War Update / ଇରାନ ଉପରେ ବଡ଼ ଆକ୍ରମଣ: ଆରମ୍ଭ ହେବ ‘Operation 5G’

Key Points
'ଅପରେସନ୍ 5G' ଖୁବ୍ ଶୀଘ୍ର ଆରମ୍ଭ କରିବେ ଟ୍ରମ୍ପ
ଇରାନ-ଆମେରିକା ଯୁଦ୍ଧ ଏବେ ଭୟାନକ ହେବାକୁ ଯାଉଛି
ସ୍ଥଳଭାଗରେ ମୁହାଁମୁହିଁ ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି
ଇରାନର ଧ୍ୱଂସ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ! 'ଅପରେସନ୍ 5G' ଖୁବ୍ ଶୀଘ୍ର ଆରମ୍ଭ କରିବେ ଟ୍ରମ୍ପ । ଇରାନ-ଆମେରିକା ଯୁଦ୍ଧ ଏବେ ଭୟାନକ ହେବାକୁ ଯାଉଛି । ପୂର୍ବରୁ ବିଶ୍ଵ ଦେଖିସାରିଛି ଆକାଶ ମାର୍ଗରୁ ପର୍ଯ୍ୟାପ୍ତ ବୋମାମାଡ଼ । ଏବେ ସ୍ଥଳଭାଗରେ ମୁହାଁମୁହିଁ ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି । ଇରାନ ଏବେ ଆମେରିକାର ସିଧାସଳଖ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛି ।
ଇରାନରେ ଯେକୌଣସି ସମୟରେ ସ୍ଥଳଭାଗ ଅଭିଯାନ ଆରମ୍ଭ ହୋଇପାରେ, କାରଣ ପେଣ୍ଟାଗନରେ ଏକ ଜରୁରୀକାଳୀନ ବୈଠକରେ ସ୍ଥଳଭାଗ ଅଭିଯାନ ଆରମ୍ଭ କରିବାର ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସ୍ଥଳଭାଗ ଅଭିଯାନ ବ୍ଲୁ-ପ୍ରିଣ୍ଟ ବିଷୟରେ ଟ୍ରମ୍ପଙ୍କୁ ଅବଗତ କରାଇବା ବିଷୟରେ ଆଲୋଚନା ହେଉଛି । ଟ୍ରମ୍ପ ସ୍ଥଳଭାଗ ଅଭିଯାନ ପାଇଁ ସବୁଜ ସଙ୍କେତ ଦେଇପାରନ୍ତି । ହରମୁଜରେ ୧୦ ହାଜାର ସୈନ୍ୟ ମୁତୟନ କରିବା ସହ ପ୍ରଥମେ ଖାର୍ଗ ଦ୍ୱୀପକୁ କବଜା କରିପାରେ ଆମେରିକା ।
ଅନ୍ୟପଟେ ଇରାନ ଏପର୍ଯ୍ୟନ୍ତ ଯେଉଁଭଳି ପ୍ରତିକ୍ରିୟା ଦେଇଛି, ସେଥିରୁ ଜଣାପଡୁଛି ଯେ ଆମେରିକା ସ୍ଥଳ ଅଭିଯାନ ଦ୍ୱାରା ଫସିଯାଇପାରେ । କାରଣ ଇରାନ ପାଖରେ ଦୁଇ ବର୍ଷ ଯୁଦ୍ଧ କରିବା ପାଇଁ ଯଥେଷ୍ଟ ସାମରିକ କ୍ଷମତା ଅଛି । ଏବେ ବି ୭୦% କ୍ଷେପଣାସ୍ତ୍ର ଭଣ୍ଡାର ଅଛି ଏବଂ ଇରାନ ଯେଉଁ ତୀବ୍ରତାର ସହିତ ଆକ୍ରମଣ କରୁଛି ତାହା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଇରାନ ବହୁତ ଦିନ ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ।
ସେପଟେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଜୀବିତ ଥିବା ନେଇ ଟ୍ରମ୍ପ ସଂଦେହ ପ୍ରକଟ କରିବା ପରେ ନୂଆ ସଂଦେସ ଛାଡ଼ିଛନ୍ତି ମୋଜତାବା । ଏକ ଲିଖିତ ବାର୍ତ୍ତା ମାଧ୍ୟମରେ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସହଯୋଗ ପାଇଁ ଇରାକକୁ ଧନ୍ୟବାଦ ଜଣାଇଛନ୍ତି । ଇରାନ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ତେବେ ଦାୟିତ୍ଵ ନେବା ଦିନଠାରୁ ସେ ଲୋକଲୋଚନକୁ ଆସିନାହାଁନ୍ତି । ସେ ନିଜେ ସାମ୍ନାକୁ ନ ଆସିବା ଯୋଗୁଁ ତାଙ୍କର ଅବସ୍ଥା ଏବଂ ସ୍ଥିତିକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ଇରାନର ସରକାରୀ ଟେଲିଭିଜନ ସୂଚନା ଦେଇଛି ଯେ, ସେ ଏକ ବିମାନ ଆକ୍ରମଣରେ ଆହତ ହୋଇଥିଲେ ଏବଂ ଏବେ ସୁସ୍ଥ ହେଉଛନ୍ତି ।
୧୯୭୯ର ଇସଲାମିକ ବିପ୍ଳବ ପରେ ମୋଜତାବା ଖାମେନେଇ ହେଉଛନ୍ତି ଇରାନର ତୃତୀୟ ସର୍ବୋଚ୍ଚ ନେତା। ସରକାରୀ ଗଣମାଧ୍ୟମ ନିୟମିତ ଭାବେ ତାଙ୍କର ଫଟୋ ପ୍ରକାଶ କରୁଥିଲେ ମଧ୍ୟ ସେଗୁଡ଼ିକ ନୂଆ କି ନୁହେଁ, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ ।
📱 Get Argus News App
✨Related Topics
Explore more stories