପଥରେ ଜଣେ ଭାରତୀୟ ନାବିକଙ୍କ ଦ୍ବାରା ସଫଳତାର ସହ ଅତିକ୍ରମ କରିବା ଏକ ବଡ଼ ଉପଲବ୍ଧି ।
'ହର୍ମୁଜ୍' ଦେଇ ଭାରତ ଆସିବାକୁ ଲାଗେ କେତେ ଦିନ ?
'ଷ୍ଟ୍ରେଟ୍ ଅଫ୍ ହର୍ମୁଜ'ରୁ ଗୁଜରାଟର କାଣ୍ଡଲା ବନ୍ଦର ପ୍ରାୟ ୧,୦୦୦ କିଲୋମିଟର
ସେହିପରି ମୁମ୍ବାଇ ବନ୍ଦର ଯାଏଁ ଦୂରତା ପ୍ରାୟ ୧,୪୫୦ ରୁ ୧,୫୬୦ କିଲୋମିଟର
ତେଲ ଟ୍ୟାଙ୍କର ଭର୍ତ୍ତି ଜାହାଜ ସମୁଦ୍ରରେ ଘଣ୍ଟା ପ୍ରତି ୨୪ରୁ ୩୧ କିମି ବେଗରେ ଯାଏ
କାଣ୍ଡଲାରେ ପହଞ୍ଚିବାକୁ ପ୍ରାୟ ଦେଢ଼ଦିନ ଓ ମୁମ୍ବାଇକୁ ୨ ଦିନରୁ ଅଧିକ ସମୟ ଲାଗିଥାଏ
ଏହାକୁ ଭାରତର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି । ମଧ୍ୟ ପ୍ରାଚ୍ୟରେ ମହାଯୁଦ୍ଧ ଭିତରେ, ଭାରତୀୟ ଇନ୍ଧନ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ ବଡ଼ ପଦକ୍ଷେପ ନେଇଥିଲେ ମୋଦି ସରକାର । ଇରାନ୍ ପ୍ରତିପକ୍ଷ ଅବାସ ଅର୍ଗାଛିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । 'ହର୍ମୁଜ ପ୍ରଣାଳୀ' ଦେଇ ଭାରତ ତାର ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଇନ୍ଧନ ଆମଦାନି କରୁଥିବାରୁ ଏହି ସମ୍ବେଦନଶୀଳ ଜଳପଥରେ ଭାରତୀୟ ଜାହାଜର ସୁରକ୍ଷିତ ଯାତ୍ରା ଜରୁରୀ ଥିଲା ।
କୁହାଯାଉଛି ଆଉ ୨ଟି ଜାହାଜକୁ ମଧ୍ୟ ହର୍ମୁଜ ପ୍ରଣାଳୀ ଦେଇ ଗତି କରିବାକୁ ଅନୁମତି ମିଳିଛି । ପୁଷ୍ପକ ଓ ପିରାମଲ ନାମକ ଦୁଇଟି ଜାହାଜ ଖୁବଶୀଘ୍ର ହର୍ମୁଜ ଦେଇ ଅତିକ୍ରମ କରିବ । ଏହି ଦୁଇ ଜାହାଜରେ ମଧ୍ୟ ଅଶୋଧିତ ତେଲ ଓ LNG ରହିଛି । 'ହର୍ମୁଜ ପ୍ରଣାଳୀ' ଦେଇ ଭାରତ ୪୦-୫୦ ପ୍ରତିଶତ ଅଶୋଧିତ ତେଳ ଆଣିଥାଏ । ସେହିପରି ପ୍ରାୟ ୫୦ ପ୍ରତିଶତ LNG ହର୍ମୁଜ ଜଳପଥ ଦେଇ ଆସେ । ଗଲ୍ଫ ଦେଶ ବିଶେଷ କରି ସାଉଦି ଆରବ, ଇରାକ୍, UAE, କାତାର ଓ କ୍ବେତରୁ ତେଲ ଓ LNG ଭାରତକୁ ଆମଦାନି ହୁଏ ।
📱 Get Argus News App
✨Related Topics
Explore more stories