Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆରମ୍ଭ ହେଲା ଅଲିମ୍ପିକ୍ସ ମହାକୁମ୍ଭ : ସିନ୍‌ ଦେଖାଇଲା ସେନ୍‌ ନଦୀ

International

ଆରମ୍ଭ ହେଲା ଅଲିମ୍ପିକ୍ସ ମହାକୁମ୍ଭ : ସିନ୍‌ ଦେଖାଇଲା ସେନ୍‌ ନଦୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ଆରମ୍ଭ ହେଲା ଅଲିମ୍ପିକ୍ସ ମହାକୁମ୍ଭ : ସିନ୍‌ ଦେଖାଇଲା ସେନ୍‌ ନଦୀ

ଅର୍ଗସ ବ୍ୟୁରୋ : ଆରମ୍ଭ ହେଲା ବିଶ୍ଵ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍‌‌ ଅଲିମ୍ପିକ୍ସ-୨୦୨୪ । ଖେଳ ଦୁନିଆର ସବୁଠାରୁ ବଡ଼ ମହୋତ୍ସବ `ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ' ୩୩ ତମ ସଂସ୍କରଣ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଛି । ୧୨୮ ବର୍ଷର ଅଲମ୍ପିକ୍ସି ଇତିହାସରେ ପ୍ରଥମ ଥର ପାଇଁ ଏହି କ୍ରୀଡ଼ାମହାକୁମ୍ଭର ଆୟୋଜନ ଷ୍ଟାଡିୟମରେ ନହୋଇ ପ୍ୟାରିସ ଛାତି ଉପରେ ପ୍ରବାହିତ ସେନ୍‌ ନଦୀରେ ଅନୁଷ୍ଠିତ ହୋଇଛି ।

ବ୍ୟାଡମିଣ୍ଟନ ଷ୍ଟାର ପି. ଭି ସିନ୍ଧୁ, ଟେବୁଲ୍ ଟେନିସ୍ ଖେଳାଳି ଶରତ କମଳ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି । ପ୍ରାୟ ୧୦୦ଟି ବୋଟ୍‌‌ରେ ୧୦ ହଜାର ୫୦୦ କ୍ରୀଡ଼ାବିତ୍‌‌ ପରେଡ୍‌‌ରେ ଅଂଶଗ୍ରହଣ କରିଥିଲେ । ପରେଡ୍‌‌ ଅଷ୍ଟ୍ରେରଲିଜ୍‌‌ ସେତୁରୁ ଆରମ୍ଭ ହୋଇ ଆଇଫେଲ୍‌‌ ଟାୱାର ପର୍ଯ୍ୟନ୍ତ ଯାଇଥିଲା । ପରେ ସେଠାରେ ଅଲିମ୍ପିକ୍ସ ମଶାଲ୍‌‌ ପ୍ରଜ୍ଵଳିତ କରାଯାଇ ସମାରୋହ ଆରମ୍ଭ ହୋଇଥିଲା ।

ଏହା ସହ ବିଭିନ୍ନ ଦେଶରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଭାରତୀୟ ଖେଳାଳିମାନେ ପାରମ୍ପରିକ ବେଶ ଭୂଷାରେ ପରେଡ୍‌‌ରେ ଭାଗଥିଲେ । ତିନି ଘଣ୍ଟା ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରାସୀ ବିପ୍ଳବ, ଐତିହ୍ୟ, ପରମ୍ପରା, ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟର ମଧ୍ୟ ଏକାଧିକ ଝଲକ ଦେଖିବାକୁ ମିଳିଥିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Olympic opening ceremony | Argus News