Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୁଲୱାମା ଆତଙ୍କୀ ଆକ୍ରମଣର ସତ ସ୍ଵୀକାର କଲା ପାକିସ୍ତାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପୁଲୱାମା ଆତଙ୍କୀ ଆକ୍ରମଣର ସତ ସ୍ଵୀକାର କଲା ପାକିସ୍ତାନ

ପୁଲୱାମା ସତ ମାନିଲା ପାକିସ୍ତାନ । ପହଲଗାମ ଉତ୍ତେଜନା ମଧ୍ୟରେ ପାକିସ୍ତାନର ଅସଲ ମୁଖା ଖୋଲିଛନ୍ତି ଖୋଦ ପାକିସ୍ତାନୀ ସେନା । ୨୦୧୯ ରେ ପୁଲୱାମା ଆଟାକରେ ୪୦ ଜଣ ଅର୍ଦ୍ଧସାମରିକ ବାହିନୀ ସହିଦ ହୋଇଥିଲେ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାକିସ୍ତାନୀ ସେନାର ଏକ କୌଶଳଗତ ବୁଦ୍ଧିମତା ଥିଲା ବୋଲି ନିଜେ ସ୍ବୀକାର କରିଛନ୍ତି ପାକିସ୍ତାନ ଏୟାର ଭାଇସ୍ ମାର୍ଶାଲ୍ ଔରଙ୍ଗଜେବ ଅହମ୍ମଦ । ବର୍ଷ ବର୍ଷ ଧରି ପୁଲଓ୍ବାମା ଆତଙ୍କୀ ହମଲାରେ ପାକିସ୍ତାନର ସଂପୃକ୍ତି ଅସ୍ୱୀକାର କରିଆସୁଥିଲା ପାକିସ୍ତାନ ।


ପାକିସ୍ତାନ ସେନାର ଏହି ବୟାନ କେବଳ ପୁଲୱାମା ନୁହେଁ, ବରଂ ସଦ୍ୟତମ ପହଲଗାମ ଆକ୍ରମଣରେ ମଧ୍ୟ ପାକିସ୍ତାନର ଭୂମିକାକୁ ଆହୁରି ଦୃଢ କରିଛି । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଡିଜି ଆଇଏସପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ , ନୌସେନା ମୁଖପାତ୍ରଙ୍କ ଉପସ୍ଥିତିରେ
ପାକିସ୍ତାନର ଟେରର ଲିଙ୍କକୁ ସ୍ବୀକାର କରିଥଲେ ଏୟାର ଭାଇସ୍ ମାର୍ଶାଲ୍ ଔରଙ୍ଗଜେବ ଅହମ୍ମଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan admits Pulwama terror attack | Argus News