Videos
|
International

Pakistan Water Crisis / ଇୟୁ ମଞ୍ଚରେ ସିନ୍ଧୁ ଜଳ ସନ୍ଧିକୁ ନେଇ ବିଳାପ କଲା ପାକିସ୍ତାନ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଇୟୁ ମଞ୍ଚରେ ସିନ୍ଧୁ ଜଳ ସନ୍ଧିକୁ ନେଇ ବିଳାପ କଲା ପାକିସ୍ତାନ

Key Points

ପାକିସ୍ତାନରେ କେବଳ ୩୦ ଦିନର ପାଣି ରିଜର୍ଭ
ଇୟୁ ମଞ୍ଚରେ ସିନ୍ଧୁ ଜଳ ସନ୍ଧିକୁ ନେଇ ବିଳାପ କଲା ପାକିସ୍ତାନ
୮୦% ଚାଷ ଉପରେ ବିପଦ
ପାକିସ୍ତାନରେ ମିଳୁନି ପାଣି। ଲୋକେ ହେଉଛନ୍ତି ହନ୍ତସନ୍ତ। ଆଗକୁ ପରିସ୍ଥିତି କିଛି ବଡ଼ ଧରଣର ନହେଉ, ସେଥିପାଇଁ ଆଗୁଆ ପାଣି ରଜିର୍ଭ କରି ରଖିଛି ପାକିସ୍ତାନ। ଏକ ରିପୋର୍ଟରେ ଆହୁରି ଚେତାବନୀ ଦିଆଯାଇଛି ଯେ ପାକିସ୍ତାନର ଜଳଭଣ୍ଡାର କ୍ଷମତା ନଦୀର ପ୍ରବାହ ହିସାବରେ କେବଳ ୩୦ ଦିନର ଯାଏ ହିଁ ସୀମିତ, ଯାହା ଫଳରେ ଏହା ଋତୁକାଳୀନ ଅଭାବର ସମ୍ମୁଖୀନ ହୁଏ । ମେ ମାସରେ ଭାରତ ଚେନାବ ନଦୀର ସଲାଲ ଏବଂ ବାଗଲିହାର ଡ୍ୟାମରେ ଜଳଭଣ୍ଡାରଗୁଡ଼ିକୁ ଫ୍ଲସ୍ କରିଥିଲା । ଏହା ଫଳରେ ପାକିସ୍ତାନର ଚେନାବ ନଦୀ କୂଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରକୃତରେ ଏକଥା ଏଥିପାଇଁ ଉଠୁଛି କି ପାକିସ୍ତାନର ବିଦେଶ ମନ୍ତ୍ରୀ ଇଶାକ ଡାର୍ ପୁଣି ଥରେ ଅନ୍ତର୍ଜାତୀୟ ମଞ୍ଚରେ ସିନ୍ଧୁ ଜଳ ସନ୍ଧି କଥା ଉଠାଇଛନ୍ତି ।

ସେ ୟୁରୋପୀୟ ମଞ୍ଚରେ ଜୋର ଦେଇ କହିଛନ୍ତି ଯେ ସିନ୍ଧୁ ଜଳ ସନ୍ଧି ସ୍ଥଗିତ ହେବା ଅଞ୍ଚଳର ସ୍ଥିରତା ପାଇଁ ପ୍ରକୃତ ବିପଦ ଅଟେ । ଇଶାକ ଡାର, ଇୟୁ ଭାରତ-ପ୍ରଶାନ୍ତ ମନ୍ତ୍ରିସ୍ତରୀୟ ବୈଠକରେ ଏହି କଥା କହିଛନ୍ତି । ଭାରତ ଚଳିତ ବର୍ଷ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ କରି ଦେଇଥିଲା ।
ଇଶାକ ଡାର କହିଛନ୍ତି, ପାଣିକୁ ସହଯୋଗର ଉତ୍ସ ଭାବେ ରଖାଯିବା ଦରକାର, ରାଜନୈତିକ ହତିଆର ନକରାଯିବା ଦରକାର । ମିଡିଆ ରିପୋର୍ଟ ଅନୁସାରେ ସେ ଭାରତ ସହ ତିକ୍ତତାକୁ ଶାନ୍ତ କରିବା ଉଦ୍ୟମରେ ଇୟୁ ଉଚ୍ଚ ପ୍ରତିନିଧିଙ୍କ ସମେତ ଅନ୍ତର୍ଜାତୀୟ ସହଯୋଗୀଙ୍କ ପ୍ରଶଂସା କରିଛନ୍ତି । ସିନ୍ଧୁ ଜଳ ସନ୍ଧି ବ୍ୟତୀତ ପାକିସ୍ତାନ ପୁଣି ଥରେ କାଶ୍ମୀରକୁ ନେଇ ବିଳାପ କରିଛି । ଭାରତ ସ୍ପଷ୍ଟ କରିଛି ଯେ କାଶ୍ମୀର ମାମଲାରେ ଭାରତ-ପାକିସ୍ତାନ ମଧ୍ୟର ଦ୍ୱିପାକ୍ଷିକ ପ୍ରସଙ୍ଗ ଓ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣ କରାଯିବ ନାହିଁ ।

ସିଡନୀର ନନ୍-ପ୍ରଫିଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଇକୋନମିକ୍ସ ପିସ୍ (ଆଇଇପି)ର ୨୦୨୫ ଇକୋଲଜିକାଲ ଥ୍ରେଟ୍ ରିପୋର୍ଟରେ ଗତ ମାସରେ ଦାବି କରାଯାଇଥିଲା ଯେ ପାକିସ୍ତାନର ୮୦ ପ୍ରତିଶତ ଚାଷ ସିନ୍ଧୁ ବେସିନର ପାଣି ଉପରେ ନିର୍ଭର । ପାଣି ଅଭାବର ଗମ୍ଭୀର ବିପଦର ସାମନା କରୁଛି, କାରଣ ଭାରତ ପାଖରେ ସିନ୍ଧୁ ନଦୀର ପ୍ରବାହ ପରିବର୍ତ୍ତନ କରିବାର କ୍ଷମତା ରହିଛି । ୧୯୬୦ ଚୁକ୍ତି ଅନୁସାରେ ଭାରତ ପଶ୍ଚିମ ନଦୀ ସିନ୍ଧୁ, ଝେଲମ ଓ ଚେନାବର ପାଣି ପାକିସ୍ତାନ ସହ ସେୟାର କରିବା ପାଇଁ ସହମତି ଦେଇଥିଲା ।

ଅନ୍ୟପଟେ ବ୍ୟାସ୍, ରବି ଓ ସତଲେଜ ସମେତ ପୂର୍ବ ନଦୀ ଉପରେ ଭାରତର ନିୟନ୍ତ୍ରଣ ରହିବ । ଏହି ସନ୍ଧି ଅନୁସାରେ ନୂଆଦିଲ୍ଲୀ ପାଣୀର ପ୍ରବାହକୁ ସମ୍ପୂର୍ଣ୍ଣ ରୂପେ ଅଟକାଇପାରିବ ନାହିଁ କିମ୍ୱା ଦିଗ ବଦଳାଇ ପାରିବ ନାହିଁ । କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ଡ୍ୟାମର ଅପରେସନରେ ସାମାନ୍ୟ ପରିବର୍ତ୍ତନ ବି ପାକିସ୍ତାନର ଚାଷୀଙ୍କ ଉପରେ ଭୟଙ୍କର ପ୍ରଭାବ ପକାଇପାରେ । ତଥାପି ମୁହଁଫୁଟାଣି ଛାଡୁନି ପାକିସ୍ତାନ। କହୁଛି ଯେ, ଆମ ପାଣି ରିଜର୍ସ କରି ରଖିଛୁ। ଏହା କେତେଦୂର ସତ କି ମିଛ ତାହା କେବଳ ପାକିସ୍ତାନକୁ ହିଁ ଜଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories

Pakistan Water Crisis | Pakistan Left With Just 30 Days of Water? Indus Treaty Concerns Rise | Argus News | Argus News