Videos
|
International

Pakistan Airstrike / ଭୋର ୩ଟାରେ ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ଖାଲି ଘର ଓ ଦୋକାନରେ ବୋମା ବର୍ଷା…!

Ritu Das
Browse all articles by Ritu Das
·1 hour ago·2 min read
ଭୋର ୩ଟାରେ ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ଖାଲି ଘର ଓ ଦୋକାନରେ ବୋମା ବର୍ଷା…!
War

Key Points

ପାକିସ୍ତାନୀ ସାମରିକ ବାହିନୀର ଏୟାର ଷ୍ଟ୍ରାଇକ ପୂର୍ବ ଆଫଗାନିସ୍ତାନର କୁନାର ପ୍ରଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି
ପାକିସ୍ତାନୀ ସାମରିକ ବାହିନୀର ଏୟାର ଷ୍ଟ୍ରାଇକ ପୂର୍ବ ଆଫଗାନିସ୍ତାନର କୁନାର ପ୍ରଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି। କୁନାର ପ୍ରଦେଶର ସୂଚନା ଏବଂ ସଂସ୍କୃତି ବିଭାଗର ମୁଖ୍ୟ ନଜିବୁଲ୍ଲା ହନିଫଙ୍କ ଅନୁଯାୟୀ, ପାକିସ୍ତାନୀ ସେନା ଭୋର୍ ୩ଟାରେ କୁନାର ପ୍ରଦେଶର ନାରଙ୍ଗ ଜିଲ୍ଲାରେ ଅଞ୍ଚଳକୁ ଟାର୍ଗେଟ କରି ଏକ ବିମାନ ଆକ୍ରମଣ କରିଥିଲା। ସ୍ଥାନୀୟ ପ୍ରଶାସନ ଅନୁଯାୟୀ, ଦେଶ- ବିଦେଶ ହୋଇଛି। ପାକିସ୍ତାନୀ ଲଢୁଆ ବିମାନଗୁଡ଼ିକ ଭୋର ସମୟରେ ପକ୍ତିକାର ବରମାଲ ଜିଲ୍ଲାର ରାଖା ଏବଂ ତୋରକାଣ୍ଡି ଅଞ୍ଚଳରେ ଦୁଇଟି ବିମାନ ଆକ୍ରମଣ କରିଥିଲା।

ସୂତ୍ର ଅନୁଯାୟୀ, ଗୋଟିଏ ଆକ୍ରମଣ ଏକ ଖାଲି ଘର ଏବଂ ଅନ୍ୟଟିରେ ଏକ ପୁରୁଣା ଦୋକାନକୁ ଟାର୍ଗେଟ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ,ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ବିମାନ ଆକ୍ରମଣ ପରେ, କୁନାରର ସ୍ଥାନୀୟ ପ୍ରଶାସନ କାବୁଲର କେନ୍ଦ୍ର ସରକାରଙ୍କୁ ଘଟଣା ବିଷୟରେ ରିପୋର୍ଟ କରିଛି। କାବୁଲର ତାଲିବାନ ନେତୃତ୍ୱ ଏପରି ବିମାନ ଆକ୍ରମଣକୁ ଆଫଗାନିସ୍ତାନର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ନିନ୍ଦା କରି ଚେତାବନୀ ଦେଇଛନ୍ତି ଯେ, ସାଧାରଣ ନାଗରିକଙ୍କ ଉପରେ ଏପରି ଆକ୍ରମଣ ଦ୍ୱିପାକ୍ଷିକ ସମ୍ପର୍କରେ ଗମ୍ଭୀର ପରିଣାମ ଆଣିବ।

ଏକ ରିପୋର୍ଟ ଅନୁଯାୟୀ କୁନାର ପ୍ରଦେଶରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ସୂଚନା ଏବଂ ସଂସୃତି ବିଭାଗର ପ୍ରମୁଖ ଏହି ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି। ପକ୍ତିକା ବରମଲ ଜିଲ୍ଲାରେ ଅଲଗା ଅଲଗା ସ୍ଥାନରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ଡୁରାଣ୍ଡ ଲାଇନରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁଁ ବାରମ୍ବାର ବିମାନ ଆକ୍ରମଣ ହେଉଛି। ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ହିଂସା ଏବଂ ବିମାନ ଆକ୍ରମଣର ଏହା ପ୍ରଥମ ଘଟଣା ନୁହେଁ। ସୀମା ବିବାଦ ଏବଂ ତେହେରିକ୍-ଏ-ତାଲିବାନ ପାକିସ୍ତାନ(ଟିଟିପି) ପ୍ରସଙ୍ଗକୁ ନେଇ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ଲଗାତାର ଆଫଗାନିସ୍ତାନ ତାଲିବାନ ସରକାର ଉପରେ ଆଫଗାନିସ୍ତାନ ମାଟି ବିଶେଷକରି କୁନାର, ଖୋସ୍ତ ଏବଂ ପାକତିକା ପ୍ରଦେଶରୁ ତେହେରିକ୍-ଏ-ତାଲିବାନ ପାକିସ୍ତାନ ଆତଙ୍କବାଦୀଙ୍କୁ ପାକିସ୍ତାନରେ ଆକ୍ରମଣ କରିବା ପାଇଁ ବ୍ୟବହାର କରୁଥିବା ଅଭିଯୋଗ କରିଆସୁଛି। ତେବେ ଆଫଗାନିସ୍ତାନ ତାଲିବାନ ସରକାର ଏହି ଅଭିଯୋଗଗୁଡ଼ିକୁ ଲଗାତାର ଖଣ୍ଡନ କରିଆସୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାକିସ୍ତାନ ଏହି ଆକ୍ରମଣରେ କଣ ଅସ୍ତ୍ରଶସ୍ତ୍ର ଏବଂ କେଉଁ ଯୁଦ୍ଧ ବିମାନ ବ୍ୟବହାର କରିଛି ତାହାର ଏପର୍ଯ୍ୟନ୍ତ କୌଣସି ଖୁଲାସା ହୋଇନାହିଁ। ରିପୋର୍ଟରେ କେବଳ ପାକିସ୍ତାନୀ ଫାଇଟର ଜେଟ ଏବଂ କମ ଉଚ୍ଚତାରେ ଉଡ଼ୁଥିବା ବିମାନ ବିଷୟରେ ଜଣାପଡ଼ିଛି।  ପାକିସ୍ତାନ ବାୟୁସେନା ନିକଟରେ ଖାସ କରି ଜେଏଫ-୧୭ ଥଣ୍ଡର, ଏଫ-୧୬ ଏବଂ ଜେ-୧୦ ଭଳି ବିମାନ ଉପଲବ୍ଧ ରହିଛି। କିନ୍ତୁ ଏହି ଆକ୍ରମଣରେ କେଉଁ ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା ତାହାର କୌଣସି ଖବର ନାହିଁ। ବିଶେଷଜ୍ଞଙ୍କ କହିବା ଅନୁସାରେ ସୀମାରେ ହେଉଥିବା ଆକ୍ରମଣରେ ପ୍ରାୟତଃ ଷ୍ଟିକ ବୋମା ଏବଂ ମିସାଇଲର ବହୁଳ ବ୍ୟବହାର କରାଯାଏ। କିନ୍ତୁ ଏହି ହମଲାରେ ଏଯାଏ କୌଣସି ସ୍ପଷ୍ଟ ପ୍ରମାଣ ମିଳିନି।