Coldest Place on Earth: ଏମିତି ଥଣ୍ଡା କୋଉଠି ନାହିଁ; ଶୀତରେ ୩ ଘଣ୍ଟା ଦିନ, ଖରାରେ ୩ ଘଣ୍ଟା ରାତି !

Coldest Inhabited Place on Earth: ଉତ୍ତର ଭାରତରେ ଏବେ ପ୍ରବଳ ଥଣ୍ଡା ପଡ଼ୁଛି। ସକାଳେ ଦିଲ୍ଲୀ-ଏନସିଆର ରାସ୍ତାରେ ପ୍ରବଳ କୁହୁଡ଼ି । ଏଠାରେ, ଯେତେବେଳେ ତାପମାତ୍ରା ତିନି-ଚାରି ଡିଗ୍ରୀ ପହଞ୍ଚିଥାଏ, ସେତେବେଳେ ବିଶ୍ୱାସ କରାଯାଏ ଯେ ଥଣ୍ଡା ଏବେ ଶୀର୍ଷରେ ପହଞ୍ଚିଛି। ତଥାପି, ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳରେ ପରିସ୍ଥିତି ଭିନ୍ନ ଥାଏ । ଏଠାରେ, ତାପମାତ୍ରା ଜିରୋ ଡିଗ୍ରୀ ତଳକୁ ଖସିବା ପରେ, ପ୍ରବଳ ବରଫପାତ ହୁଏ। କିନ୍ତୁ ଦୁନିଆରେ ଏମିତି ବି କିଛି ସ୍ଥାନ ଅଛି ଯେଉଁଠାରେ ସବୁବେଳେ ଅତ୍ୟଧିକ ଥଣ୍ଡା ରହିଥାଏ। ଶୀତଦିନେ ଯାହାର ତାପମାତ୍ରା -60 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ସେମିତି ଏକ ସ୍ଥାନ ହେଲା ରୁଷିଆର ଓମ୍ୟାକୋନ ସହର । ଏହାକୁ ବିଶ୍ବର ସବୁଠାରୁ ଅଧିକ ଥଣ୍ଡା ସହର କୁହାଯାଇଥାଏ ।
ଋଷୀ ଭାଷାରେ, ଓମ୍ୟାକୋନର ଅର୍ଥ ହେଉଛି ଯାହା କେବେ ଜମାଟ ବାନ୍ଧି ନଥାଏ । କିନ୍ତୁ ସହରର ନାଁ ଯେମିତି ଗୁଣ ସମ୍ପୂର୍ଣ୍ଣ ଓଲଟା । ପ୍ରାୟ ପ୍ରତ୍ୟେକ ଥଣ୍ଡା ଋତୁରେ ସହର ବରଫ ପାଲଟିଯାଏ । ଶୀତ ଆସିବାମାନେ ସହରର ହାରାହାରି ତାପମାତ୍ରା ପ୍ରାୟ -50 ଡିଗ୍ରୀ ସେଲସିୟସ୍କୁ ଖସିଥାଏ ।
ସବୁଠାରୁ ବଡ଼ କଥା ହେଲା, ଏତେ ପ୍ରବଳ ଥଣ୍ଡା ସତ୍ତ୍ୱେ ଏହି ସହରରେ ପ୍ରାୟ 500 ଲୋକ ବସବାସ କରନ୍ତି। ଶୀତଦିନେ, ଏଠାରେ ଆଖିପତା ଉପରେ ବି ବରଫ ଜମିଯାଏ । ଏଠାରେ ଲୋକମାନେ ନିଜଗାଡ଼ିକୁ ୨୪ ଘଣ୍ଟା ଚାଲୁ ରଖିଥାନ୍ତି। କାରଣ ଥରେ ବନ୍ଦ ହୋଇଗଲେ ଆଉ ଷ୍ଟାର୍ଟ ହୁଏନି ଇଞ୍ଜିନ । ଘରୁ ବାହାରକୁ ଆସିବା ମାତ୍ରେ ଲୋକଙ୍କ ଆଖିରୁ ଲୁହ ବାହାରି ଆସେ । ଆଉ ତାହା ମଧ୍ୟ ବରଫ ହୋଇଯାଏ ।
କେବଳ ମାଂସ ଖାଆନ୍ତି ଲୋକେ
ଏହି ସହରରେ ରହୁଥିବା ଲୋକମାନଙ୍କୁ ଏପରି ଅନେକ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡ଼େ ଯାହା କଳ୍ପନା କରିବା ମଧ୍ୟ କଷ୍ଟକର। ରାଜଧାନୀ ୟାକୁତ୍ସକଠାରୁ ମଧ୍ୟ ଏହି ସହରକୁ ବିଶ୍ୱର ସବୁଠାରୁ ଥଣ୍ଡା ଜନବସତି ଅଞ୍ଚଳ ବୋଲି ବିବେଚନା କରାଯାଏ। ଏଠାରେ ରହୁଥିବା ଲୋକଙ୍କ ଖାଦ୍ୟପେୟଠାରୁ ଆରମ୍ଭ କରି ଜୀବନଶୈଳୀ ପର୍ଯ୍ୟନ୍ତ ସବୁକିଛି ସ୍ୱତନ୍ତ୍ର ଓ ଭିନ୍ନ । ଅତ୍ୟଧିକ ଥଣ୍ଡା ଯୋଗୁଁ, ଏଠାକାର ବାସିନ୍ଦା ବଞ୍ଚିବା ପାଇଁ କେବଳ ମାଂସ ଖାଇଥାନ୍ତି। ବଲ୍ଗା ହରିଣ ଏବଂ ଘୋଡାର ମାଂସ ଅଧିକ ଖାଇଥାନ୍ତି । ହରିଣ ମାଂସ ବ୍ୟତୀତ ଏଠାରେ ବିଭିନ୍ନ ପ୍ରକାରର ଫ୍ରୋଜେନ୍ ମାଂସ ମଧ୍ୟ ମିଳିଥାଏ । ଯେମିତିକି ମାଛଠାରୁ ଆରମ୍ଭ କରି ପାରା ପର୍ଯ୍ୟନ୍ତ ସବୁକିଛି ମିଳିଥାଏ । ବଞ୍ଚିବା ପାଇଁ ଏଠାକାର ଲୋକେ ସେଇ ସବୁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ଯାହା ତାଙ୍କ ଶରୀରକୁ ଗରମ କରିଥାଏ ।
ଏଠାରେ ରେଫ୍ରିଜେଟର ନୁହେ ବରଂ ଲୋକମାନେ ଖୋଲା ସ୍ଥାନରେ ଆଇସକ୍ରିମ, ମାଂସ ଏବଂ ମାଛ ରଖନ୍ତି ଯାହା ମାସ ମାସ ପର୍ଯ୍ୟନ୍ତ ତାଜା ରହିଥାଏ।
-୫୦ ଡିଗ୍ରୀରେ ବି ସ୍କୁଲ ଖୋଲା
ଏହି ସହରରେ ପିଲାଙ୍କ ପାଇଁ ସ୍କୁଲ ମଧ୍ୟ ରହିଛି । ଆଉ ସେହି ସ୍କୁଲ ସବୁ -୫୦ ଡିଗ୍ରୀ ତାପମାତ୍ରାରେ ବି ଖୋଲା ରହିଥାଏ । ସ୍କୁଲ ସେତେ ଦିନ ପର୍ଯ୍ୟନ୍ତ ଚାଲିଥାଏ, ଯେତେ ଦିନ ପର୍ଯ୍ୟନ୍ତ ତାପମାତ୍ରା -୫୨ ଡିଗ୍ରୀ ପହଞ୍ଚି ନଥାଏ । -୫୨ ଡିଗ୍ରୀ ପହଞ୍ଚିଲେ ସ୍କୁଲ ବନ୍ଦ ରୁହେ । ଏଠାରେ ଲୋକଙ୍କୁ ବ୍ୟାୟାମ କରିବାକୁ ବି ମନା କରାଯାଇଥାଏ । କାରଣ ଏତେ ଥଣ୍ଡାରେ ବ୍ୟାୟାମ ଦ୍ବାରା ଝାଳ ବାହାର କରିବାକୁ ଚେଷ୍ଟା କଲେ ମୃତ୍ୟୁର ଆଶଙ୍କା ମଧ୍ୟ ରହିଥାଏ ।
ଶୀତ ଦିନେ ୩ ଘଣ୍ଟା ଦିନ ୨୧ ଘଣ୍ଟା ରାତି
ଶୀତ ଋତୁରେ, ଏଠାରେ ପ୍ରାୟ ତିନି ଘଣ୍ଟା ଦିନ ଆଉ ବାକି ସମୟ ଅନ୍ଧାର । କିନ୍ତୁ ଖରା ଦିନେ ୨୧ ଘଣ୍ଟା ଦିନ ରହିଥାଏ ଏବଂ ରାତି କେବଳ ତିନି ଘଣ୍ଟା । ସାଇବେରିଆର ୟକୁତ୍ସା ନିକଟରେ ଥିବା ଏହି ସହର ସବୁବେଳେ ସାରା ବିଶ୍ୱର ବିଶେଷଜ୍ଞଙ୍କ ପାଇଁ ଏକ ଗବେଷଣାର ବିଷୟ ହୋଇ ରହିଥାଏ। ସମସ୍ତେ ଭାବନ୍ତି ଏଠାରେ ଏତେ ଥଣ୍ଡାରେ କେମିତି ଲୋକେ ବଞ୍ଚିଥାନ୍ତି । ଏମାନେ କ’ଣ ଖାଆନ୍ତି, କ’ଣ ଚିନ୍ତା କରନ୍ତି, ଏମାନଙ୍କ ମୁଣ୍ଡରେ କ'ଣ ଥାଏ । ସମସ୍ତଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରେ । ୨୦୧୫ରେ ନ୍ୟୁଜିଲ୍ୟାଣ୍ଡର କିଛି ଫଟୋଗ୍ରାଫର ଏଠାକୁ ଅସିଥିଲେ । କିନ୍ତୁ ଏତେ ଥଣ୍ଡା କାରଣରୁ ସେମାନେ ହୋଟେଲରୁ ବାହାରକୁ ବି ଆସିବାକୁ ସାହାସ କଲେ ନାହିଁ ।
ଏହି ସ୍ଥାନ ବିଷୟରେ ଲୋକଙ୍କ ମନରେ ନାନା ପ୍ରକାରର ଚିନ୍ତାଧାରା ଆସିଥାଏ। ୨୦୧୫ ମସିହାରେ, ନ୍ୟୁଜିଲ୍ୟାଣ୍ଡରୁ ଫଟୋଗ୍ରାଫରମାନଙ୍କର ଏକ ଦଳ ଏଠାକୁ ଆସିଥିଲେ। ଥଣ୍ଡା ଯୋଗୁଁ ସେ ବହୁତ ସମୟ ଧରି ହୋଟେଲରୁ ବାହାରକୁ ଆସି ନଥିଲେ।
ଗରମ ଦିନେ ବି -୧୦ ଡିଗ୍ରୀ
ସବୁଠାରୁ ମଜାଦାର କଥା ହେଉଛି ଥଣ୍ଡା ଯୋଗୁଁ ଏଠାରେ ପେନ୍ ଇଙ୍କଠାରୁ ଆରମ୍ଭ କରି ଗ୍ଲାସରେ ଥିବା ପିଇବା ପାଣି ପର୍ଯ୍ୟନ୍ତ ସବୁକିଛି ବରଫ ପାଲଟିଯାଏ। ଏଠାରେ ଆଜି ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍ ସେବା ବି ଆରମ୍ଭ ହୋଇନାହିଁ। ଗଣମାଧ୍ୟମ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ, ତେବେ ଏଠାରେ ତାପମାତ୍ରା -60 ଡିଗ୍ରୀ ତଳକୁ ବି ଖସିଥାଏ । ୧୯୩୩ ମସିହାରେ ଏଠାକାର ପାରଦ -୬୭ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଯାହାକି ଏହି ସ୍ଥାନର ସବୁଠାରୁ ସର୍ବନିମ୍ନ ତାପମାତ୍ରା ବୋଲି କୁହାଯାଏ । ଓମ୍ୟାକୋନରେ ଖରା ଦିନେ ବି ତାପମାତ୍ରା -୧୦ ଡିଗ୍ରୀ ରହିଥାଏ ।