ପାକିସ୍ତାନରେ ଟ୍ରେନ୍ ହାଇଜାକ୍ ପରେ ଅପରେସନ୍ ଜୋରଦାର,୧୬ ଆତଙ୍କବାଦୀ ନିପାତ

ପାକିସ୍ତାନରେ ଯାତ୍ରୀବାହୀ ଟ୍ରେନ୍ ହାଇଜାକ୍ ପରେ ଅପରେସନ୍ ଜୋରଦାର । ଯାତ୍ରୀବାହୀ ଟ୍ରେନ୍ ହାଇଜାକ୍ କରିଥିବା ୧୬ ଆତଙ୍କବାଦୀ ନିହତ । ରାତିସାରା ଅପରେସନ୍ କରି ୧୦୪ ପଣବନ୍ଦୀଙ୍କୁ ପାକ୍ ସେନା ମୁକୁଳାଇଥିବା ସୂଚନା। ମୁକୁଳିଥିବା ୧୦୪ ପଣବନ୍ଦୀଙ୍କ ମଧ୍ୟରେ ୩୧ ମହିଳା ଓ ୧୫ ଶିଶୁ । ରାତିସାରା ବେଲୁଚି ଲିବରେସନ୍ ଆର୍ମି ସହ ପାକିସ୍ତାନ ସେନାର ଗୁଳିବିନିମୟହୋଇଥିଲା ।
ଏଥିରେ ୧୭ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କାଲି କ୍ଵେଟାରୁ ପେଶାୱର ଯାଉଥିବା ଜାଫର୍ ଏକ୍ସପ୍ରେସ୍ ଟ୍ରେନ୍କୁ ଅପହରଣ କରିଥିଲେ ଆତଙ୍କବାଦୀ । ଟ୍ରେନରେ ୪୫୦ଜଣ ଯାତ୍ରୀ ଥିଲେ । ଅପହରଣ ପରେ ୬ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।
ପାକିସ୍ତାନ ବେଲୁଚିସ୍ତାନରେ ବିଏଲଏ ବା ବେଲୁଚ ଲିବ୍ରେସନ ଆର୍ମି ମଙ୍ଗଳବାର ଏକ ଯାତ୍ରୀବାହୀ ଟ୍ରେନକୁ ଅପହରଣ କରିନେଇଥିଲା। ୧୮୨ ଜଣଙ୍କୁ ପଣବନ୍ଦୀ କରାଯାଇଥିବା ବେଳେ ୩୦ ଜଣ ପାକିସ୍ତାନ ସୈନିକଙ୍କୁ ହତ୍ୟା କରାଯାଇଥିବା ବିଏଲଏ ପକ୍ଷରୁ ଦାବି କରାଯାଇଛି। ବିଦ୍ରୋହୀ ପାକିସ୍ତାନ ସେନାକୁ ଧମକ ଦେଇ କହିଛନ୍ତି ଯଦି ବିଏଲଏ ଉପରେ ଏୟାର ଷ୍ଟ୍ରାଇକ୍ କରିବାକୁ ପାକିସ୍ତାନ ସେନା ଚେଷ୍ଟା କରେ ତେବେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯିବ। ବିଏଲଏ ପାକିସ୍ତାନ ପାକିସ୍ତାନ ନିକଟରେ ସର୍ତ୍ତ ରଖିଛି ଯଦି ପାକିସ୍ତାନ ସେନା ଦ୍ବାରା ଅପହୃତ ହୋଇଥିବା ସମସ୍ତ ବିଏଲଏ ସମର୍ଥକଙ୍କୁ ମୁକ୍ତି ଦେଲେ ସେମାନେ ପଣବନ୍ଦୀଙ୍କୁ ଛାଡିଦେବେ।
ବେଲୁଚିସ୍ତାନର ଗୃହ ରାଷ୍ଟ୍ରମନ୍ତ୍ରୀ ତଲାଲ ଚୌଧୁରୀ କହିଛନ୍ତି ଟ୍ରେନକୁ ହାଇଜାକ୍ କରାଯାଇଥିବା ଜାଣି ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ କିଛି ଯାତ୍ରୀଙ୍କୁ ମୁକ୍ତ କରାଯାଇଥିଲା। ଆଉକିଛି ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇ ପାହାଡିଆ ଅଞ୍ଚଳକୁ ନିଆଯାଇଥିଲା। ବିଶେଷ କରି ବିଏଲଏ ସଦସ୍ୟମାନେ ମହିଳା ଓ ଶିଶୁ ମାନଙ୍କୁ ଅଧିକ ଟାର୍ଗେଟ କରିଥିଲେ। ଗତକାଲି ଅପରାହ୍ନରେ ପେଶାଓ୍ବାର ଯାଉଥିବା ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନର ବୋଲାନ ଜିଲ୍ଲାରେ ବିଦ୍ରାହୀ ମାନେ ଆକ୍ରମଣ କରିଥିଲେ। ଟ୍ରେନକୁ ଗୁଳି ମାଡ କରିବା ସହ ଟ୍ରାକକୁ ଉଡାଇ ଦେଇଥିଲେ। ଟ୍ରେନକୁ ଗୁଳିମାଡ କରି ବହୁ ସଂଖ୍ୟାରେ ଯାତ୍ରୀଙ୍କୁ ପଣ ବନ୍ଦୀ କରିଥିଲେ। ବିଦ୍ରୋହୀଙ୍କୁ ରୋକିବା ପାଇଁ ଟ୍ରେନରେ ଥିବା ସୈନିକ ଆକ୍ରମଣ କରିଥିଲେ। ହେଲେ ଟ୍ରେନକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇ ପାରିନଥିଲେ ପାକିସ୍ତାନ ସେନା। ଏଥିରେ ୩୦ ଜଣ ପାକିସ୍ତାନ ସୈନିକ ନିହତ ହୋଇଥିଲେ। ଆକ୍ରମଣ ବେଳେ ଟ୍ରେନରେ ୪୫୦ ରୁ ଅଧିକ ଯାତ୍ରୀ ଥିଲେ, ଯେଉଁଥିରେ ବହୁ ସେନାଅଧିକାରୀ ଓ ପୋଲିସ ଲିଙ୍କରେ ଥିବା ଲୋକ ରହିଥିଲେ।