Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଧମାଲ ମଚାଇଲା 'ଆନୋରା' ! ଆଡ୍ରିଆନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା, ମିକି ମ୍ୟାଡିସନ ଶ୍ରେଷ୍ଠ ଅଭିନେତ୍ରୀ

International

ଧମାଲ ମଚାଇଲା 'ଆନୋରା' ! ଆଡ୍ରିଆନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା, ମିକି ମ୍ୟାଡିସନ ଶ୍ରେଷ୍ଠ ଅଭିନେତ୍ରୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଧମାଲ ମଚାଇଲା 'ଆନୋରା' ! ଆଡ୍ରିଆନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା, ମିକି ମ୍ୟାଡିସନ ଶ୍ରେଷ୍ଠ ଅଭିନେତ୍ରୀ

୨୦୨୫ର ୯୭ତମ ଓସ୍କାର ପୁରସ୍କାର ଉତ୍ସବ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଅନୁଷ୍ଠିତ ହୋଇଛି। ମିକି ମ୍ୟାଡିସନ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଓସ୍କାର ପୁରସ୍କାର ଜିତିଥିବା ବେଳେ ଶ୍ରେଷ୍ଠ ଅଭିନେତା ଭାବେ ଆଡ୍ରିଏନ୍‌ ବ୍ରୋଡି ବିଜେତା ହୋଇଛନ୍ତି। ଦି ବ୍ରୁଟାଲିଷ୍ଟ ପାଇଁ ଆଡ୍ରିଏନ୍ ବ୍ରୋଡିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଆନୋରା ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ପାଞ୍ଚଟି ପୁରସ୍କାର ପାଇଛି।

ଆମେରିକାର ଲସ ଆଞ୍ଜେଲସରେ ଅନୁଷ୍ଠିତ ୯୭ ଓସ୍କାର ପୁରସ୍କାରରେ ଧୂମ ମଚାଇଛି ନିର୍ଦ୍ଦେଶକ ସିନ ବେକରଙ୍କ ଚଳଚ୍ଚିତ୍ର ଆନୋରା। ଏହି ଚଳଚ୍ଚିତ୍ରକୁ ୫ଟି ପୁରସ୍କାର ମିଳିଛି। ଆଡ୍ରିଆନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିକି ମ୍ୟାଡିସନଙ୍କୁ ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନମିତ୍ ମାଲହୋତ୍ରାଙ୍କ କମ୍ପାନି ଡିନେଗ୍ ଭାରତ ପାଇଁ ୭ମ ଓସ୍କାର ପୁରସ୍କାର ଆଣିଦେଇଛି। ଡ୍ୟୁନ-ପାର୍ଟ-୨ ଲାଗି ଡିନେଗ୍ ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ ପୁରସ୍କାର ମିଳିଛି।

ଆନୋରାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଦି ବ୍ରୁଟାଲିଷ୍ଟ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇଛନ୍ତି ଆଡ୍ରିଏନ ବ୍ରୋଡି। ଆନୋରା ପାଇଁ ମିକି ମ୍ୟାଡିସନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ସିନ ବେକରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶ ପୁରସ୍କାର ମିଳିଛି। ଶ୍ରେଷ୍ଠ ଆକ୍ସନ ଲାଇଭ ସର୍ଟ ଫିଲ୍ମ- ଆଇ ଏମ ନଟ ଏ ରୋବୋଟ। ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ -ଆଇ ଏମ ଷ୍ଟିଲ ହିୟର।

ଶ୍ରେଷ୍ଠ ସିନେମାଟୋଗ୍ରାଫି ଦି ବ୍ରୁଟାଲିଷ୍ଟ, ଡକ୍ୟୁମେଣ୍ଟାରୀ ଫିଚର୍‌ ଫିଲ୍ମ ନୋ ଅଦର ଲ୍ୟାଣ୍ଡ, ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରାକୁ ମିଳିଛି। ଚଳଚ୍ଚିତ୍ର ଏମିଲିଆ ପେରେଜ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଜୋ ସାଲଡାନା। ଫିଲ୍ମି ଦି ରିଅଲ ପେନ୍ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ପାଇଛନ୍ତି କିରନ କଲକିନ।

ଶ୍ରେଷ୍ଠ ଆନିମେଟେଡ ଫିଚର୍‌ ଫିଲ୍ମ ଫ୍ଲୋ। ଶ୍ରେଷ୍ଠ ଆନିମେଟେଡ କ୍ଷୁଦ୍ର ଚଳଚ୍ଚିତ୍ର ଦ ଶ୍ୟାଡୋ ଅଫ ଦ ସାଇପ୍ରେସ। ଶ୍ରେଷ୍ଠ ଚିତ୍ରନାଟ୍ୟ ଆନୋରା। ଚଳଚ୍ଚିତ୍ର ସମ୍ପାଦନା ଆନୋରା। ଏହାସହ ଶ୍ରେଷ୍ଠ ଶବ୍ଦ ଓ ଶ୍ରେଷ୍ଠ VFX ପାଇଁ ଡୁନ: ପାର୍ଟ 2କୁ ମିଳିଛି ଓସ୍କାର ପୁରସ୍କାର।

ଓସ୍କାର ହେଉଛି ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର। ଏହି ପୁରସ୍କାର ପ୍ରତିବର୍ଷ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Oscars 2025 Winners: 'Anora' dominates 97th Academy Awards with five trophies | Argus News