ପାକିସ୍ତାନରେ ବାୟୁ ପ୍ରଦୂଷଣର ମାନ୨ହଜାର ପାର
·1 year ago

ଅର୍ଗସ ବ୍ୟୁରୋ: ପାକିସ୍ତାନରେ ବାୟୁର ମାନ ଅତ୍ୟନ୍ତ ଚିନ୍ତାଜନକ ରହିଛି । ମୁଲତାନରେ ବାୟୁର ମାନ ୨ହଜାର ପାର ହୋଇଛି । ଏଥିଯୋଗୁଁ ସ୍କୁଲ, କଲେଜ, ପାର୍କ, ମ୍ୟୁଜିୟମ ଗୁଡିକୁ ୧୦ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଗତ କିଛି ଦିନ ଧରି ପାକିସ୍ତାନର ବିଭିନ୍ନ ସହରରେ ଭୟଙ୍କର ପ୍ରଦୂଷଣ ଦେଖିବାକୁ ମିଳୁଛି । ଏଥିଯୋଗୁଁ ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ପାକିସ୍ତାନର ଅନେକ ସହରର ନାଁ ରହିଛି ।
ଗତକାଲି ସକାଳେ ପାକିସ୍ତାନ ଦକ୍ଷିଣ ପଂଜାବରେ ଥିବା ମୁଲତାନ ସହରରେ ବାୟୁର ମାନ ୨୧୩୫ ରେକର୍ଡ କରାଯାଇଥିଲା । ପ୍ରଦୂଷଣ ମାତ୍ରା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ନିର୍ଦ୍ଧାରିତ ମାନ ଠାରୁ ପ୍ରାୟ ୧୯୦ଗୁଣା ଅଧିକ ରହିଛି । ପାକିସ୍ତାନର ରାଜଧାନୀ ଲାହୋରରେ ମଧ୍ୟ ବାୟୁରମାନକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: