Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ହୀରାଠୁ ବି ଦାମୀ ପେନାଇଟ୍, ଏକ କ୍ୟାରେଟର ମୂଲ୍ୟ ୫୦ ଲକ୍ଷ

International

ହୀରାଠୁ ବି ଦାମୀ ପେନାଇଟ୍, ଏକ କ୍ୟାରେଟର ମୂଲ୍ୟ ୫୦ ଲକ୍ଷ

Arpita Mohanty
Browse all articles by Arpita Mohanty
·2 years ago·2 min read
ହୀରାଠୁ ବି ଦାମୀ ପେନାଇଟ୍, ଏକ କ୍ୟାରେଟର ମୂଲ୍ୟ ୫୦ ଲକ୍ଷ

ଅର୍ଗସ ବ୍ୟୁରୋ : ଦୁନିଆରେ ଅନେକ ପ୍ରକାରର ଖଣିଜ ପଦାର୍ଥ ଅଛି ଆଉ ସେମାନଙ୍କ ମଧ୍ୟରୁ ଆମେ ହୀରାକୁ ଅଧିକ ମୂଲ୍ୟବାନ ବୋଲି ଭାବିଥାଉ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହୀରା ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଖଣିଜ ପଦାର୍ଥ ଅଛି । ଏହା ଗୋଟେ କି ଦୁଇ ଗୁଣ ନୁହଁ ବରଂ ୫୦ ଗୁଣ ଅଧିକ ମୂଲ୍ୟବାନ। ତାହା ହେଉଛି ପେନାଇଟ୍। ସିଡି ପେନ୍‌ ଏହାର ଆବିଷ୍କାର କରିଥିବାରୁ ତାଙ୍କ ନାମ ଅନୁଯାୟୀ ଏହାର ନାମ ରଖାଯାଇଛି। ଗୋଟେ କ୍ୟାରେଟ ହୀରାର ମୂଲ୍ୟ ଯଦି ୧ ଲକ୍ଷ ହୁଏ ତାହାଲେ ଏହାର ମୂଲ୍ୟ ହେବ ୫୦ ଲକ୍ଷ।

୧୯୫୨ ମସିହାରେ ରତ୍ନ ସଂଗ୍ରହକାରୀ ଡିଲର ଆର୍ଥର ସି ଡି ପେନ୍ ମିଆଁମାରରେ ଦୁଇଟି କ୍ରିଷ୍ଟାଲର ଆବିଷ୍କାର କରିଥିଲେ | ସେଗୁଡିକ ରୁବି ନାମକ ରତ୍ନପଥର ଭଳି ଦେଖା ଯାଉଥିଲା, କିନ୍ତୁ ତାହା ରୁବି ନଥିଲା । ତାହା ବାସ୍ତବରେ ପେନାଇଟ୍ ଥିଲା। ପେନାଇଟ୍ ରୁବି ଏବଂ ଅନ୍ୟାନ୍ୟ ରତ୍ନ ପଥର ସହିତ ମିଶିଥିଲା ଯେଉଁଥିପାଇଁ ପେନ୍ ଏହାକୁ ରୁବି ବୋଲି ଭାବିଥିଲେ ।ପରବର୍ତ୍ତୀ ଅଧ୍ୟୟନ ପାଇଁ ସେ ଏହାକୁ ୧୯୫୪ ମସିହାରେ ବ୍ରିଟିଶ ସଂଗ୍ରହାଳୟରେ ଦାନ କରିଥିଲେ। ୧୯୭୯ରେ ମିଆଁମାରରୁ ପେନାଇଟର ଦ୍ୱିତୀୟ ନମୁନା ଏବଂ ୨୦୦୧ରେ ତୃତୀୟ ନମୁନାର ସନ୍ଧାନ ମିଳିଥିଲା।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଆଁମାରରୁ ପ୍ରାୟତଃ ସମସ୍ତ ବିରଳ ଖଣିଜ ପଦାର୍ଥ ମିଳିଥାଏ । ତେବେ ପ୍ରଶ୍ନ ହେଉଛି ଯେ କେବଳ ମିଆଁମାରରୁ ଏହି ରତ୍ନ ମିଳୁଛି କ'ଣ ପାଇଁ ? କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ମିନେରାଲୋଜି ପ୍ରଫେସର ଜର୍ଜ ରସମାନଙ୍କ କହିବା ଅନୁଯାୟୀ ଯେତେବେଳେ ଗୋଣ୍ଡୱାନାର ପ୍ରାଚୀନ ମହାଦେଶ ୧୮୦ ନିୟୁତ ବର୍ଷ ପୂର୍ବେ ଭାଙ୍ଗିବା ଆରମ୍ଭ କଲା, ସେତେବେଳେ ଭାରତ ଉତ୍ତର ଦିଗକୁ ଖସି ଯାଇ ଦକ୍ଷିଣ ଏସିଆ ସହିତ ଧକ୍କା ହୋଇଥିଲା। ଫଳରେ ଏହି ଧକ୍କାର ଚାପରୁ ବିଭିନ୍ନ ପ୍ରକାରର ମୂଲ୍ୟବାନ ଖଣିଜ ପଦାର୍ଥ ଉତ୍ପନ୍ନ ହୋଇଥିଲା। ଏଥି ପାଇଁ ମିଆଁମାରରେ ଅନେକ ରତ୍ନ ପଥର ଦେଖିବାକୁ ମିଳିଥାଏ ।

ତେବେ ଜଣାପଡିଛି ଯେ ସମଗ୍ର ବିଶ୍ଵରେ ପେନାଇଟ୍‌ର କେବଳ ୩ଟି ନମୁନା ରହିଛି । ପେନାଇଟ୍ ହୀରାଠାରୁ ହଜାରେ ଗୁଣ ଅଧିକ ଦୁର୍ଲଭ ବୋଲି ବିବେଚନା କରାଯାଏ । ପେନାଇଟର ବିଶେଷ ଗୁଣ ହେଉଛି ଏହି ରତ୍ନରେ ଅଭ୍ଭୁତ ଚମକ୍ ଏବଂ ଜୀବନ୍ତତା ରହିଛି ।ଏହାର ଶକ୍ତି ମଣିଷକୁ ଆକର୍ଷିତ କରିଥାଏ ।ତେଣୁ ଏହାର ମୂଲ୍ୟ ଖୁବ୍ ଅଧିକ ।

ଅଧିକ ପଢ଼ନ୍ତୁ ବିଦେଶ ଖବର

Painting
Sponsored
Painite | Argus News