Pakistan vs Afghanistan / ପାକିସ୍ତାନ ଉପରେ ଖପ୍ପା ଆଫଗାନିସ୍ତା, ବଡ଼ ଯୁଦ୍ଧ ଆଶଙ୍କା

Key Points
ଆଇଏସଆଇଏସ ଗୋଷ୍ଠୀ ଆଫଗାନିସ୍ତାନ ସମେତ ବିଶ୍ୱର ଅନେକ ଦେଶ ପାଇଁ ବିପଦ ସୃଷ୍ଟି କରୁଛି ।
ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଘମାଘୋଟ ଲଢ଼େଇ । ବଡ଼ ଯୁଦ୍ଧର କରାଯାଉଛି ଆଶଙ୍କା । ଉଭୟ ଦେଶ ମଧ୍ୟରେ ସୀମାକୁ ଦକ୍ଷିଣ ଏସିଆର ସବୁଠାରୁ ଅସ୍ଥିର ଅଞ୍ଚଳ ଭାବରେ ବିବେଚନା କରାଯାଏ। ଏବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ସମ୍ପ୍ରତି, ପାକିସ୍ତାନୀ ବାୟୁସେନା କାବୁଲରେ ଏକ ବିମାନ ଆକ୍ରମଣ କରିଥିଲା, ଯାହା ଆଫଗାନ ତାଲିବାନଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିଲା।
ପ୍ରଥମେ ପାକିସ୍ତାନ କରିଥିଲା ଏୟାରଷ୍ଟ୍ରାଇକ୍ । ତାପରେ ଭୟଙ୍କର ପ୍ରତିଶୋଧ ନେଲା ଆଫଗାନିସ୍ତାନ । ଶନିବାର ରାତିରେ ଆଫଗାନ୍ ସେନା ପାକିସ୍ତାନରେ ପ୍ରବେଶ କରି ୭ଟି ଭିନ୍ନ ଭିନ୍ନ ଅଞ୍ଚଳରେ ଆକ୍ରମଣ କରିଛି । ଆଫଗାନ୍ ସେନା ଦାବି କରିଛି ଯେ ଏହି ଅପରେସନରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କୁ ଅଟକ ରଖାଯାଇଛି ।
ଶନିବାର ରାତିରେ, ଭାରତୀୟ ସମୟ ଅନୁସାରେ ରାତି ୯:୨୩ରେ ଆଫଗାନ୍ ସେନା ସୀମାନ୍ତ ସ୍ଥାନରେ ଅବସ୍ଥିତ ପାକିସ୍ତାନୀ ସେନା ପୋଷ୍ଟ ଉପରେ ଭାରୀ ଅସ୍ତ୍ରଶସ୍ତ୍ର ସହିତ ଏକକାଳୀନ ଆକ୍ରମଣ କରିଥିଲା । ଏହି ଆକ୍ରମଣ ୨୧୦ ଖାଲିଦ ବିନ୍ ୱାଲିଦ ବ୍ରିଗେଡ ଏବଂ ଆଫଗାନ ସେନାର ୨୦୫ ଅଲ୍ ବଦର କର୍ପସ ଦ୍ୱାରା ମିଳିତ ଭାବରେ କରାଯାଇଥିଲା। ଆଫଗାନ୍ ସେନା ଦ୍ୱାରା କରାଯାଇଥିବା ଏହି ଆକ୍ରମଣ ଆଫଗାନ୍ ସୀମାରେ ଅବସ୍ଥିତ ଏକ ଡଜନରୁ ଅଧିକ ପାକିସ୍ତାନୀ ପୋଷ୍ଟକୁ ନଷ୍ଟ କରିଦେଇଛି ।
ତେବେ ଆଫଗାନିସ୍ତାନ ଉପରେ ପ୍ରଥମେ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ପାଇଁ ପାକିସ୍ତାନ ନିଜକୁ ଦାୟୀ କରି ନାହିଁ। ଏହି ସମୟରେ, ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ, ପାକିସ୍ତାନର ଏହି ପଦକ୍ଷେପ ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଏହା ଏକ ବଡ଼ ଯୁଦ୍ଧର କାରଣ ହୋଇପାରେ। ସେ କହିଛନ୍ତି, ତାଲିବାନ ଯୋଦ୍ଧାମାନେ ପାକିସ୍ତାନରେ ଆଇଏସଆଇଏସ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଛନ୍ତି, ଯାହା ପାକିସ୍ତାନକୁ କ୍ରୋଧିତ କରିଛି।
ରବିବାର ତାଲିବାନ ଇସଲାମାବାଦକୁ ଆଇଏସଆଇଏସ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ବିରୁଦ୍ଧରେ ଚେତାବନୀ ଦେଇଛି। କାବୁଲରେ ସମ୍ପ୍ରତି ହୋଇଥିବା ବିମାନ ଆକ୍ରମଣରେ ଆଫଗାନିସ୍ତାନର ପ୍ରତି ଆକ୍ରମଣରେ ସୀମାରେ ୫୮ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରାଯାଇଥିବା କଥାବେଳେ ୩୦ ଜଣ ଆହତ ହୋଇଥିବା କଥା ମଧ୍ୟ ତାଲିବାନ ଏବେ ଦାବି କରୁଛି।
ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପାକିସ୍ତାନ ସହ ସଂଘର୍ଷରେ ୨୦ ଜଣ ତାଲିବାନ ସୈନିକଙ୍କ ମୃତ୍ୟୁ ଘଟିଛି। ତାଲିବାନ ଦାବି କରିଛି ଯେ, ଏହାର ପ୍ରତିଷ୍ଠା ପରେ ଆଇଏସଆଇଏସକୁ ନିଜ ଅଞ୍ଚଳରୁ ସଫା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପରେ, ପାକିସ୍ତାନ ଖାଇବର ପଖତୁନଖ୍ୱା ଅଞ୍ଚଳରେ ସେମାନଙ୍କ ପାଇଁ ନୂତନ ତାଲିମ କେନ୍ଦ୍ର ସ୍ଥାପନ କରିଥିଲା। ପାକିସ୍ତାନ ନିଜ ମାଟିରୁ ଲୁଚି ରହିଥିବା ଗୁରୁତ୍ୱପୂର୍ଣ୍ଣ ଆଇଏସଆଇଏସ ସଦସ୍ୟମାନଙ୍କୁ ବାହାର କରିବା ଉଚିତ କିମ୍ବା ସେମାନଙ୍କୁ ଇସଲାମିକ୍ ଏମିରେଟ୍ସକୁ ହସ୍ତାନ୍ତର କରିବା ଉଚିତ। ଆଇଏସଆଇଏସ ଗୋଷ୍ଠୀ ଆଫଗାନିସ୍ତାନ ସମେତ ବିଶ୍ୱର ଅନେକ ଦେଶ ପାଇଁ ବିପଦ ସୃଷ୍ଟି କରୁଛି ।
📱 Get Argus News App
✨Related Topics
Explore more stories