ଏହି ଦିନ ୬ ମିନିଟ୍ ଅନ୍ଧାର ହୋଇଯିବ ପୁରା ଦୁନିଆ !

Key Points
ଦିନ ହୋଇଯିବ ରାତି..!
ମାଡି ଆସିବ ଅନ୍ଧାର..!
କଳା ହୋଇଯିବ ଆକାଶ..!
ଆଜ୍ଞା ହଁ... ଅନ୍ଧାର ହୋଇଯିବ ପୁରା ଦୁନିଆ । ଆକାଶରେ ଦୃଶ୍ୟମାନ ହେବ ମହା ଜାଗତିକ ଦୃଶ୍ୟ । କାରଣ ଇତିହାସର ସବୁଠୁ ଲମ୍ଵା ଓ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବ ଏ ପୃଥିବୀ । ୬ ମିନିଟ୍ ଯାଏଁ ଅନ୍ଧାର ହୋଇଯିବ ଅନେକ ଦେଶ । ୨୦୨୭ ଅଗଷ୍ଟ ୨ରେ ଦେଖାଯିବ ଏଭଳି ର୍ଦୃଲଭ ସୂର୍ଯ୍ୟପରାଗ। ଅର୍ଥାତ ଆଉ ୨ ବର୍ଷ ପରେ ଦେଖାଯିଏ ଏହି ମହାଜାଗତିକ ଦୃଶ୍ୟ । ଶତାବ୍ଦୀର ସବୁଠୁ ବିରଳ ଓ ଦୀର୍ଘତମ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ଦେଖାଯିବ ଅକାଶରେ ।
ଗତ ୧୦୦ ବର୍ଷ ଭିତରେ ନା କେବେ ଏପରି ପୂର୍ଣ୍ଣ ସୂର୍ଯ୍ୟପରାଗ ହୋଇଛି ନା ଆଗାମୀ ୧୦୦ ବର୍ଷ ଯାଏଁ ଏପରି ଦେଖାଯିବ । ଏହି ଦିନ ଚନ୍ଦ୍ର ପଛରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଲୁଚି ଯିବେ । ଯାହାଫଳରେ ଅନ୍ଧାର ଘୋଟି ଆସିବ । ୨୦୨୭ ପରେ ୨୧୨୭ରେ ଅର୍ଥାତ ୧୦୦ ବର୍ଷ ପରେ ପୁଣି ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ।
ଦୁନିଆର ଅଧା ଅଂଶ ଅନ୍ଧାରରେ ବୁଡିଯିବ । ୟୁରୋପ, ଉତ୍ତର ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟର କିଛି ଅଂଶରେ ଏହି ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ମରକ୍କୋ, ଆଲଜେରିଆ, ଟ୍ୟୁନିସିଆ, ଲିବିଆ, ସୁଡାନ, ସାଉଦି ଆରବ, ୟେମେନ ଏବଂ ସୋମାଲିଆ ଭଳି କିଛି ଦେଶ ଏହି ମହାଜାଗତିକ ଦୃଶ୍ୟକୁ ଦେଖିପାରିବେ । ୬ମିନିଟ୍ ୨୩ ସେକେଣ୍ଡ ଯାଏଁ ଏହି ସୂର୍ଯ୍ୟପରାଗ ରହିବ । ହେଲେ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ।