Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭାରତ ବିରୋଧରେ ଆମେରିକାକୁ ଗୁହାରି କଲା ପାକିସ୍ତାନ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଭାରତ ବିରୋଧରେ ଆମେରିକାକୁ ଗୁହାରି କଲା ପାକିସ୍ତାନ

Key Points

ଭାରତ ବିରୋଧରେ ଆମେରିକାକୁ ଗୁହାରି
ଭାରତ କଣ କଲା ଯେ ପାକିସ୍ତାନର ମୁଣ୍ଡ ଘାଇଲା
ଆମେରିକାକୁ ଫୋନ କଲେ ଶେହବାଜ ଶରିଫ

ସରୁନି ପାକିସ୍ତାନର ଗୁହାରି। ଗୋଟିଏ ପରେ ଗୋଟିଏ କାରଣ ଦର୍ଶାଇ ଭାରତ ବିରୁଧରେ କରୁଛି ଷଡଯନ୍ତ୍ର। ଏବେ ପୁଣି ଥରେ ପାକିସ୍ତାନର ମୁଣ୍ଡ ଘାଇଲା। ଭାରତ ବିରୁଦ୍ଧରେ ଆମେରିକାକୁ ଫୋନ କଲେ ପାକିସ୍ତାନ। ଶେହବାଜ ଶରିଫ ପୂର୍ବରୁ ମେ ମାସ ଆରମ୍ଭରେ ମଧ୍ୟ ମାର୍କୋ ରୁବିଓଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। ଏହି ସମୟରେ ସେ ଭାରତକୁ ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଭିଯୋଗ କରିଥିଲେ। ଏହା ପରେ ମାର୍କୋ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥା ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆମେରିକୀୟ ବିଦେଶ ସଚିବ ମାର୍କୋ ରୁବିଓଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି।


ଏହି ସମୟରେ ସେ ଭାରତ ଉପରେ ପରିସ୍ଥିତିକୁ ଉସୁକାଇବା ଏବଂ ଉତ୍ତେଜନା ବୃଦ୍ଧି କରିବାର ଅଭିଯୋଗ ଆଣିଛନ୍ତି। ଆମେରିକୀୟ ବିଦେଶ ବିଭାଗ କହିଛି ଯେ, ରୁବିଓ ତାଙ୍କର ଭାରତୀୟ ଏବଂ ପାକିସ୍ତାନୀ ପ୍ରତିପକ୍ଷଙ୍କୁ ଡାକି ପରିସ୍ଥିତିକୁ ସ୍ବାଭାବିକ କରିବାକୁ ନିବେଦନ କରିବେ। ଜାମ୍ମୁ ଓ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନୀ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଚୌଧୁରୀ କହିଛନ୍ତି, ଆମେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ବିଷୟରେ ଆଲୋଚନା କରିଛୁ। ଆମେ ଭାରତୀୟ ସେନା ସହିତ ୬ ଦିନ ପୂର୍ବେ କଶ୍ମୀରରେ ହୋଇଥିବା ଗୁଳିକାଣ୍ଡ ବିଷୟରେ କଥା ହୋଇଛୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତୀୟ ସେନା କହିଛି ଯେ, ଆମେ ଲଗାତାର ଷଷ୍ଠ ରାତିରେ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ଗୁଳିକାଣ୍ଡର ଜବାବ ଦେଇଛି। ଅନ୍ୟପକ୍ଷରେ, ପାକିସ୍ତାନୀ ସେନା ଦାବି କରିଛି ଯେ, ସେମାନେ ଭାରତର ୨ଟି ଡ୍ରୋନ ଖସାଇ ଦେଇଛନ୍ତି।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ରହିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର କରିଥିଲେ ଏବଂ ଭାରତ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ କହିଥିଲେ। ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଦାୟୀ କରିଥିଲା ଏବଂ ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଆଡ୍ଡା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।


Sponsored
Pakistan Appeals to US Against India | Latest News – Argus News | Argus News